Videos
|
International

ମାସକ ପାଇଁ ଟ୍ରମ୍ପ ଟାଳିଲେ ଟାରିଫ୍ ନିଷ୍ପତ୍ତି, ମେକ୍ସିକୋ ପରେ କାନାଡ଼ା ଆଶ୍ଵସ୍ତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମାସକ ପାଇଁ ଟ୍ରମ୍ପ ଟାଳିଲେ ଟାରିଫ୍ ନିଷ୍ପତ୍ତି, ମେକ୍ସିକୋ ପରେ କାନାଡ଼ା ଆଶ୍ଵସ୍ତ

Key Points

ମେକ୍ସିକୋ ପରେ କାନାଡ଼ାକୁ ମିଳିଲା ମାସେ ମହଲତ

ଟ୍ରମ୍ପଙ୍କ ଟାରିଫ୍ ୱାରରେ ଲାଗିଲା ବ୍ରେକ୍

ଅର୍ଗସ ବ୍ୟୁରୋ: ଟ୍ରମ୍ପଙ୍କ ଟାରିଫ୍ ୱାରରେ ବ୍ରେକ୍ । ମେକ୍ସିକୋ ପରେ କାନାଡ଼ାକୁ ମିଳିଲା ମାସେ ମହଲତ । କାନାଡ଼ା, ମେକ୍ସିକୋ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇ ହଇଚଇ ସୃଷ୍ଟି କରିଥିବା ଟ୍ରମ୍ପ ଏବେ ପଛଘୁଞ୍ଚା ଦେଇଛନ୍ତି । ମେକ୍ସିକୋ ପରେ କାନାଡ଼ାକୁ ବି ୩୦ ଦିନର ଆଶ୍ଵସ୍ତି ଦେଇଛି ଆମେରିକା ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହେଲା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ଏବେ ପାଇଁ ଆମେରିକା ଟାରିଫ୍ ନିଷ୍ପତ୍ତିକୁ ଟାଳି ଦେଇଛି । ଶନିବାର ଟ୍ରମ୍ପ, କାନାଡ଼ା ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଯାହା ଫଳରେ ବିଶ୍ଵ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଥିଲା ।


ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ପ୍ରାୟ ୩୦ ଦିନ ପାଇଁ ଟାରିଫ୍ ରୋକିବାକୁ ଆମେରିକା ସହମତ ହୋଇଛି । କାରଣ ଟ୍ରମ୍ପ ଉଠାଇଥିବା ସୀମା ସମ୍ପର୍କିତ ସମସ୍ୟା ଉପରେ ଅଧିକ ସହଯୋଗ ପାଇଁ ଅଟ୍ଟାୱା ପ୍ରତିଶ୍ରୁତି ଦେଇଛି । ସୀମା ସୁରକ୍ଷା ପ୍ରୟାସକୁ ବଢ଼ାଇବା ଲାଗି ସହମତି ପ୍ରକାଶ କରିଛନ୍ତି ଟ୍ରୁଡୋ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶନିବାର ଡୋନାଲ୍ଡ ଟ୍ରମ୍ପ, ଅବୈଧ ପ୍ରବେଶ ଓ ମାଦକ ଦ୍ରବ୍ୟ ଚାଲାଣକୁ ନେଇ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଚିନ୍ତାବ୍ୟକ୍ତ କରିଥିଲେ । କାନାଡ଼ା, ମେକ୍ସିକୋରୁ ହେଉଥିବା ଅଧିକାଂଶ ଆମଦାନୀ ଉପରେ ୨୫ ପ୍ରତିଶତ ଓ ଚୀନ ଉପରେ ୧୦ ପ୍ରତିଶତ ଟାରିଫ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଟାରିଫ୍ ମଙ୍ଗଳବାର ରାତିରୁ ଲାଗୁ ହୋଇଥାଆନ୍ତା । ଟ୍ରମ୍ପଙ୍କ ନିଷ୍ପତ୍ତି ପରେ କାନାଡ଼ା ଓ ମେକ୍ସିକୋ ବି ଟାରିଫ୍ ଲଗାଇବେ ବୋଲି କହିଥିଲେ ।


କାନାଡ଼ା ପୂର୍ବରୁ ମେକ୍ସିକୋ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ମେକ୍ସିକୋ ଉପରେ ଲଗାଇଥିବା ଟାରିଫ୍‌କୁ ମାସେ ଟାଳି ଥିଲା ଆମେରିକା । ମେକ୍ସିକୋ ରାଷ୍ଟ୍ରପତି ସିନବାମ କହିଥିଲେ, ଡ୍ରଗ୍ସ ଚାଲାଣ ରୋକିବା ଲାଗି ମେକ୍ସିକୋ, ଆମେରିକା ସୀମାରେ ତୁରନ୍ତ ୧୦ ହଜାର ନ୍ୟାସନାଲ ଗାର୍ଡ ମୁତୟନ କରିବ ।

Justin Trudeau says US will pause tariffs for ‘at least 30 days’ | Argus News