Videos
|
International

ଆମେରିକା ରାଷ୍ଟ୍ରପତି ନିର୍ବାଚନ, କମଲାଙ୍କ ପାଇଁ ନାଚୋ ନାଚୋ'ଗୀତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆମେରିକା ରାଷ୍ଟ୍ରପତି ନିର୍ବାଚନ, କମଲାଙ୍କ ପାଇଁ ନାଚୋ ନାଚୋ'ଗୀତ

ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ସେତେ ଜୋର ଧରୁଛି। ଭାରତୀୟ-ଆମେରିକୀୟ ନେତା ଅଜୟ ଭୁଟୋରିଆ ହାରିସଙ୍କ ସମର୍ଥନରେ ଏକ ସ୍ୱତନ୍ତ୍ର ନିର୍ବାଚନୀ ଗୀତ ଲଞ୍ଜ କରିଛନ୍ତି। ନାଁ 'ନାଚୋ ନାଚୋ'। ଉପରାଷ୍ଟ୍ରପତି କମଲା ହାରିସଙ୍କ ଦଳ ବେଶ ସୃଜନାତ୍ମକ ଉପାୟରେ ନିର୍ବାଚନ ପ୍ରଚାର କରୁଛି। ଭାରତର ବ୍ଳକବଷ୍ଟର ଫିଲ୍ମ 'ଆରଆରଆର'ର ଅସ୍କାର ବିଜେତା ଗୀତର ନୂଆ ରୂପ। ୧.୫ ମିନିଟର ଭିଡିଓରେ ହାରିସଙ୍କ ନିର୍ବାଚନ ପ୍ରଚାରର ଝଲକ ରହିଛି।

ଏଥିରେ 'ହମାରୀ ୟେ କମଲା ହାରିସ' ବୋଲି ମଧ୍ୟ ରହିଛି। ଏହି ଭିଡିଓ ଜରିଆରେ ଭାରତୀୟ ସମୁଦାୟକୁ ଯୋଡିବାକୁ ଚେଷ୍ଟା କରାଯାଇଛି। ଭୁଟୋରିଆ ହାରିସ ଫର୍‌ ପ୍ରେସିଡେଣ୍ଟର ଜାତୀୟ ଫାଇନାନ୍ସ କମିଟିର ସଦସ୍ୟ ଅଛନ୍ତି। ଏହି ଗୀତ ଜରିଆରେ ୫୦ ଲକ୍ଷ ଦକ୍ଷିଣ ଏସୀୟ ଭୋଟରଙ୍କୁ ଆକୃଷ୍ଟ କରିବା ତାଙ୍କର ଲକ୍ଷ୍ୟ। ଖାସକରି ମିଶିଗାନ, ପେନସିଲଭାନିଆ, ଓ୍ୱିସକନସିସ୍‌, ଜର୍ଜିଆ, ନେବାଦା ଓ ଏରିଜୋନା ଭଳି ପ୍ରମୁଖ ରାଜ୍ୟରେ ଏହି ଗୀତର ଜୋରଦାର ପ୍ରଚାର ହେଉଛି। ଭାରତ ଓ ବଲିଉଡ ସହ ହାରିସଙ୍କ ସମ୍ପର୍କକୁ ଦର୍ଶାଇ ଭୋଟରଙ୍କୁ ଭାବନାତ୍ମକ ରୂପରେ ଯୋଡିବାକୁ ଏହି ନିର୍ବାଚନ ଗୀତ ଚେଷ୍ଟା କରିଛି। ଦକ୍ଷିଣ ଭାରତୀୟ ସମୁଦାୟର ସମର୍ଥନ ହାସଲ କରିବା ପାଇଁ ସଙ୍ଗୀତକୁ ହାରିସଙ୍କ ନିର୍ବାଚନ ପ୍ରଚାରରେ ରଣନୀତିର ଅଂଶ ବୋଲି ମନେକରାଯାଉଛି। ନିର୍ବାଚନ ପ୍ରଚାର ଆମେରିକାର ପ୍ରତ୍ୟେକ ବର୍ଗଙ୍କୁ ଆକର୍ଷିକ କରିବାକୁ ଚେଷ୍ଟା କରୁଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: