Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Ali Khamenei / ଖାମେନେଇଙ୍କ ମୃତ୍ୟୁ ପରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

Ritu Das
Browse all articles by Ritu Das
·4 months ago·2 min read
ଖାମେନେଇଙ୍କ ମୃତ୍ୟୁ ପରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ
India

Key Points

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବାଘେରଜାଦେହଙ୍କ ଦେହାନ୍ତ ହୋଇଛି।
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବାଘେରଜାଦେହଙ୍କ ଦେହାନ୍ତ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ନିକଟରେ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଦୀର୍ଘ ଚିକିତ୍ସା ପରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ଫେବୃଆରୀ ୨୮ ତାରିଖରେ ତେହରାନ୍‌ ସମେତ ପ୍ରମୁଖ ଲକ୍ଷ୍ୟସ୍ଥଳ ଉପରେ କରାଯାଇଥିବା ଏହି ଆକ୍ରମଣରେ ସର୍ବୋଚ୍ଚ ନେତା ଖାମେନେଇ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଇରାନର ସର୍ବୋଚ୍ଚ ଧାର୍ମିକ ଏବଂ ରାଜନୈତିକ ନେତା ଖାମେନେଇଙ୍କ ମୃତ୍ୟୁ ଇରାନକୁ ଆହୁରି କ୍ରୋଧିତ କରିଛି।

ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ୪୦ ଦିନର ଜାତୀୟ ଶୋକ ଘୋଷଣା କରିଥିଲା। ମନସୁରେହ ୧୯୬୪ରେ ଖାମେନେଇଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଛଅଟି ସନ୍ତାନ ହୋଇଥିଲା। ସେ ସର୍ବଦା ସାର୍ବଜନୀନ ଜୀବନରୁ ଦୂରରେ ରହି ବ୍ୟକ୍ତିଗତ ଜୀବନକୁ ପସନ୍ଦ କରୁଥିଲେ। ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଅତ୍ୟନ୍ତ ବିରଳ ଥିଲା। ଇରାନୀ ଗଣମାଧ୍ୟମ ଦାବି କରୁଛି ଯେ ଆକ୍ରମଣରେ ଖାମେନେଇ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ଚିକିତ୍ସା ସମୟରେ ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ: ମନସୁରେହ ଖୋଜାସ୍ତେହ ବାଘେରଜାଦେହ ଇରାନର ମାଶାଦରେ ଜନ୍ମଗ୍ରହଣ କରିଥିଲେ। ସେ IRIB (ଇରାନୀ ପ୍ରସାରଣ)ର ପୂର୍ବତନ ଉପ-ନିର୍ଦ୍ଦେଶକ ହାସନ ଖୋଜାସ୍ତେହ ବାଘେରଜାଦେହଙ୍କ ଭଉଣୀ ଥିଲେ।
ସେ ୧୯୬୪ମସିହାରେ ଖାମେନେଇଙ୍କୁ ବିବାହ କରିଥିଲେ ଏବଂ ସାଧାରଣତଃ ସାର୍ବଜନୀନ ଜୀବନରୁ ଦୂରେଇ ରହିଥିଲେ। ସେମାନଙ୍କର ଛଅଟି ସନ୍ତାନ ଅଛନ୍ତି। ଆକ୍ରମଣ ସମୟରେ ସେ ତାଙ୍କ ସ୍ୱାମୀଙ୍କ ସହିତ ଥିଲେ, ଯାହା ଫଳରେ ଗୁରୁତର ଆହତ ହୋଇଥିଲେ।
ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ସେ କୋମାକୁ ଚାଲିଗଲେ ଏବଂ ସୋମବାର(୨ ମାର୍ଚ୍ଚ, ୨୦୨୬) ଦିନ ତାଙ୍କର ମୃତ୍ୟୁ ହୋଇଗଲା।

ଇରାନରେ୪୦ ଦିନିଆ ସାର୍ବଜନୀନ ଶୋକ ଘୋଷଣା: ଏହି ଘଟଣା ଇରାନରେ ଶୋକର ଛାୟା ଖେଳିଯାଇଛି। ସରକାର ୪୦ ଦିନିଆ ସାର୍ବଜନୀନ ଶୋକ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ ନିଶ୍ଚିତ କରି ଖାମେନେଇଙ୍କୁ “ଇତିହାସର ସବୁଠାରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଜଣେ” ବୋଲି କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayatollah Ali Khamenei Death News: Wife Passes Away After Tragic Incident | Argus News