Videos
|
International

ତିନିଟି ଦେଶକୁ ଧମକ ଦେଲେ କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ...

Banajyotshna Ray
Browse all articles by Banajyotshna Ray
·10 months ago·2 min read
ତିନିଟି ଦେଶକୁ ଧମକ ଦେଲେ କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ...

Key Points

ତିନିଟି ଦେଶକୁ ଧମକ ଦେଲେ କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ
ଗୋଟେ ବି ଭୁଲ୍‌ ହେଲେ ଭୋଗିବ ପରିଣାମ
ସାମରିକ ଅଭ୍ୟାସ ଅଛି ତ କର, ନଚେତ୍‌...

କଡ଼ା ନିନ୍ଦା ପୁରା ତାଗିତ। ସତର୍କ ରୁହ ନଚେତ୍‌ ପରିଣାମ ଭୋଗିବ। ଯଦି ସାମରିକ ଅଭ୍ୟାସ କରିବାର ଅଛି କର, ନହେଲେ ଏହାର ପରିଣାମ ଏମିତି ଭୋଗିବ ଯାହା ତୁମକୁ ଏକ ବଡ଼ ସମସ୍ୟାରେ ପକାଇବ। ଏମିତି କିଛି କହିଲେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଉଣୀ । ତିନି ଦେଶକୁ କଡ଼ି ନିନ୍ଦା କଲେ। କିମ୍‌ ୟୋ ଜୋଙ୍ଗ୍‌ , ଆମେରିକା, ଜାପାନ ଓ ଦକ୍ଷିଣ କୋରିଆର ଆଗାମୀ ମିଳିତ ସାମରିକ ଅଭ୍ୟାସ ନେଇ କଲେ କଡ଼ା ନିନ୍ଦା। ଆମେରିକା ଓ ଦକ୍ଷିଣ କୋରିଆ ସୋମବାର ଠାରୁ ଶୁକ୍ରବାର ଯାଏ ପ୍ୟୋଙ୍ଗଟେକ୍‌ର କ୍ୟାମ୍ପ ହମଫ୍ରିଜ୍‌ରେ ଆମେରିକାର ସେନା କୋରିଆ ମୁଖ୍ୟାଳୟରେ ମିଳିତ ସେନା ଅଭ୍ୟାସ କରିବାର ଯୋଜନା କରୁଛି।


ରବିବାର କିମ୍‌ ୟୋ ଜୋଙ୍ଗ୍‌ ଏହି ପ୍ରସ୍ତାବିତ ଅଭ୍ୟାସର ସମାଲୋଚନା କରି କଡ଼ା ଶବ୍ଦରେ କହିଛନ୍ତି - ସାମରିକ ଅଭ୍ୟାସ କରିବାର ଅଛି ତ, କର , କିନ୍ତୁ ଗୋଟିଏ ବି ଅବହେଳା ବି ଭୁଲ୍ ଦୁଇ ଦେଶ ଉପରେ ମହଙ୍ଗା ପଡ଼ିପାରେ। କିଛି ବି ଭୁଲ୍‌ ହେଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ। ଉତ୍ତର କୋରିଆ କହିଛି ଯେ, ଯଦି ଶତ୍ରୁତାପୂର୍ଣ୍ଣ ଶକ୍ତି ଏମିତି ଅଭ୍ୟାସ ମାଧ୍ୟମରେ ନିଜର ସାମରିକ ଶକ୍ତିର ବିରୋଧ ପ୍ରଦର୍ଶନ ଜାରି ରଖେ, ତ ସେ ଜବାବୀ କାର୍ଯ୍ୟାନୁଷ୍ଠାନ କରିବ। ଉତ୍ତର କୋରିଆର ଶୀର୍ଷ ଦଳୀୟ ଅଧିକାରୀ ପାକ୍ ଜୋଙ୍ଗ ଚୋନ୍‌ ସରକାରୀ ନ୍ୟୁଜ୍‌ ଏଜେନ୍ସି କେସିଏନଏର ମାଧ୍ୟମରେ କହିଛନ୍ତି ଯେ, ଆହୁରି ବି ସ୍ପଷ୍ଟ ଓ କଡ଼ା ଜବାବୀ ପଦକ୍ଷେପ ନିଆଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଲ୍ଲେଖନୀୟ ଯେ, ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍‌ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଏମିତି ସେନା ଅଭ୍ୟାସ ହେବ। ଉଭୟ ଉତ୍ତର କୋରିଆ ସହ କଥାବାର୍ତ୍ତା ପୁଣି ଥରେ ଆରମ୍ଭ କରିବାର ପ୍ରୟାସ କରିଛନ୍ତି।ଏହି ସମୟରେ ଦକ୍ଷିଣ କୋରିଆ, ଆମେରିକା ଓ ଜାପାନ ଜେଜୁ ଦ୍ୱୀପର ଦକ୍ଷିଣ-ପୂର୍ବରେ ଅନ୍ତରାଷ୍ଟ୍ରୀୟ ଜଳକ୍ଷେତ୍ରରେ ବହୁ କ୍ଷେତ୍ରୀୟ ଫ୍ରିଡମ୍‌ ଏଜ ଅଭ୍ୟାସ ମଧ୍ୟ ମିଳିତ ରୂପେ କରିବେ। କିମ୍‌ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ଅଭ୍ୟାସରେ ଉତ୍ତର କୋରିଆକୁ କୌଣସି ବିପଦ ନଜର ଆସେ , ତ ଏହା କାହା ପାଇଁ ଠିକ୍‌ ହେବ ନାହିଁ। ସେ କହିଛନ୍ତି –ଆମେରିକା , ଜାପାନ ଓ ଦକ୍ଷିଣ କୋରିଆ ଦ୍ୱାରା ଭୁଲ୍‌ ସ୍ଥାନରେ ବଳପ୍ରୟୋଗର ବେପରୁଆ ବ୍ୟବହାର ନିଶ୍ଚିତ ଭାବେ ପ୍ରତିକୂଳ ପରିଣାମ ଆଣିବ।


ଏହି ବିବୃତ୍ତି ସେତେବେଳେ ଆସିଛି , ଯେତେବେଳେ ସିଓଲ ଓ ଏହାର ସହଯୋଗୀମାନେ ଦକ୍ଷିଣ କୋରିଆର ଜେଜୁ ଦ୍ୱୀପ ନିକଟରେ ନୌସେନା, ବାୟୁ ଓ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଅଭିଯାନକୁ ମିଶ୍ରଣ କରି ଅଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ଏପରି ହେବ ତେବେ ଆଗକୁ ପରିସ୍ଥିତି ଭୟାନକ ନିଶ୍ଚୟ।


Kim Jong Un’s Sister Threatens Three Nations | Argus News | Argus News