Videos
|
International

ଉତ୍ତର କୋରିଆର ଅତ୍ୟଧିକ ସନ୍ଦେହଜନକ ମନୋଭାବକୁ ନେଇ ଚର୍ଚ୍ଚା ଜୋର୍

Smruti Parija
Browse all articles by Smruti Parija
·1 year ago·2 min read
ଉତ୍ତର କୋରିଆର ଅତ୍ୟଧିକ ସନ୍ଦେହଜନକ ମନୋଭାବକୁ ନେଇ ଚର୍ଚ୍ଚା ଜୋର୍

Key Points

ଉତ୍ତର କୋରିଆର ବିଚିତ୍ର ନୀତି
ଯେଉଁଠି ଯେଉଁଠି କିମ୍ ବସିଥିଲେ, ଯେଉଁ ଜିନିଷ ବ୍ୟବହାର କରିଥିଲେ
ସେ ସବୁ ଜିନିଷ, ସ୍ଥାନକୁ ଗୋଟି ଗୋଟି କରି ପୋଛା ଗଲା
ଗ୍ଲାସ୍, ଚୌକି, ଅନ୍ୟାନ୍ୟ ବସ୍ତୁ ସବୁ ପୋଛିଲେ କିମ୍ ଙ୍କ ଅଙ୍ଗରକ୍ଷୀ

ବିଚିତ୍ର ନୀତି, ଅଜବ ଚିନ୍ତାଧାରା ପାଇଁ ସବୁବେଳେ ଚର୍ଚ୍ଚିତ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ । ଚୀନ୍ ଗସ୍ତରେ ଥିବାବେଳେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହିତ ବେଜିଂରେ ଚୀନ୍ ସାମରିକ ପରେଡ୍ ରେ ଯୋଗ ଦେଇଥିଲେ । ଏହି ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ବୈଠକ ପରେ ଉତ୍ତର କୋରିଆର ସୁରକ୍ଷା କର୍ମୀମାନେ କିମ୍ ଜଙ୍ଗ ଉନ୍ ଦ୍ୱାରା ସ୍ପର୍ଶ କରାଯାଇଥିବା ପ୍ରତ୍ୟେକ ଜିନିଷକୁ ସଫା କରୁଥିବାର ଦେଖିବାକୁ ମିଳିଛି । କିମ୍ ଜଙ୍ଗ ଉନ୍ ଙ୍କ ଅଙ୍ଗରକ୍ଷୀମାନେ ଚେୟାର ଏବଂ ଟେବୁଲରେ ଲାଗିଥିବା ତାଙ୍କର ଡିଏନଏ ବାହାର କରିବାକୁ ଚେଷ୍ଟା କରୁଥିଲେ ।



ଯେତେବେଳେ ଚୀନ୍ ରାଜଧାନୀ ବେଜିଂରେ ଏକ ବିଶାଳ ସାମରିକ ପରେଡ୍ ପରେ କିମ୍ ଜଙ୍ଗ ଉନ୍ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହାପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ବୈଠକକୁ ଚୀନ୍ ଶକ୍ତିର ଏକ କୂଟନୈତିକ ପ୍ରଦର୍ଶନ ଭାବରେ ଦେଖାଯାଉଛି । ଟେଲିଗ୍ରାମରେ ପୋଷ୍ଟ ହୋଇଥିବା ଫୁଟେଜରେ, ବୈଠକ ଶେଷ ହେବା ମାତ୍ରେ କିମ୍ ଙ୍କ ଦୁଇ ସହଯୋଗୀ ଦ୍ରୁତ ଗତିରେ ସଫେଇ କାର୍ଯ୍ୟ କରୁଥିବା ଦେଖାଯାଉଛି । ଜଣେ କର୍ମଚାରୀ କିମ୍ ବସିଥିବା ଚେୟାରର ପଛ ପାର୍ଶ୍ୱକୁ ସତର୍କତାର ସହ ସଫା କରୁଥିବା ବେଳେ ଅନ୍ୟ ଜଣେ ଫରେନ୍ସିକ ବିଶେଷଜ୍ଞ ତାଙ୍କ ପାନୀୟ ଗ୍ଲାସ୍ ଏକ ଟ୍ରେ କୁ ପୋଛୁଥିବାର ଦେଖିବାକୁ ମିଳିଥିଲା ।

ଡିଏନଏର ପ୍ରମାଣ ହାସଲ ଦ୍ୱାରା ବିଦେଶୀ ଶକ୍ତି ଏହାର ଅପବ୍ୟବହାର କରିବା ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ଆଉ ଏହି ଘଟଣା ଉତ୍ତର କୋରିଆର ଅତ୍ୟଧିକ ଗୋପନୀୟତାକୁ ପ୍ରତିଫଳିତ କରୁଛି । ଉତ୍ତର କୋରିଆର ଏହି ଅତ୍ୟଧିକ ସନ୍ଦେହଜନକ ମନୋଭାବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ପ୍ରଥମ ଥର ପାଇଁ ଦେଶ ବାହାରକୁ ଯାତ୍ରା କରିଛନ୍ତି କିମ୍ ଙ୍କ ଝିଅ । ଯେତେବେଳେ ଟ୍ରେନରୁ କିମ୍ ଓହ୍ଲାଇଥିଲେ ସେତେବେଳେ ଜଣେ ଝିଅ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେହି ଝିଅଟି ହେଉଛି କିମ୍ ଜଙ୍ଗ ଉନ୍ ଙ୍କ ଝିଅ କିମ୍ ଜୁ ଏ । ଜୁ ପ୍ରଥମ ଥର ପାଇଁ ତାଙ୍କ ପିତାଙ୍କ ସହିତ ଦେଶ ବାହାରକୁ ଆସିଥିବାର ଦେଖିବାକୁ ମିଳିଛି । ବିଶ୍ୱାସ କରାଯାଏ ଯେ ଜୁ ତାଙ୍କ ପିତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ । ଜୁ ଏ ଙ୍କ ବିଷୟରେ ବିଶେଷ କିଛି ତଥ୍ୟ ସାର୍ବଜନୀନ କରାଯାଇନଥିବାବେଳେ କେବଳ ଏତିକି ଜଣାପଡିଛି ଯେ ତାଙ୍କ ବୟସ 18 ବର୍ଷରୁ କମ୍ । କିମ୍ ଜୁ ଏ ହେଉଛନ୍ତି ଉତ୍ତର କୋରିଆ ନେତାଙ୍କ ଏକମାତ୍ର ସନ୍ତାନ । ଯାହାକୁ ସେ କେବଳ ଦେଶକୁ ନୁହେଁ ବରଂ ବିଶ୍ୱକୁ ମଧ୍ୟ ପରିଚିତ କରାଉଛନ୍ତି।

ଜୁ ଏଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ତାଙ୍କୁ ଅନେକ ଲୋକଙ୍କ ସହିତ ମିଶିବାକୁ ଅନୁମତି ଦିଆଯାଇନାହିଁ । ସେ କୌଣସି ସ୍କୁଲକୁ ମଧ୍ୟ ଯାଇନାହାଁନ୍ତି । ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗରେ ଥିବା ସ୍ୱତନ୍ତ୍ର ଶିକ୍ଷକଙ୍କ ଏକ ଟିମ୍ ଜୁ ଏଙ୍କ ଘରକୁ ଆସି ତାଙ୍କୁ ଶିକ୍ଷା ଦେଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଘରେ ହର୍ସ ରାଇଡିଂ ଏବଂ ପହଁରିବା ତାଲିମ ମଧ୍ୟ ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kim-jong-uns-staff-cleans-dna-traces-after-his-meeting-with-putin-argus news | Argus News