Videos
|
International

କାହିଁକି ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍‌ ?

Banajyotshna Ray
Browse all articles by Banajyotshna Ray
·10 months ago·2 min read
କାହିଁକି ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍‌ ?

Key Points

ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍‌ ଜୋଙ୍ଗ୍‌ ଉନ୍‌

ଏହି ନାଁ କହିଦେଲା ଗପ୍ତଚର ସଂସ୍ଥା

ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ

ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାହାକୁ ଉତ୍ତରାଧିକାରୀ କରିବେ କିମ୍‌ ବୋଲି ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଏନେଇ ଦକ୍ଷିଣ କୋରିଆର ଏକ ଗୁପ୍ତଚର ସଂସ୍ଥା ଗୁରୁବାର ଦାବି କରିଛି। ୨୦୨୨ରେ ଜୁ ଏ’ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍‌ନାକୁ ଆସିଥିଲେ। ସେତେବେଳେ ଏକ ଆନ୍ତଃ ମହାଦେଶୀୟ ବାଲିଷ୍ଟିକ୍‌ ମିଶାଇଲ ଲଞ୍ଚ୍‌ ବେଳେ ବାପା କିମ୍‌ ଜୋଙ୍ଗ୍‌ଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ କେତେଜଣ ବିଶେଷଜ୍ଞଙ୍କ ମତରେ ଜୁ ଏ’ଙ୍କର ଜଣେ ବଡ଼ ଭାଇ ମଧ୍ୟ ରହିଛନ୍ତି, ଯାହାଙ୍କୁ ଗୁପ୍ତ ଭାବରେ ଉତ୍ତର କୋରିଆର ପରବର୍ତ୍ତୀ ନେତା ଭାବରେ ପ୍ରସ୍ତୁତ କରାଯାଉଛି।


ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ ଝିଅ କିମ୍‌ ଜୁ ଏ’ଙ୍କୁ ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ନିକଟରେ କିମ୍‌ଙ୍କ ବେଜିଂ ଗସ୍ତ ବେଳେ ଝିଅ ଜୁ ଏ’ ମଧ୍ୟ ତାଙ୍କ ସହ ନଜରକୁ ଆସିଥିଲେ। କିମ୍‌ଙ୍କ ସହ ଜୁ ଏ’ଙ୍କର ଏହା ପ୍ରଥମ ସରକାରୀ ବିଦେଶ ଗସ୍ତ ଥିଲା, ଯାହା ତାଙ୍କୁ ସାରା ବିଶ୍ୱରେ ଚର୍ଚ୍ଚିତ କରାଇଥିଲା। ଚାଇନା ଗସ୍ତ ପରେ କିମ୍‌ଙ୍କ ସମ୍ଭାବିତ ଉତ୍ତରାଧିକାରୀ ଭାବେ ଝିଅ ଜୁ ଏ’ଙ୍କ ସ୍ଥିତି ମଜଭୁତ ହୋଇଥିବା ନେଇ ଦକ୍ଷିଣ କୋରିଆ ଗୁପ୍ତଚର ସଂସ୍ଥା ଆକଳନ କରିଛି। କିମ୍‌ଙ୍କ ସହ ବିଦେଶ ଯାତ୍ରା କରିଥିବାରୁ ଝିଅ ଜୁ ଏ’ ତାଙ୍କ ଉତ୍ତରାଧିକାରୀ ହେବା ନେଇ ପର୍ଯ୍ୟାପ୍ତ ସଙ୍କେତ ମିଳିଛି ବୋଲି ଦକ୍ଷିଣ କୋରିଆ ସଂସଦୀୟ ଗୋଇନ୍ଦା କମିଟିର ଜଣେ ସଦସ୍ୟ ତଥା ଦେଶର ଆଇନ ପ୍ରଣେତା ଲି ସେଓଙ୍ଗ କ୍ୱେଅନ୍‌ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ କମିଟିର ସଦସ୍ୟଙ୍କୁ ଉକ୍ତ ଗୁପ୍ତଚର ସଂସ୍ଥା ଅବଗତ କରାଇଛି। ଜୁ ଏ’ଙ୍କୁ କିମ୍‌ଙ୍କ ସ୍ବୀକୃତିପ୍ରାପ୍ତ ଉତ୍ତରାଧିକାରୀ ଭାବେ ଦକ୍ଷିଣ କୋରିଆ ଗ୍ରହଣ କରୁଛି ଏବଂ ବାପାଙ୍କ ଚାଇନା ଗସ୍ତରେ ତାଙ୍କ ଅଂଶଗ୍ରହଣକୁ ଉତ୍ତରାଧିକାରୀ ଭାବେ ତାଙ୍କୁ ପ୍ରସ୍ତୁତ କରିବା ଯୋଜନାର ଅଂଶବିଶେଷ ବୋଲି ସେ କହିଛନ୍ତି।

Why Did Kim Announce His Successor? | Argus News | Argus News