KitKat Theft / ୧୨ ଟନ୍ କିଟକାଟ୍ ଲୁଟ୍, କିଏ କଲା ଏହି ଲୁଟ୍ ?

Key Points
୧୨ ଟନ୍ କିଟକାଟ୍ ଲୁଟ୍, କିଏ କଲା ଏହି ଲୁଟ୍ ?
୧୨ ଟନ୍ କିଟକାଟ୍ ଚକୋଲେଟ୍ ଲୁଟ୍ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରମୁଖ ପର୍ବ ଇଷ୍ଟର୍ ପୂର୍ବରୁ ଚୋରି ହୋଇଛି ୧୨ ଟନର ଚକୋଲେଟ୍ । ଏଭଳି ସଙ୍ଗୀନ ଅଭିଯୋଗ କରିଛି ସୁଇସ୍ ଫୁଡ୍ ବ୍ରାଣ୍ଡ୍ ନେସଲେ କମ୍ପାନୀ । ଇଷ୍ଟର ପର୍ବ ଅବସରରେ ସେଣ୍ଟ୍ରାଲ୍ ଇଟାଲୀରୁ ପୋଲାଣ୍ଡ ଅଭିମୁଖେ ଯାଉଥିବା ବିପୁଳ ଚକୋଲେଟ୍ ବୋଝେଇ ଟ୍ରକରୁ ୧୨ ଟନ୍ ର କିଟ୍ କାଟ୍ ଚକୋଲେଟ୍ ବାର୍ ଲୁଟ୍ ହୋଇଛି। ପ୍ରାୟ ୪ ଲକ୍ଷ ୧୩ ହଜାର ୭୯୩ ୟୁନିଟ୍ ଚକୋଲେଟ୍ ବୋଝେଇ ଟ୍ରକଟି ପୋଲାଣ୍ଡ ଅଭିମୁଖେ ଯାଉଥିବା ବେଳେ ଏହାକୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି ।
ତେବେ ଏତେ ପରିମାଣର ଚକୋଲେଟ୍ ଚୋରି ହୋଇଥିବାରୁ ଇଟାଲୀ ସମେତ ପୋଲାଣ୍ଡ ଭଳି ପାଶ୍ଚାତ୍ୟ ଦେଶଗୁଡ଼ିକର ବିଭିନ୍ନ ଷ୍ଟୋରରେ ଚକୋଲେଟ୍ ର ଘୋର ଅଭାବ ପରିଲକ୍ଷିତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଚକୋଲେଟରେ ସ୍ବତନ୍ତ୍ର ବାର୍ କୋଡ୍ ଲାଗିଥିବା ବେଳେ ଏହାକୁ ଆଧାର କରି ଚୋରିର ସନ୍ଧାନ କରାଯାଉଥିବା କମ୍ପାନୀ କହିଛି ।
ଇଷ୍ଟର ପର୍ବ ଅବସରରେ ଏହି ଚକୋଲେଟକୁ ବିଭିନ୍ନ ଦୋକାନକୁ ରପ୍ତାନୀ କରାଯାଉଥିବା ବେଳେ ଲୁଟ୍ ହୋଇଛ। ତେବେ ଖ୍ରୀଷ୍ଟିୟାନ୍ ପରମ୍ପରା ଅନୁଯାୟୀ, ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଇଷ୍ଟର ଅବସରରେ ପ୍ରାୟ ୪୦ ଦିନର ଉପବାସ ଭାଙ୍ଗିବା ପାଇଁ ଚକୋଲେଟ୍ ସେବନ କରିଥା’ନ୍ତି। ୧୯ଶହ ଶତାବ୍ଦୀରୁ ଚାଲି ଆସୁଥିବା ଏହି ପରମ୍ପରାରେ ଚକୋଲେଟ୍ ଖାଇ ଖ୍ରୀଷ୍ଟଧର୍ମୀମାନେ ସେମାନଙ୍କ ଉପବାସ ଭଙ୍ଗ କରିଥା’ନ୍ତି ।
📱 Get Argus News App
✨Related Topics
Explore more stories