Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜର୍ମାନ ଷ୍ଟେସନରେ ଯାତ୍ରୀଙ୍କ ଉପରକୁ ଛୁରିରେ ଆକ୍ରମଣ: ୧୮ ଆହତ

International

ଜର୍ମାନ ଷ୍ଟେସନରେ ଯାତ୍ରୀଙ୍କ ଉପରକୁ ଛୁରିରେ ଆକ୍ରମଣ: ୧୮ ଆହତ

Ritu Das
Browse all articles by Ritu Das
·1 year ago·1 min read
ଜର୍ମାନ ଷ୍ଟେସନରେ ଯାତ୍ରୀଙ୍କ ଉପରକୁ ଛୁରିରେ ଆକ୍ରମଣ: ୧୮ ଆହତ

Key Points

ଜର୍ମାନର ହାମବର୍ଗରେ ଛୁରୀ ଆକ୍ରମଣରେ ୧୮ ଜଣ ଆହତ

ଜର୍ମାନର ହାମବର୍ଗରେ ଛୁରୀ ଆକ୍ରମଣରେ ୧୮ ଜଣ ଆହତ ହୋଇଛନ୍ତି। ଜର୍ମାନୀର ଖବରକାଗଜ ବିଲ୍ଡ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏକ ରେଳ ଷ୍ଟେସନରେ ଘଟିଯାଇଛି ଅପ୍ରକାର ଅଭାବନୀୟ ଘଟଣା। ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି। ଆହତଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏ ନେଇ ହାମବର୍ଗ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ; ଆହତଙ୍କ ସଂଖ୍ୟା ନେଇ କୌଣସି ସଠିକ ସୂଚନା ନାହିଁ । କିନ୍ତୁ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ କହିବା ଅନୁସରେର ଜଣେ 39 ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି। ଘଟଣାର ଅଳ୍ପ ସମୟ ଭିତରେ ଆକ୍ରମଣ ଭିଆଇଥିବା ମହିଳାଙ୍କୁ ଗିରଫ କରାଯାଇଥିଲା; ହେଲେ ଆକ୍ରମଣର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ନାହିଁ ।


ଆକ୍ରମଣକାରୀ ମହିଳା ଷ୍ଟେସନରେ ଟ୍ରାକ ୧୩ ଏବଂ ୧୪ ମଧ୍ୟରେ ପ୍ଲାଟଫର୍ମ ଲୋକଙ୍କୁ ଟାର୍ଗେଟ କରିଥିଲେ। ଜର୍ମାନୀର ଦ୍ୱିତୀୟ ବୃହତ୍ତମ ସହର ହାମବର୍ଗର ସହର। ସନ୍ଧ୍ୟା ୬ଟାବେଳେ ହାମବର୍ଗ ଷ୍ଟେଶନରେ ଏ ଅଘଟଣ ଘଟିଥିଲା । ଏକ ହାଇସ୍ପିଡ୍ ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପରେ ଷ୍ଟେଶନରେ ଉପସ୍ଥିତ ଯାତ୍ରୀ ସେଥିରେ ଚଢ଼ୁଥିବାବେଳେ ଆଉ କିଛି ଟ୍ରେନରୁ ଓହ୍ଲାଉଥିବା ସମୟରେ ମହିଳା ଜଣଙ୍କ ଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଘଟଣା ପରେ ଟ୍ରେନ୍ ଯିବାରେ ବିଳମ୍ବ ହୋଇଥିଲା । ଯାତ୍ରୀମାନେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ହମବର୍ଗ ପୋଲିସ ଅଧିକାରୀ ଫ୍ଲୋରିଆନ୍ ଆବେନସେଥ କହିଛନ୍ତି, ଘଟଣା ପଛର କାରଣ ଜଣାପଡ଼ି ନାହିଁ । ମହିଳାଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି । ମହିଳା ମାସିକ ବିକାର ଗସ୍ତ କି ନୁହେଁ ସେ ଦିଗରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
knife-attack-on-passengers-at-german-station-18-injured | Argus News