Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସ୍ପେସ ଷ୍ଟେସନରେ ଏମିତି ହୁଏ ଦିନରାତି, ଜାଣନ୍ତୁ କିପରି ଚାଲେ ସେଠାରେ ସମୟ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସ୍ପେସ ଷ୍ଟେସନରେ ଏମିତି ହୁଏ ଦିନରାତି, ଜାଣନ୍ତୁ କିପରି ଚାଲେ ସେଠାରେ ସମୟ...

Key Points

ଧରିତ୍ରୀରେ ଗୋଟେ ଦିନ ସୂର୍ଯ୍ୟୋଦୟ ଏବଂ ଗୋଟେଦିନ ସୂର୍ଯ୍ୟାସ୍ତ ହୋଇଥାଏ । କିନ୍ତୁ ସ୍ପେସ ଷ୍ଟେସନରେ ୨୪ ଘଣ୍ଟାରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ୧୬ ଥର ସୂର୍ଯ୍ୟାସ୍ତ ହୁଏ । ଏହି ହିସାବରେ ଦେଖାଗଲେ ସେଠାରେ କେବଳ ୯୦ ମିନିଟରେ ଗୋଟେ ଦିନ ଏବଂ ୯୦ ମିନିଟରେ ଗୋଟେ ଦିନରେ ରାତି ହୁଏ ।

ଭାରତର ବାୟୁସେନା କ୍ୟାପଟେନ ଶୁଭାଂଶୁ ଶୁକ୍ଲା ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ରହିଛନ୍ତି । ତାଙ୍କ ସହ ତାଙ୍କର ଆଉ ୩ ଜଣ ସାଥି ମହାକାଶଚାରୀ ମଧ୍ୟ ରହିଛନ୍ତି । ସେମାନେ ୧୪ ଦିନ ପାଇଁ ଅନ୍ତରୀକ୍ଷରେ ରହିବାକୁ ସ୍ଥିର କରିଛନ୍ତି । ତେବେ ସ୍ପେସ ଷ୍ଚେସନକୁ ନେଇ ମନରେ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ । ଯେମିତି କି ସ୍ପେସ ଷ୍ଟେସନରେ କେତେବେଳେ ଦିନ ରାତି ହୁଏ, ସେଠାରେ କେତେ ଘଣ୍ଟାରେ ଗୋଟେ ଦିନ ହୋଇଥାଏ , ଏବଂ ସ୍ପେସରେ ଟାଇମ ଜୋନ କେମିତି କାମ କରିଥାଏ ।


ଧରିତ୍ରୀରେ ଗୋଟେ ଦିନ ସୂର୍ଯ୍ୟୋଦୟ ଏବଂ ଗୋଟେଦିନ ସୂର୍ଯ୍ୟାସ୍ତ ହୋଇଥାଏ । କିନ୍ତୁ ସ୍ପେସ ଷ୍ଟେସନରେ ୨୪ ଘଣ୍ଟାରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ୧୬ ଥର ସୂର୍ଯ୍ୟାସ୍ତ ହୁଏ । ଏହି ହିସାବରେ ଦେଖାଗଲେ ସେଠାରେ କେବଳ ୯୦ ମିନିଟରେ ଗୋଟେ ଦିନ ଏବଂ ୯୦ ମିନିଟରେ ଗୋଟେ ଦିନରେ ରାତି ହୁଏ । ହେଲେ ପୃଥିବୀରେ ଏହା ୧୨ ଘଣ୍ଟାରେ ହୋଇଥାଏ । ସ୍ପେସ ଷ୍ଟେସନ ପୃଥିବୀ ଚାରିପଟେ ବୁଲିବା ବେଳେ ୪୫ ମିନିଟ ଯାଏ ସୁର୍ଯ୍ୟ କିରଣରେ ରହିଥାଏ, ବାକି ୪୫ ମିନିଟ ପୃଥିବୀର ଛାଇରେ ରହିଥାଏ । ୨୪ ଘଣ୍ଟା ଭିତରେ ସ୍ପେସ ଷ୍ଟେସନ ପୃଥିବୀ ଚାରିପଟେ ୧୬ ଥର ଚକ୍କର ଲଗାଇଥାଏ । ତେବେ ଟାଇମ ଜୋନର କଥା ଯଦି କୁହାଯାଏ ତେବେ ସେଠାରେ ବୈଶ୍ଵିକ ମାନଦଣ୍ଡ ଅନୁଯାୟୀ କୋର୍ଡିନେଟେଡ ୟୁନିଭର୍ସାଲ ଟାଇମ ଜୋନର ବ୍ୟବହାର କରାଯାଏ ଯାହାଦ୍ଵାରା ଦୂନିଆର ଅନ୍ୟ ଦେଶ ମାନଙ୍କ ସହ ସମୟ ସହଯୋଗରେ କୌଣସି ସମସ୍ୟା ହୋଇନଥାଏ । ଏହି ଟାଇମ ଜୋନକୁ ଗ୍ରୀନବିଚ ମିନ ଟାଇମ ବୋଲି କୁହାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored