Donald Trump / ଟ୍ରମ୍ପଙ୍କୁ ମାଡ଼ି ଆସୁଛି ବଡ଼ ବିପଦ, ୭ ଦେଶ ପଠାଇଲେଣି ସୈନ୍ୟ

Key Points
ଆମରିକାକୁ ମାଡ଼ି ଆସୁଛି ବଡ଼ ବିପଦ । ଟ୍ରମ୍ପଙ୍କ ମନମାନି ବିରୋଧରେ ଏକାଠି ହେଲେଣି ୭ ଦେଶର ସୈନ୍ୟ । ଯେବେଠାରୁ ଟ୍ରମ୍ପଙ୍କ ନଜର ଗ୍ରିନ୍ଲାଣ୍ଡ ଉପରେ ପଡ଼ିଛି, ସେବେଠାରୁ ସତେ ଯେମିତି ଟ୍ରମ୍ପଙ୍କୁ ଶନି ଗ୍ରାସ କରିଛି । ଗ୍ରିନ୍ଲାଣ୍ଡକୁ ଟ୍ରମ୍ପଙ୍କ ଧମକ ପରେ ୟୁରୋପୀୟ ଦେଶ ଏହା ବିରୋଧରେ ଏକାଠି ହୋଇଛନ୍ତି । ନାଟୋ ଦେଶର ସଦସ୍ୟମାନେ ‘ଅପରେସନ ଆର୍କିଟିକ ଏଣ୍ଡୁରାନ୍ସ’ ନାମରେ ଯୁଗ୍ମ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି।
ଏହି ଅପରେସନ ପାଇଁ ଫ୍ରାନ୍ସ ଏହାର ୨୭ ତମ ମାଉଣ୍ଟେନ ଇନଫାଣ୍ଟ୍ରି ବ୍ରିଗେଡର ୧୫ ଜଣ ସୈନ୍ୟଙ୍କୁ ଗ୍ରିନଲାଣ୍ଡ ପଠାଇଛି। ଜର୍ମାନୀ ୧୩ ଜଣ ସୈନ୍ୟ ଗ୍ରିନଲାଣ୍ଡକୁ ପଠାଇଛି। ନରୱେ, ନେଦରଲାଣ୍ଡ ଓ ଫିନଲାଣ୍ଡ ୨ ଜଣ ଲେଖାଏଁ ସୈନ୍ୟ ପଠାଇଛନ୍ତି। ବ୍ରିଟେନ୍ ଜଣେ ମିଲିଟାରୀ ଅଫିସରଙ୍କୁ ପଠାଇଛି। ସ୍ବିଡେନ ମଧ୍ୟ ଗ୍ରିନଲାଣ୍ଡକୁ ସୈନ୍ୟ ପଠାଇବ ବୋଲି କହିଛି। କିନ୍ତୁ ସ୍ବିଡେନ କେତେ ସୈନ୍ୟ ପଠାଇବ ତାହା ସ୍ପଷ୍ଟ କରିନାହିଁ ।
ତେବେ ସ୍ବିଡେନ କେତେ ସୈନ୍ୟ ପଠାଇବ ତାହା ସ୍ପଷ୍ଟ କରିନାହିଁ। ଡେନମାର୍କ ସେନା ସହିତ ୟୁରୋପୀୟ ଦେଶର ୩୫-୪୦ ସୈନ୍ୟ ଗ୍ରିନଲାଣ୍ଡ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଇଟାଲିର ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋ ଏହି ପୂରା ଅପରେସନକୁ ଉପହାସ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ପୋଲାଣ୍ଡ, ଇଟାଲି ଓ ତୁର୍କୀ ଗ୍ରିନଲାଣ୍ଡକୁ ସୈନ୍ୟ ପଠାଇବାକୁ ମନା କରିଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁ କହିଛନ୍ତି, ଆଗାମୀ ଦିନରେ ଗ୍ରିନଲାଣ୍ଡକୁ ସ୍ଥଳ ମାର୍ଗ, ଆକାଶ ତଥା ସମୁଦ୍ର ମାର୍ଗରେ ଅଧିକ ସୈନ୍ୟ ପଠାଯିବ। ସୈନ୍ୟ ସଂଖ୍ୟା କମ୍ ଥିଲେ ମଧ୍ୟ ଗ୍ରିନଲାଣ୍ଡ ପ୍ରସଙ୍ଗରେ ନାଟୋ ସଦସ୍ୟ ଏକାଠି ଥିବା ଏହା ଦର୍ଶାଉଛି।
ଅପରେସନ ଆର୍କିଟିକ ଏଣ୍ଡୁରାନ୍ସ ଡେନମାର୍କ ନେତୃତ୍ବରେ କାର୍ଯ୍ୟକାରୀ ହେଉଥିବାବେଳେ ଗ୍ରିନଲାଣ୍ଡରେ ଭବିଷ୍ୟତରେ ବଡ଼ଧରଣ ସୈନ୍ୟ ମୁତୟନ ଲକ୍ଷ୍ୟରେ ଏହା ଆରମ୍ଭ କରାଯାଇଛି। ଏହି ଅପରେସନ ଆର୍କଟିକ ଅଞ୍ଚଳରେ ସହଯୋଗୀ ଦେଶମାନଙ୍କରେ ସାମରିକ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ କରାଯାଉଛି। ଆଗକୁ ଗ୍ରିନଲାଣ୍ଡ ଚତୁପାର୍ଶ୍ବରେ ଅପରେସନ ଆର୍କଟିକ ସେଣ୍ଟ୍ରି ନାଁରେ ବଡ଼ଧରଣର ନାଟୋ ମିଶନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରହିଛି। ତେବେ ଏହା ଆରମ୍ଭ ହେବାକୁ ଅନେକ ବର୍ଷ ଲାଗିବ ବୋଲି ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ ପିସ୍ତୋରିସ୍ କହିଛନ୍ତି।
ୟୁରୋପୀୟ ସଂଘ ଆମେରିକା ଉପରେ ବାଣିଜ୍ୟ କଟକଣା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ଟ୍ରମ୍ପଙ୍କ ଶୁଳ୍କ ନୀତିର ଜବାବରେ ୟୁରୋପୀୟ ସଂଘ ଆମେରିକା ଉପରେ ବାଣିଜ୍ୟ କଟକଣା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି। ୟୁରୋପୀୟ ସଂଘ ‘ଟ୍ରେଡ୍ ବାଜୁକା’ ବ୍ୟବହାର କରିବାକୁ ବିଚାର କରୁଛି, ଯାହା ୟୁରୋପୀୟ ଦେଶଗୁଡ଼ିକ ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣା ବିରୋଧରେ କାର୍ଯ୍ୟ କରିବ।
ଦିନକ ପୂର୍ବରୁ ଟ୍ରମ୍ପ ଗ୍ରିନଲାଣ୍ଡକୁ କିଣିବାକୁ କହିଥିଲେ । ଯଦି ଜୁନ୍ ୧ ସୁଦ୍ଧା ଆମେରିକାକୁ ଗ୍ରିନଲ୍ୟାଣ୍ଡ ବିକ୍ରି କରିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ସମସ୍ତ NATO ଦେଶ ଉପରେ ଲାଗିବ ୧୦% ଟାରିଫ୍। ଏହି ନିଷ୍ପତ୍ତି ବିଶ୍ୱ ଅର୍ଥନୀତି ଏବଂ ସାମରିକ ମେଣ୍ଟରେ ଏକ ବଡ଼ ବିପର୍ଯ୍ୟୟର ସଙ୍କେତ ଦେଇଥିଲେ ଟ୍ରମ୍ପ ।
ଟ୍ରମ୍ପ ସ୍ପଷ୍ଟ କରିଥିଲେ, ଯେଉଁ NATO ଦେଶଗୁଡ଼ିକ ଡେନମାର୍କକୁ ସମର୍ଥନ କରି ଗ୍ରିନଲ୍ୟାଣ୍ଡରେ ସୈନ୍ୟ ମୁତୟନ କରିଛନ୍ତି, ସେମାନଙ୍କୁ ଆର୍ଥିକ ଦଣ୍ଡ ଭୋଗିବାକୁ ପଡ଼ିବ। ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଭଳି ପ୍ରମୁଖ ସହଯୋଗୀ ରାଷ୍ଟ୍ରମାନଙ୍କର ସାମଗ୍ରୀ ଉପରେ ତତ୍କାଳ ପ୍ରଭାବରୁ ୧୦% ଶୁଳ୍କ ଘୋଷଣା କରାଯାଇଛି । ଟ୍ରମ୍ପଙ୍କ ମତରେ, ଆମେରିକା ଏହି ଦେଶଗୁଡ଼ିକୁ ସୁରକ୍ଷା ଦେଉଛି, କିନ୍ତୁ ବଦଳରେ ସେମାନେ ଆମେରିକାର ସ୍ୱାର୍ଥକୁ ବିରୋଧ କରୁଛନ୍ତି । ଯଦି ଜୁନ୍ ୧ ସୁଦ୍ଧା ଗ୍ରୀନଲ୍ୟାଣ୍ଡ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ନହୁଏ, ତେବେ ଏହି ଟାରିଫ୍ ୨୫% କୁ ବୃଦ୍ଧି ପାଇବ, ଯାହା ବିଶ୍ୱ ବାଣିଜ୍ୟରେ ଏକ ଯୁଦ୍ଧ ପରି ସ୍ଥିତି ସୃଷ୍ଟି କରିବ ।
📱 Get Argus News App
✨Related Topics
Explore more stories