Lakshmi Mittal / ବ୍ରିଟେନ ଛାଡ଼ି ଦୁବାଇରେ ରହିବେ ଲକ୍ଷ୍ମୀ ଏନ୍ ମିତ୍ତଲ
·7 months ago·2 min read

Key Points
ଟିକସ ଯନ୍ତ୍ରଣାରେ ହଟ୍ଟହଟା ୭୫ ବର୍ଷୀୟ ସୁପର ରିଚ୍
ବ୍ରିଟେନ ଛାଡୁଛନ୍ତି ଭାରତୀୟ କୋଟିପତି
ବ୍ରିଟେନ ଛାଡୁଛନ୍ତି ଭାରତୀୟ କୋଟିପତି
ବ୍ରିଟେନ ଛାଡୁଛନ୍ତି ଭାରତରେ ଜନ୍ମିତ କୋଟିପତି ଲକ୍ଷ୍ମୀ ଏନ୍ ମିତ୍ତଲ । ଟିକସ କସଣରୁ ମୁକ୍ତି ପାଇଁ ସେ ବ୍ରିଟେନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ରହିଛି। ଭାରତର କୋଟିପତିଙ୍କ ମଧ୍ୟରୁ ଲକ୍ଷ୍ମୀ ଏନ୍ ମିତ୍ତଲ ହେଉଛନ୍ତି ଜଣେ। ଆର୍ସେଲର ମିତ୍ତଲ ପ୍ରତିଷ୍ଠାତା ଲକ୍ଷ୍ମୀ ମିତ୍ତଲଙ୍କର ଟୋଟାଲ ସମ୍ପତ୍ତିର ମୂଲ୍ୟ ୧୫.୪ ବିଲିୟନ ପାଉଣ୍ଡ ରହିଛି । ସେ ବ୍ରିଟେନର ୮ମ ଧନୀ ବ୍ୟକ୍ତି । ବ୍ରିଟେନ ସରକାର ବହୁ ପ୍ରତିକ୍ଷୀତ ଅତିଧନୀ ଟିକସ ଲାଗୁ କରିବାକୁ ଯାଉଛନ୍ତି । ଫଳରେ ଦେଶ ଛାଡିବାକୁ ଥିବା ବିଲିୟନେୟାରଙ୍କ ମଧ୍ୟରେ ମିତ୍ତଲ ରହିଥିବା ରିପୋର୍ଟ ପ୍ରକାଶ ପାଇଛି ।
ଦୁବାଇରେ ମିତ୍ତଲ ଏକ ବଡ ଘର କିଣିଛନ୍ତି । ସେହିଭଳି ୟୁଏଇରେ ନାଇଆ ଦ୍ୱୀପରେ ସେ ସମ୍ପତ୍ତି କିଣିଥିବା କୁହାଯାଉଛି । ଅଧିକ ଧନୀଙ୍କ ଉପରେ ଲେବର ପାର୍ଟି ସରକାର ଟିକସ ଲାଗୁ କରିବା ନିଷ୍ପତ୍ତି ଯୋଗୁ ମିତ୍ତଲ ବ୍ରିଟେନ ଛାଡୁଥିବା ଜାତୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ରାଜସ୍ଥାନ ଜନ୍ମିତ ମିତ୍ତଲ ସ୍ୱିଜରଲାଣ୍ଡରେ ନାଗରିକତା ଗ୍ରହଣ କରିଛନ୍ତି । ତେବେ ଦୁବାଇରେ ସେ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମ ପ୍ରକାଶ କରୁଛି ।
ବ୍ରିଟେନର ଅଷ୍ଟମ ସବୁଠାରୁ ଧନୀ ମିତ୍ତଲ :
୨୦୨୫ ରବିବାର ରିପୋର୍ଟ ଅନୁଯାୟୀ, ଧନୀ ତାଲିକା ଅନୁସାରେ ଆର୍ସେଲର ମିତ୍ତଲ ଷ୍ଟିଲୱାର୍କସର ପ୍ରତିଷ୍ଠାତା ଲକ୍ଷ୍ମୀ ମିତ୍ତଲଙ୍କ ସମ୍ପତ୍ତିର ଆକଳନ ୧୫.୪ ବିଲିୟନ ପାଉଣ୍ଡ (ପ୍ରାୟ ₹୧.୯୦ ଲକ୍ଷ କୋଟି) ଅଟେ। ଯାହା ତାଙ୍କୁ ବ୍ରିଟେନର ଅଷ୍ଟମ ସବୁଠାରୁ ଧନୀ ବ୍ୟକ୍ତି କରିଛି । ତେବେ ବର୍ତ୍ତମାନ ଲକ୍ଷ୍ମୀ ମିତ୍ତଲ କେଉଁଆଡେ ଯିବେ, କେଉଁଠି ରହିବେ ତାହା ପ୍ରଶ୍ନ ଘେରରେ ରହିଥିବାବେଳେ କୁହାଯାଉଛି ଯେ, ଲକ୍ଷ୍ମୀ ମିତ୍ତଲଙ୍କ ନୂଆ ଠିକଣା ଦୁବାଇ ହୋଇପାରେ। ରାଜସ୍ଥାନରେ ଜନ୍ମିତ ଲକ୍ଷ୍ମୀ ମିତ୍ତଲ ୟୁକେ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ବ୍ରିଟିଶ ଲେବର ପାର୍ଟି ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଅତି ଧନୀମାନଙ୍କ ପାଇଁ ପ୍ରତୀକ୍ଷିତ ଟିକସ ପରିବର୍ତ୍ତନ ନିକଟତର ହେଉଛି ।ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ ଇସ୍ପାତ ଟାଇକୁନ୍ ଲକ୍ଷ୍ମୀ ଏନ ମିତ୍ତଲଙ୍କ ନୂତନ ଘର ଏବେ ଦୁବାଇ ହୋଇପାରେ।
ଏହା ପୂର୍ବରୁ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲ ତାଙ୍କ ସାନ ଭାଇ ପ୍ରମୋଦ ମିତ୍ତଲ ଆର୍ଥିକ ସଙ୍କଟରେ ଫସିଯାଇଥିଲେ। ତାଙ୍କୁ ୧୬୦୦ କୋଟି ଟଙ୍କାର ସହାୟତା ଦେଇ ଲକ୍ଷ୍ମୀ ମିତ୍ତଲ ସାହାଯ୍ୟ କରିଥିଲେ। ପ୍ରମୋଦ ହେଉଛନ୍ତି ଗ୍ଲୋବାଲ୍ ଷ୍ଟିଲ୍ ହୋଲ୍ଡିଂ ନାମକ ସଂସ୍ଥାର ମାଲିକ। ତାଙ୍କ କଂପାନି ଉପରେ ଷ୍ଟେଟ୍ ଟ୍ରେଡିଂ କାର୍ପୋରେସନ (ଏସ୍ଟିସି)ର ୨୨୧୦ କୋଟି ଟଙ୍କା ବାକି ପଡ଼ିଥିଲା ଯାହାକୁ ପ୍ରମୋଦ ଦେଇପାରୁନଥିଲେ। ବଡ଼ ଭାଇ ଲକ୍ଷ୍ମୀ ୧୬୦୦ କୋଟି ଟଙ୍କାର ସହାୟତା ଦେବା ପରେ ସେ ନିଜ ମୁଣ୍ଡ ଉପରୁ ବାକିଥିବା ବୋଝ ହାଲୁକା କରିପାରିଥିଲେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories