Vijay Mallya / ପଳାତକ ମାଲ୍ୟା-ଲଳିତ ଏକାଠି, ଲଣ୍ଡନରେ ହେଲା ଜନ୍ମଦିନ ପାର୍ଟି, ଭିଡିଓ ଦେଖି ସବୁ କହିଲେ...
·9 months ago·2 min read

Key Points
ପଳାତକ ମାଲ୍ୟାଙ୍କ B'day ସେଲିବ୍ରେସନ୍ କଲେ ଲଳିତ ମୋଦି
ନିଜ ବାସଭବନରେ ଧୁମ୍ ନାଚିଲେ, ଫଟୋ ଭାଇରାଲ
ନିଜ ବାସଭବନରେ ଧୁମ୍ ନାଚିଲେ, ଫଟୋ ଭାଇରାଲ
ଦୀର୍ଘ ଦିନ ପରେ ନଜର ଆସିଲେ ପଳାତକ ବିଜୟ ମାଲ୍ୟା। ସେ ପୁଣି ନିଜର ଜନ୍ମଦିନ ଅବସରରେ। ଲଳିତ ମୋଦି ମାଲ୍ୟାଙ୍କ ଜନ୍ମଦିନ ପାଳନ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ପରେ ପ୍ରଶଂସକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ମେଲ୍ୟାଙ୍କ ଜନ୍ମଦିନ ପାର୍ଟିରେ କିଛି ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଅଭିନେତା ଇଡ୍ରିସ୍ ଇବା, ଫ୍ୟାସନ ଡିଜାଇନର ମନୋଭିରାଜ ଖୋସଲା, କିରଣ ମଜୁମଦାର ଶାହ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପୂର୍ବରୁ ଲଳିତ ନିଜର ୬୩ ତମ ଜନ୍ମଦିନ ପାଳନ କରିଥିଲେ । ଯେଉଁଥିରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ମାଲ୍ୟା ସାମିଲ ହୋଇଥିଲେ । ମେଫେୟାରର ଏକ୍ସକ୍ଲୁସିଭ୍ ମାଡକ୍ସ କ୍ଲବରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଥିରେ ଲଳିତ କେକ୍ କାଟୁଥିବା ନଜର ଆସିଥିଲେ ।
ଠିକ ସେହିପରି ଲଳିତ ମୋଦି ଏବଂ ବିଜୟ ମାଲ୍ୟା ପୁଣି ଥରେ ଏକାଠି ନଜର ଆସିଛନ୍ତି । ମାଲ୍ୟାଙ୍କ ୭୦ ଜନ୍ମଦିନ ଉପଲକ୍ଷେ ପାର୍ଟି ଦେଇଥିବାରୁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଯାହା ରିପ୍ଲାଏ ଦେଇଛନ୍ତି ଲଳିତ ମୋଦି । ବନ୍ଧୁ ବିଜୟଙ୍କ ପାଇଁ ପାର୍ଟିରେ ଯୋଗ ଦେଇଥିବାରୁ ରିଡେଲଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମାଲ୍ୟାଙ୍କ ପାଇଁ ପାର୍ଟି ରଖିଲେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଲିତ ମୋଦି । ଲଣ୍ଡନରେ ଭବ୍ୟ ଭୋଜିର ଆୟୋଜନ କରାଯାଇଥିଲା । ଏପରି କିଛି ଦେଖିବାକୁ ମିଳିଛି ଭାରତରୁ ପଳାୟନ କରିଥିବା ଶିଳ୍ପପତି ବିଜୟ ମାଲ୍ୟାଙ୍କ ଜନ୍ମ ଦିନର ପାର୍ଟିରେ । ତାହା ପୁଣି ଲଳିତଙ୍କ ବାସଭବନରେ ।
ଏଥିସହ ପଢ଼ନ୍ତୁ: ଲାଇଭ୍ ମ୍ୟାଚରେ ଦୁଇ ଖେଳାଳିଙ୍କ ମଧ୍ୟରେ ହେଲା ଝଗଡ଼ା, ଭିଡିଓ ହେଉଛି ଭାଇରାଲ...
ରିପୋର୍ଟ ଅନୁସାରେ, ମାଲ୍ୟାଙ୍କ ଜନ୍ମ ଦିନ ପାଇଁ ଲଳିତ ନିଜର ବେଲଗ୍ରେଭ୍ ସ୍ଥିତ ବାସଭବନରେ ଏକ ପାର୍ଟିର ଆୟୋଜନ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜିମ୍ ରିଡେଲ୍ ନାମକ ଜଣେ ଫଟୋ ଗ୍ରାଫର ଉଭୟ ମାଲ୍ୟା ଏବଂ ଲଳିତଙ୍କ ଫଟୋ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଧନ୍ୟବାଦ ବୋଲି ଲେଖିଛନ୍ତି । ଖାଲି ଏତିକି ନୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ରିଡଲେ ନିମନ୍ତ୍ରଣ ପତ୍ର ସେୟାର କରିଛନ୍ତି । ଇନଷ୍ଟାରେ ସେ ଲେଖିଛନ୍ତି ଯେ, କିଙ୍ଗ୍ ଅଫ୍ ଗୁଡ୍ ଟାଇମ୍ସଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ଯାହା ସନ୍ଧ୍ୟାରେ ଆୟୋଜନ ହେବ । ନିମନ୍ତ୍ରଣ ପତ୍ରରେ ମାଲ୍ୟାଙ୍କ ଏକ କାର୍ଟୁନ୍ ଆକାରର ଫଟୋ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଜୀବନ ଅନେକ ଅଙ୍କାବଙ୍କା ରାସ୍ତା ଦେଇ ଗତି କରିଥିଲା। ୧୭ଟି ଭାରତୀୟ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନରେ ଆତ୍ମଗୋପନ କରିଛନ୍ତି। ସେ ଭାରତ ଫେରିବେ ବୋଲି ଅନେକ ଥର ଚର୍ଚ୍ଚା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫେରିନାହାନ୍ତି। ମାଲ୍ୟା ନିଜକୁ ସର୍ବଦା ଗୁଡ୍ ଟାଇମ୍ର କିଙ୍ଗ୍ ବୋଲି କହିଥାନ୍ତି। ମାତ୍ର ତାଙ୍କ ଜୀବନ ଅନେକ କଷ୍ଟକର ଥିଲା। ବିଜୟଙ୍କ ପିତା ବିଟଲ ମାଲ୍ୟା କର୍ନାଟକର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ଯେତେବେଳେ ମାଲ୍ୟା ଖୁବ୍ କମ ବୟସରେ ପିତାଙ୍କ ବ୍ୟବସାୟ ସମ୍ଭାଳିଥିଲେ। ସେ ଏହି ବ୍ୟବସାୟକୁ ଏତେ ବଢ଼ାଇଦେଲେ ଯେ ଭାରତୀୟ ଶିଳ୍ପରେ ଏକ ଉଦାହରଣ ପାଲଟିଗଲେ। ଏହା ପରେ ସେ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଲାଗିଲେ। ତାଙ୍କ ନିକଟରେ କୌଣସି ଜିନିଷର ଅଭାବ ନ ଥିଲା। କିନ୍ତୁ ପରେ ସେ ଠକେଇ କରି ଫେରାଇ ହୋଇଯାଇଥିଲେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories