Videos
|
International

ବ୍ରିଟେନ୍ ଇତିହାସରେ ସବୁଠୁ ବଡ଼ ପ୍ରତିବାଦ, କାହିଁକି ଏକାଠି ହେଲେ ଲକ୍ଷେରୁ ଅଧିକ ଲୋକ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବ୍ରିଟେନ୍ ଇତିହାସରେ ସବୁଠୁ ବଡ଼ ପ୍ରତିବାଦ, କାହିଁକି ଏକାଠି ହେଲେ ଲକ୍ଷେରୁ ଅଧିକ ଲୋକ ?

Key Points

ବାକ୍ ସ୍ଵାଧୀନତା ପ୍ରତି ସରକାରଙ୍କ ଆଭିମୁଖ୍ୟ, ପ୍ରବାସୀ ଓ ଜନଜଣନା ଭଳି ପ୍ରସଙ୍ଗକୁ ନେଇ ଲଣ୍ଡନରେ ଲୋକ ଏକାଠି ହୋଇଛନ୍ତି । ବିରାଟ ପ୍ରତିବାଦରେ ସାମିଲ୍ ହୋଇଥିବା ଲୋକ କହୁଛନ୍ତି, ସରକାର ସେମାନଙ୍କୁ ଉପେକ୍ଷା କରୁଛନ୍ତି ।

ଲଣ୍ଡନ: ନେପାଳ, ଫ୍ରାନ୍ସ ପରେ ଏବେ ଲଣ୍ଡନ । ଜଳିଲା ବିରୋଧର ନିଆଁ । ରବିବାର ବ୍ରିଟେନ୍ ଦେଖୁଛି ଇତିହାସରେ ସବୁଠୁ ବଡ଼ ପ୍ରତିବାଦ । ପ୍ରବାସୀଙ୍କୁ ବିରୋଧ କରି ଲଣ୍ଡନରେ ବିରାଟ ପ୍ରତିବାଦ ହେଉଛି । ଯେଉଁଥିରେ ଲକ୍ଷେରୁ ଅଧିକ ଲୋକ ସଡ଼କକୁ ଓହ୍ଲାଇ ଆସିଥିବା ଆକଳନ କରାଯାଇଛି ।


'Unite the Kingdom' ରାଲି ନାଁରେ ଲକ୍ଷାଧିକ ଲୋକ ଏକଜୁଟ୍ ହୋଇଛନ୍ତି । ଆଉ ବିରୋଧ, ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଲୋକଙ୍କ ରୋଷର ଶିକାର ହୋଇଛି । ଲଣ୍ଡନରେ ହେଉଥିବା ବିରୋଧ ପ୍ରଦର୍ଶନର ନେତୃତ୍ଵ ନେଉଛନ୍ତି ଟମି ରବିନସନ୍ । ଏହାକୁ ବ୍ରିଟେନ୍ ଇତିହାସରେ ସବୁଠୁ ବଡ଼ ରାଜନୈତିକ ପ୍ରଦର୍ଶନ ବୋଲି କୁହାଯାଉଛି ।


ବାକ୍ ସ୍ଵାଧୀନତା ପ୍ରତି ସରକାରଙ୍କ ଆଭିମୁଖ୍ୟ, ପ୍ରବାସୀ ଓ ଜନଜଣନା ଭଳି ପ୍ରସଙ୍ଗକୁ ନେଇ ଲଣ୍ଡନରେ ଲୋକ ଏକାଠି ହୋଇଛନ୍ତି । ବିରାଟ ପ୍ରତିବାଦରେ ସାମିଲ୍ ହୋଇଥିବା ଲୋକ କହୁଛନ୍ତି, ସରକାର ସେମାନଙ୍କୁ ଉପେକ୍ଷା କରୁଛନ୍ତି । ଏହି ପ୍ରତିବାଦରେ ସାମିଲ୍ ହୋଇଛନ୍ତି ଟେସ୍‌ଲା ସିଇଓ ଏଲନ୍ ମସ୍କ ।


ଆନ୍ଦୋଳନର ନେତୃତ୍ଵ ନେଇଥିବା ଟମି ରବିନସନଙ୍କ ସହ କଥା ହୋଇଛନ୍ତି ଏଲନ୍ ମସ୍କ । କହିଛନ୍ତି, 'ହିଂସା ତୁମ ପାଖକୁ ଆସୁଛି । ଲଢ଼ ନଚେତ୍ ମର ।' ଏପରିକି ଏଲନ୍ ମସ୍କ ବ୍ରିଟେନ୍ ସଂସଦ ଭଙ୍ଗ କରିବାକୁ ଦାବି କରିଛନ୍ତି । କହିଛନ୍ତି, 'ସରକାର ବଦଳାଇବାକୁ ପଡ଼ିବ ।'

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଲକ୍ଷାଧିକ ଲୋକଙ୍କ ପ୍ରତିବାଦ ବେଳେ ଅନେକ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ପୋଲିସକୁ ବିଧା, ଗୋଇଠା ମାରିବା ସହ ପାଣି ବୋତଲ ଫିଙ୍ଗିଛନ୍ତି ଆନ୍ଦୋଳନକାରୀ । ଏଥିରେ ପ୍ରାୟ ୨୬ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।


ଟମି ରବିନସନ୍‌ଙ୍କ ନେତୃତ୍ଵରେ ବ୍ରିଟେନ୍‌ରେ ପ୍ରବାସୀ ରହୁଥିବା ହୋଟେଲ୍ ଆଗରୁ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରାୟ ୫ ହଜାର ଲୋକ ସାମିଲ୍ ହେବେ ବୋଲି ଆକଲନ କରାଯାଉଥିଲା । କିନ୍ତୁ ଲକ୍ଷେରୁ ଅଧିକ ପ୍ରଦର୍ଶନକାରୀ ସାମିଲ୍ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି ।


ବିକ୍ଷୋଭ ପଛର କାରଣ ?


ନିକଟରେ ଲଣ୍ଡନର ସବର୍ବରେ ଜଣେ ୧୪ ବର୍ଷୀୟ ଝିଅ ଦୁଷ୍କର୍ମର ଶିକାର ହୋଇଥିଲା । ଯେଉଁ ମାମଲାରେ ପୋଲିସ ଜଣେ ଇଥୋପିଆ ନାଗରିକଙ୍କୁ ଗିରଫ କରିଥିବା ବେଳେ କୋର୍ଟ ଦଣ୍ଡିତ କରିଛନ୍ତି । ଆଉ ଏହି ଦୁଷ୍କର୍ମ, ପ୍ରବାସୀଙ୍କ ପ୍ରତି ବ୍ରିଟେନ୍‌ରେ ସୃଷ୍ଟି କରିଛି ଘୃଣା ମନୋଭାବ । ଆଉ ଲଣ୍ଡନରେ ତେଜିଛି, ପ୍ରବାସୀ ହଟାଅ ଆନ୍ଦୋଳନ

।
ସେଥିପାଇଁ ପ୍ରତିବାଦକାରୀ 'Unite the Kingdom' ରାଲି କରିବା ସହ ପ୍ରବାସୀଙ୍କ ଉଦ୍ଦେଶ୍ୟରେ 'stop the boats', 'send them home' ଏବଂ 'enough is enough, save our children' ଭଳି ସ୍ଲୋଗାନ ଦେଉଛନ୍ତି ।

Mass Protest in London Against Immigration | 2025 Rally | Argus News | Argus News Odia