ଲସ୍ ଆଞ୍ଜେଲ୍ସରେ ବଢୁଛି ବିକ୍ଷୋଭ , ମାସ୍କ ବ୍ୟାନ୍ କଲେ ଟ୍ରମ୍ପ ସରକାର

Key Points
ଲସ୍ ଆଞ୍ଜେଲ୍ସରେ ମାସ୍କ ବ୍ୟାନ ହୋଇଛି । ବିକ୍ଷୋଭକାରୀଙ୍କ ମୁହଁରୁ ମାସ୍କ ଖୋଲି ଦେଉଛନ୍ତି କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ । ବିକ୍ଷୋଭକାରୀ ପ୍ରବଳ ହିଂସା, ଭଙ୍ଗାରୁଜା କରିବା ପରେ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡର ୨୦୦୦ ସୈନିକଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ ।
ସଙ୍ଗୀନ ହେଉଛି ଲସ୍ ଆଞ୍ଜେଲ୍ସ ସ୍ଥିତି । ଫେଡେରାଲ୍ ଡିଟେନ୍ସନ୍ ସେଣ୍ଟର ବାହାରେ ହିଂସାକାଣ୍ଡ ଉଗ୍ର ରୂପ ଧାରଣ କରିବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ଲସ୍ ଆଞ୍ଜେଲ୍ସରେ ମାସ୍କ ବ୍ୟାନ ହୋଇଛି । ବିକ୍ଷୋଭକାରୀଙ୍କ ମୁହଁରୁ ମାସ୍କ ଖୋଲି ଦେଉଛନ୍ତି କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡ । ବିକ୍ଷୋଭକାରୀ ପ୍ରବଳ ହିଂସା, ଭଙ୍ଗାରୁଜା କରିବା ପରେ କାଲିଫର୍ନିଆ ନ୍ୟାସନାଲ୍ ଗାର୍ଡର ୨୦୦୦ ସୈନିକଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ ।
ଆମେରିକା ପୋଲିସ ହିଂସା ରୋକିବାରେ ବିଫଳ ହୋଇଛି । ଫଳରେ ଲସ୍ ଆଞ୍ଜେଲସ୍ ରାସ୍ତାରେ ସେନା ମୁତୟନ କରିବାକୁ ବାଧ୍ୟ ହୋଇଛନ୍ତି ଟ୍ରମ୍ପ ସରକାର । ଟ୍ରମ୍ପ ପ୍ରଶାସନର ପ୍ରବାସନ ନୀତି ବିରୋଧରେ ପ୍ରତିବାଦକାରୀ ହଙ୍ଗାମା ଜାରି ରଖିଛନ୍ତି । ଫେଡେରାଲ୍ ଇମିଗ୍ରେସନ୍ ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ୪୪ ଜଣ ଗିରଫ ହୋଇଛନ୍ତି ।