Videos
|
International

Hormuz Strait Missile Attack / ହର୍ମୁଜ୍ ପ୍ରଣାଳୀରେ LPG ନେଇ ଆସୁଥିବା ଜାହାଜ ଉପରେ ମିସାଇଲ୍ ମାଡ଼; ଥିଲେ ୨୮ ଭାରତୀୟ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହର୍ମୁଜ୍ ପ୍ରଣାଳୀରେ LPG ନେଇ ଆସୁଥିବା ଜାହାଜ ଉପରେ ମିସାଇଲ୍ ମାଡ଼; ଥିଲେ ୨୮ ଭାରତୀୟ
LPG Ship Carrying Indian Crew Comes Under Fire

Key Points

ମୋଜାମ୍ବିକ ପତାକା ଥିବା ଏକ LPG ଟ୍ୟାଙ୍କର 'ଦିଶା' ଉପରେ ଆକ୍ରମଣ ହୋଇଛି । ଉକ୍ତ ଜାହାଜର ସମସ୍ତ କ୍ରିଉ ଭାରତୀୟ ହୋଇଥିବା ବେଳେ ସୁରକ୍ଷିତ ଅଛନ୍ତି ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଛି ଅସ୍ଥିରତା । ଇରାନ-ଆମେରିକା ଆକ୍ରମଣ, ପ୍ରତି ଆକ୍ରମଣ ଜାରି ରହିଛି । ଆଉ ଏହି ସମୟରେ ଇରାନର ଜଳ ସୀମା ଦେଇ ଏଲ୍‌ପିଜି ନେଇ ଆସୁଥିବା ଜାହାଜ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ହର୍ମୁଜ୍ ପ୍ରଣାଳୀ ନିକଟରେ ହୋଇଛି ମିସାଇଲ୍ ମାଡ଼ ।

ସୂଚନା ଅନୁସାରେ, ଉକ୍ତ ବାଣିଜ୍ୟିକ LPG ଜାହାଜରେ ୨୮ ଜଣ ଭାରତୀୟ ନାଗରିକ ଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବେ ଭାରତୀୟ ଦୂତାବାସ ସମ୍ବନ୍ଧୀୟ ଅଧିକାରୀଙ୍କ ସମ୍ପର୍କରେ ରହିବା ସହ ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ 

ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ୍ ମଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି, ମୋଜାମ୍ବିକ ପତାକା ଥିବା ଏକ LPG ଟ୍ୟାଙ୍କର 'ଦିଶା' ଉପରେ ଆକ୍ରମଣ ହୋଇଛି । ଉକ୍ତ ଜାହାଜର ସମସ୍ତ କ୍ରିଉ ଭାରତୀୟ ହୋଇଥିବା ବେଳେ ସୁରକ୍ଷିତ ଅଛନ୍ତି ।

ଭାରତୀୟ ସାମୁଦ୍ରିକ କର୍ମଚାରୀ ସଂଗଠନ ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆ କହିଛି, "ଏହି ଆକ୍ରମଣ ହର୍ମୁଜ୍ ପ୍ରଣାଳୀ ନିକଟ ଏକ ଅଜ୍ଞାତ ସ୍ଥାନରେ ହୋଛି । ମିସାଇଲ୍ ମାଡ଼ ସମୟରେ ଜାହାଜ ଫାରସ୍ ଉପକୂଳ ଆଡ଼କୁ ଯାଉଥିଲା ।" ତେବେ ମିସାଇଲ୍ ମାଡ଼ କିଏ କରିଛି, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ହର୍ମୁଜ୍ ପ୍ରଣାଳୀ ସୁରକ୍ଷା ଉପରେ ପ୍ରଶ୍ନ

ଏବେ ଜାହାଜ ଉପରେ ମିସାଇଲ୍ ମାଡ଼ ଦୁନିଆର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀର ସୁରକ୍ଷାକୁ ନେଇ ନୂଆ ଆହ୍ଵାନ ସୃଷ୍ଟି କରିଛି । ଇରାନ ଓ ଓମାନ ମଧ୍ୟ ଦେଇ ଯାଇଥିବା ଏହି ଜଳପଥ ଇନ୍ଧନ ପରିବହନ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ । ଦୁନିଆର ପ୍ରାୟ ୨୦ ପ୍ରତିଶତ ତୈଳ ଓ ଗ୍ୟାସ୍ ଏହି ଜଳପଥ ଦେଇ ଯୋଗାଣ ହୋଇଥାଏ ।


ଏଥିସହ ପଢ଼ନ୍ତୁ: ଲଣ୍ଡନର ହୋଟେଲରେ କେମିତି ହେଲା ରାଜକୁମାରଙ୍କର ମୃତ୍ୟୁ: ଜାଣନ୍ତୁ ପୁରା ରହସ୍ୟ... 

ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ତିକ୍ତତା ପୁଣି ବୃଦ୍ଧି ପାଇଥିବାରୁ ପ୍ରଭାବିତ ହୋଇଛି ହର୍ମୁଜ୍ ପ୍ରଣାଳୀ । ଜୁଲାଇ ଆରମ୍ଭରେ ଦୁଇ ଦେଶ ମଧ୍ୟରେ ଅସ୍ଥାୟୀ ଯୁଦ୍ଧ ବିରାମ ଚୁକ୍ତି ଭାଙ୍ଗିବା ପରେ ପୁଣି ଥରେ ପ୍ରତି ଆକ୍ରମଣ ଆରମ୍ଭ ହୋଇଛି । ଯାହା ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ଚିନ୍ତା ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored