Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ

International

ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ

ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ । ସମୁଦ୍ର ମଧ୍ୟରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ପରେ ସୁନାମି ଚେତାବନୀ ଜାରି କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓ ସାଇନ୍ସ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଟୋଙ୍ଗା ଦ୍ୱୀପରୁ କିଛି ଦୂରରେ ୧୦ କିଲୋମିଟର ଗଭୀରରେ ଥିଲା। ଭୂମିକମ୍ପ ପରେ ଆମେରିକା ସୁନାମି ସତର୍କତା ପ୍ରଣାଳୀ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ଚେତାବନୀ ଜାରି କରିଛି। ଟୋଙ୍ଗା, ଫିଜି ଏବଂ ସାମୋଆ ଭଳି ନିକଟବର୍ତ୍ତୀ ଦ୍ୱୀପପୁଞ୍ଜରେ ସୁନାମିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନାହିଁ।


ସ୍ଥାନୀୟ କର୍ତ୍ତୃପକ୍ଷ ଲୋକମାନଙ୍କୁ ଉପକୂଳରୁ ଦୂରରେ ରହିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି। ଟୋଙ୍ଗା ହେଉଛି ୧୭୦ ରୁ ଅଧିକ ଦ୍ୱୀପଥିବା ଏକ ପ୍ରଶାନ୍ତ ମହାସାଗରୀୟ ଦେଶ, ଯାହା ଭୂକମ୍ପ ଏବଂ ଆଗ୍ନେୟଗିରି ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜଣାଶୁଣା। ୨୦୨୨ ମସିହାରେ ହୁଙ୍ଗା ଟୋଙ୍ଗା-ହୁଙ୍ଗା ହା'ପାଏ ଜ୍ୱାଳାମୁଖୀ ଉଦ୍ଗୀରଣ ସମଗ୍ର ଅଞ୍ଚଳରେ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major earthquake hits Tonga islands in South Pacific | Argus News