Videos
|
International

Health / ୧୧ ରାତି ଶୋଇଲେନି ଆଉ ପରିଣାମ ଯାହା ହେଲା...

Arpita Mohanty
Browse all articles by Arpita Mohanty
·2 years ago·1 min read
୧୧ ରାତି ଶୋଇଲେନି ଆଉ ପରିଣାମ ଯାହା ହେଲା...

ଅର୍ଗସ ବ୍ୟୁରୋ: ସଠିକ୍ ପରିମାଣରେ ଶୋଇବା ସ୍ବାସ୍ଥ୍ୟ ପାଇଁ ବହୁତ୍ ଆବଶ୍ୟକ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳତା ଜୀବନରେ ଲୋକେ ବହୁତ କମ୍ ସମୟ ଶୋଇବାରେ ଦେଉଛନ୍ତି। ଯାହାଦ୍ବାରା ଅନେକ ରୋଗର ଶୀକାର ମଧ୍ୟ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେବୁ ଯିଏ ତାଙ୍କ ଜୀବନରେ ଶୋଇବାକୁ ନେଇ ଏମିତି ଭୁଲ କରିଥିଲେ ଯାହାର ପରିଣାମ ସିଏ ଏବେ ଭୋଗୁଛନ୍ତି। 

 

ସେ ହେଉଛନ୍ତି ରେଣ୍ଡି ଗାର୍ଡନର। ଆମେରିକାର ବାସିନ୍ଦା। ବର୍ତ୍ତମାନ ସିଏ ୭୮ ବର୍ଷର ହୋଇଗଲେଣି କିନ୍ତୁ ଆଜି ବି ଠିକ୍ ରେ ଶୋଇପାରୁନାହାଁନ୍ତି। କାରଣ ନିଜ ଜୀବନରେ ଏମିତି ଏକ କାମ କରିଥିଲେ ଯାହା ତାଙ୍କ ପୂର୍ବରୁ କିଏ କରିଥିଲା ଆଉ ନାହିଁ ପରେ କିଏ କରିଛି।

୧୯୬୩ ମସିହାରେ ଯେତେବେଳେ ସିଏ ୧୭ ବର୍ଷର ହୋଇଥିଲେ ସେତେବେଳେ ଏକ ସାଇନସ୍ ପ୍ରୋଜେକ୍ଟରେ ଭାଗ ନେଇ ୨୬୪ ଘଣ୍ଟା ଅର୍ଥାତ୍ ୧୧ ଦିନ ପର୍ଯ୍ୟନ୍ତ ଅନିଦ୍ରା ଥିଲେ। ଯାହାର ପରିଣାମ ବହୁତ୍ ଭୟଙ୍କର ହୋଇଗଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସିଏ ଧୀରେ ଧୀରେ ସବୁ ଭୁଲିବାକୁ ଲାଗିଲେ। ସେହି ସମୟରେ ତାଙ୍କ ବ୍ରେନକୁ ଏକ ମେସିନ ଦ୍ବାରା ଟ୍ରାକ୍ କରାଯାଇଥିଲା ଯେଉଁଥିରୁ ଜଣାପଡ଼ିଥିଲା ସିଏ ନିଜର ସ୍ମରଣ ଶକ୍ତି ହରାଇବା ସହିତ ଘ୍ରାଣ ଶକ୍ତି ମଧ୍ୟ ହରାଇଲେ। ଏବଂ ଚେତାଶୂନ୍ୟ ଅବସ୍ଥାରେ ରହିଲେ। ଆଜି ବି ସିଏ ଠିକ୍ ରେ ଶୋଇପାରୁନାହାଁନ୍ତି। ଏକ ଭଲ ନିଦ୍ରା ପାଇଁ ସିଏ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି। ଏବଂ ସମସ୍ତଙ୍କୁ ରାତିରେ ନିହାତି ଭାବରେ ଶୋଇବାକୁ ପରାମର୍ଶ ଦେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର

Related Topics

Explore more stories