Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Sports News / ୩୩ କୋଟି ଜିତିଲେ, ଜୀବନ ହାରିଲେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
୩୩ କୋଟି ଜିତିଲେ, ଜୀବନ ହାରିଲେ

Key Points

ମୃତ୍ୟୁ । ଏହା ଚିରନ୍ତନ ସତ୍ୟ । କେତେବେଳେ କାହା ଉପରେ କାଳର ଫାଶ ପଡ଼ିବ ସେକଥା କିଏ ବା କହିପାରିବ ? ସେଇଥି ଲାଗି କୁହାଯାଇଛି...ଜନ୍ମ ଓ ମୃତ୍ୟୁ କଥା କେହି କେବେ କହିପାରିବେ ନାହିଁ । ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସୁଦୁର ସିଙ୍ଗାପୁର ଅଂଚଳରୁ । 

ଅର୍ଗସ ବ୍ୟୁରୋ : କାଳ ହେଲା ଅତ୍ୟଧିକ ଖୁସି । ମାତ୍ର କେଇ ମୁହୂର୍ତ୍ତରେ ଚାଲିଗଲା ଜୀବନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । କାରଣ ଖେଳୁ ଖେଳୁ କେତେବେଳେ ତାହା ଜୁଆରେ ପରିଣତ ହେଲା ତାହା ଖେଳାଳି ଜଣକ ନିଜେ ବି ଜାଣିପାରିଲେନି । ଧୀରେ ଧୀରେ ତାହା ଅଭ୍ୟାସରେ ବଦଳିଗଲା । ଆଉ ଏମିତି ଖେଳୁ ଖେଳୁ ୩୩ କୋଟି ଜିତିଗଲେ । ଖାଲି ଜିତିଲେ ତାହା ନୁହେଁ ବରଂ ଏଇ ଖେଳ ହିଁ ତାଙ୍କ ପାଇଁ କାଳ ହେଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ।

ମୃତ୍ୟୁ । ଏହା ଚିରନ୍ତନ ସତ୍ୟ । କେତେବେଳେ କାହା ଉପରେ କାଳର ଫାଶ ପଡ଼ିବ ସେକଥା କିଏ ବା କହିପାରିବ ? ସେଇଥି ଲାଗି କୁହାଯାଇଛି...ଜନ୍ମ ଓ ମୃତ୍ୟୁ କଥା କେହି କେବେ କହିପାରିବେ ନାହିଁ । ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସୁଦୁର ସିଙ୍ଗାପୁର ଅଂଚଳରୁ । ଭାଇରାଲ ହେଉଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି କି,  ଜୁଆ ଖେଳରେ ୩୩ କୋଟିର ଜ୍ୟାକପଟ୍‌ ଲାଗିବା ପରେ ଜଣେ ବ୍ୟକ୍ତି ହୃଦ୍‌ଘାତରେ ଟଳି ପଡିଛନ୍ତି...ନିମିଷକେ ମାତ୍ର ଜୀବନ ତାଙ୍କର ଚାଲିଯାଉଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସିଙ୍ଗାପୁରର ଜଣାଶୁଣା କ୍ୟାସିନୋକୁ ଜୁଆ ଖେଳିବାକୁ ଆସିଥିଲେ ଜଣେ ବ୍ୟକ୍ତି । ତେବେ ଜୁଆ ଖେଳୁ ଖେଳୁ ଚମକି ଉଠିଥିଲା ତାଙ୍କ ଭାଗ୍ୟ। ତାଙ୍କ ହାତରେ ଲାଗିଥିବା ମୋଟା ଅଙ୍କର ଜ୍ୟାକ୍‌ପଟ୍‌। ସେ ପ୍ରାୟ ୩.୨ ମିଲିଅନ୍ ତଥା ୩୩ ଟଙ୍କା ଜିତିଥିଲେ। ଏହା ଦେଖି ତାଙ୍କ ଖୁସିର ଠିକଣା ରହିନଥିଲା। ସେ କ୍ୟାସିନୋ ଭିତରେ ନାଚିବାକୁ ଲାଗିଥିଲେ। ଚେୟାରରୁ ଠିଆ ହୋଇ ଡେଇଁବା ସହ ପବନରେ ପଞ୍ଚ ମାରିବାକୁ ଲାଗିଥିଲେ। ତେବେ ଏତିକି ବେଳେ କେହି କିଛି ବିଝିବା ପୂର୍ବରୁ ହଠାତ୍ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେ ଅନେକ ସମୟରେ ଦେଖିଛନ୍ତି ମଣିଷ ବେଳେବେଳେ ଏତେ ମାତ୍ରାରେ ଖୁସି ହୁଏ କି ପରବର୍ତ୍ତୀ ସମୟରେ ତା' ପାଇଁ ବିପଦ ଭାବରେ ଉଭା ହୁଏ । ଠିକ୍‌ ଏହି ଘଟଣା ଥିଲା କିଛି ଏମିତି । ମୋଟ୍‌ ଉପରେ ମଣିଷ କଣ କରୁଛି କଣ କରୁନି ତାହା ଉପରେ ନିଜେ ଧ୍ୟାନ ରଖିବା ଦରକାର । ନଚେତ୍‌ କେତେବେଳେ ଯେ ବହୁମୂଲ୍ୟ ଜୀବନ ଦୀପ ଲିଭିଯିବ ସେକଥା କିଏ କହିବ ?

Related Topics

Explore more stories

Sponsored
Heart Attack: ୩୩ କୋଟି ଜିତିଲେ, ଜୀବନ ହାରିଲେ | Argus News