Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Earthquake / ସକାଳୁ ସକାଳୁ ମଣିପୁରରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ

Rashmita Mishra
Browse all articles by Rashmita Mishra
·2 months ago·2 min read
ସକାଳୁ ସକାଳୁ ମଣିପୁରରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ
Earthquake

Key Points

ଥରିଲା ମଣିପୁର...
ସକାଳୁ ସକାଳୁ ମଣିପୁରରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ । 
 

ଆଜି ସକାଳେ ମଣିପୁରରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ମଣିପୁର ସହିତ, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨ କିଲୋମିଟର ଥିଲା । ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଜୀବନ କିମ୍ବା ସମ୍ପତ୍ତି କ୍ଷତି ହେବାର ତୁରନ୍ତ କୌଣସି ଖବର ନାହିଁ ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ମଙ୍ଗଳବାର ପ୍ରତ୍ୟୁଷରେ ମଣିପୁରରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ୨୧ ଏପ୍ରିଲରେ ଭାରତୀୟ ସମୟ ସକାଳ ୫:୫୯:୩୩ ରେ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ କାମଜୋଙ୍ଗରେ ଅବସ୍ଥିତ ଥିଲା । ପ୍ରତ୍ୟୁଷରେ ଭୂମିକମ୍ପରେ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ ।

ସେହିପରି ସୋମବାର (ଅପ୍ରେଲ ୨୦) ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଥିଲା ଉତ୍ତର ଜାପାନ ଉପକୂଳ। ଭୂକମ୍ପ ଝଟକା ଅନୁଭୂତ ହୋଇସାରିବା ପରେ ଜାପାନ ପାଣିପାଗ ସଂସ୍ଥା ଦେଶର ଉତ୍ତର ଭାଗରେ ସୁନାମୀ ଆସିବା ନେଇ ପୂର୍ବାନୁମାନ କରିଥିଲା । ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ପ୍ରାୟ ୪:୫୩ ବେଳେ ଉତ୍ତର ଜାପାନର ସାନରିକୁ ଉପକୂଳରେ ଏକ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୭.୪ ରହିଥିଲା। ଜାପାନୀ ପାଣିପାଗ ସଂସ୍ଥା କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୦ କିଲୋମିଟର (୬ ମାଇଲ) ଗଭୀରତାରେ ରହିଥିଲା ।  ଭୂମିକମ୍ପ ପରେ ୮୦ ସେଣ୍ଟିମିଟର ଉଚ୍ଚତାର (୩୧ ଇଞ୍ଚ) ସୁନାମି ତରଙ୍ଗ ସ୍ଥାନୀୟ ଏକ ବନ୍ଦରରେ ଆସି ମାଡ଼ ହୋଇଥିବାର ଖବର ଆସିଛି। ଭୂକମ୍ପ ପରେ ପାଣିପାଗ ବିଭାଗ ଚେତାବନୀ ଜାରି କରିଥିଲା ​​ଯେ ଖୁବ୍ ଶୀଘ୍ର ପ୍ରାୟ ୩ ମିଟର (୧୦ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଆସିପାରେ ।

ସୁନାମୀ କାରଣରୁ ହୋଇପାରେ କ୍ଷୟକ୍ଷତି
ସୋମବାର ଅନୁଭୂତ ହୋଇଥିବା ଭୂମିକମ୍ପ ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ଶହ ଶହ କିଲୋମିଟର ଦୂରରେ ରହିଥିବା ବଡ଼ ବଡ଼ କୋଠା ମଧ୍ୟ ଦୋହଲି ଉଠିଥିଲା । ଏପରିକି ରାଜଧାନୀ ଟୋକିଓ ସହର ମଧ୍ୟ ଭୂକମ୍ପ ତାଣ୍ଡବରୁ ରକ୍ଷା ପାଇନଥିଲା ।  ଦେଶର ପାଣିପାଗ ସଂସ୍ଥା (Japan Meteorological Agency) ପୂର୍ବନୁମାନ କରିଥିଲ ଯେ ସୁନାମୀ ତରଙ୍ଗ ଯଥାଶୀଘ୍ର ଦେଶର ଉତ୍ତର ଉପକୂଳରେ ପହଞ୍ଚିପାରେ । ଏଥିରେ କୁହାଯାଇଥିଲେ ତୁରନ୍ତ ଉପକୂଳ ଏବଂ ନଦୀକୂଳିଆ ଅଞ୍ଚଳକୁ ଖାଲି କରି ସେଠାକାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earthquake | Earthquake in Manipur: 5.2 Magnitude Tremor Felt Today | Argus News