ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ

ଅର୍ଗସ ବ୍ୟୁରୋ: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ । ଏହି ଉପଲକ୍ଷେ ଟଡୋବା ଉତ୍ସବରେ ବାଲୁକା ବାର୍ତ୍ତା ।ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଟଡୋବା- ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରେ ଏକ ସୁନ୍ଦର୍ ଓ ଆକର୍ଷଣୀୟ ବାଲୁକାକଳା ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖ ରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ *ଲୋକ ଏବଂ ଗ୍ରହ କୁ ଯୋଡିବା ସହ ବନ୍ୟଜୀବ ସଂରକ୍ଷଣରେ ଡିଜିଟାଲ ଇନୋଭେସନ୍ ର ପ୍ରୟୋଗ କୁ ନେଇ ଥିମ୍ ରହିଛି ।
ଅନ୍ୟପଟରେ ଟଡୋବା ଫେଷ୍ଟିଭାଲ ମଧ୍ୟ ଜାରି ରହିଛି,ଯାହା ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି ।ଏହି ଅବସରରେ ଏକ ୫୦ ଫୁଟ୍ ଲମ୍ବ ବାଘର ବାଲୁକାକଳା କରି ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ବାର୍ତ୍ତା ଦେଇଛନ୍ତି । ବାଘ ସଫାରୀ ପାଇଁ ପ୍ରସିଦ୍ଧ ଟଡୋବା - ଅଂଧେରୀ ଅଭୟାରଣ୍ୟର ମନମୋହକ ଦୃଶ୍ୟକୁ ଏହି ବାଲୁକାକଳା ଆହୁରି ଆକର୍ଷଣୀୟ କରୁଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: