|
logo
Live

Argus News - ଟ୍ରମ୍ପଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ହେବେ ଭାରତୀୟ ସମର୍ଥକ ମାର୍କୋ ରୁବିଓ

International

ଟ୍ରମ୍ପଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ହେବେ ଭାରତୀୟ ସମର୍ଥକ ମାର୍କୋ ରୁବିଓ

Smruti Parija
Browse all articles by Smruti Parija
·1 year ago·1 min read
ଟ୍ରମ୍ପଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ହେବେ ଭାରତୀୟ ସମର୍ଥକ ମାର୍କୋ ରୁବିଓ

ଅର୍ଗସ ବ୍ୟୁରୋ: ଟ୍ରମ୍ପଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ହେବେ ଭାରତୀୟ ସମର୍ଥକ ମାର୍କୋ ରୁବିଓ । ଆମେରିକାର ୫୧ ତମ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ଡୋନାଲ ଟ୍ରମ୍ପ ଆମେରିକା ସିନେଟର ମାର୍କୋ ରୁବିଓଙ୍କୁ ନିଜର କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରାର୍ଥୀ ଚୟନ କରିଛନ୍ତି । ତେବେ ଆସନ୍ତା ଜାନୁୟାରୀରେ ଟ୍ରମ୍ପ ହ୍ବାଇଟ ହାଉସରେ ଶପଥ ଗ୍ରହଣ କରିବା ପରେ ଯଦି ମାର୍କୋ ମନ୍ତ୍ରୀ ପଦ ସମ୍ଭାଳନ୍ତି ତାହାଲେ ଆମେରିକା ରାଜନୀତିରେ ପ୍ରଥମ ଥର ପାଇଁ ଜଣେ ଲାଟିନ୍ ଆମେରିକାନ୍ ମନ୍ତ୍ରୀ ହେବେ । ଏହାସହିତ ଆଜି ଟ୍ରମ୍ପ ନିଜ ଅର୍ଥମନ୍ତ୍ରୀ ଭାବେ ସ୍କଟ ବେସେଣ୍ଟଙ୍କ ନା ଘୋଷଣା କରିଛନ୍ତି । 

ମାଇକ୍ ବାଲଟେଜଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି । ମାର୍କୋ ରୁବିଓ ଜଣେ ଭାରତୀୟ ସମର୍ଥକ ହୋଇଥିବାବେଳେ ଜଣେ ଚୀନ ବିରୋଧୀ ନେତା ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ଆମେରିକା ବିରୋଧୀଙ୍କ ପ୍ରତି ଆଲୋଚନାତ୍ମକ ଆଭିମୁଖ୍ୟ ରଖୁଥିବା ୫୩ ବର୍ଷୀୟ ମାର୍କୋ ରୁବିଓ ନିଜର ବିଦେଶୀ ନୀତି ପାଇଁ ବେଶ୍ ଚର୍ଚ୍ଚିତ । ମାର୍କୋଙ୍କ ସହ ଭାରତର ସଂପର୍କ କିନ୍ତୁ ବେଶ୍ ନିବିଡ । 

ରୁଷିଆ-ଭାରତ ସଂପର୍କକୁ ମଜଭୁତ୍ କରିବାରେ ମାର୍କୋ ବଡ ଭୂମିକା ନିଭାଇଥିଲେ । ସେ ଭାରତ-ପ୍ରଶାନ୍ତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଭାରତକୁ ପ୍ରତିଷ୍ଠା କରିବାରେ ସାହାର୍ଯ୍ୟ କରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ସେ ବିଶେଷ କରି ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକା-ଭାରତ ସଂପର୍କକୁ ଗଭୀର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟ୍ରମ୍ପଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ହେବେ ଭାରତୀୟ ସମର୍ଥକ ମାର୍କୋ ରୁବିଓ | Argus News