Videos
|
International

ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ ମାର୍କ କାର୍ନି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ ମାର୍କ କାର୍ନି

ବ୍ୟାଙ୍କ ଅଫ କାନାଡା ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ ପାଇଥିଲେ। ୨୦୧୦ ମସିହାରେ, TIME ମାଗାଜିନ୍ ତାଙ୍କୁ ବିଶ୍ୱର ୨୫ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ଘୋଷଣା କରିଥିଲା। ସେ ଜଳବାୟୁ କାର୍ଯ୍ୟ ଏବଂ ଅର୍ଥନିତୀ ଉପରେ ଜାତିସଂଘର ସ୍ବତନ୍ତ୍ର ଦୂତ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।


ଜଷ୍ଟିନ ଟ୍ରୁଡୋ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଜାନୁଆରୀରେ ହିଁ ଟ୍ରୁଡୋ ପାର୍ଟିକୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ କହିଥିଲେ। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସହିତ ସମ୍ପର୍କ ତିକ୍ତ ହେୋଇଛି। କିନ୍ତୁ ମାର୍କ କାର୍ନି ଭାରତ ସହିତ ସମ୍ପର୍କ ପୁଣି ଥରେ ମଜବୁତ କରିବେ ବୋଲି ଆଶା କରାଜାଉଛି ।ଅନ୍ୟପଟେ କାନାଡା କେବେବି ଆମେରିକାର ଅଂଶ ହେବ ନାହିଁ ବୋଲି ଟ୍ରୁଡୋଙ୍କ ସ୍ଥାନ ନେଇଥିବା ମାର୍କ କାର୍ନି ପ୍ରଧାନମନ୍ତ୍ରୀ ହେବା ପରେ ଦୃଢ ମନ୍ତବ୍ୟ ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mark-carney-set-to-replace-justin-trudeau-as-canadas-next-prime-minister | Argus News