Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନିଲାମ ହେଲା ମାର୍କ ଜୁକରବର୍ଗଙ୍କ ପୁରୁଣା ହୁଡି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିଲାମ ହେଲା ମାର୍କ ଜୁକରବର୍ଗଙ୍କ ପୁରୁଣା ହୁଡି

ମାର୍କ ଜୁକରବର୍ଗ । ତାଙ୍କୁ କିଏ ବା ନଜାଣେ। ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜୁକର ବର୍ଗଙ୍କ ସକ ପୁରୁଣା ହୁଡି ନିଲାମରେ ୧୫ ହଜାର ଡଲାର (୧୩,୦୯୮୬୬ ଟଙ୍କା)ରେ ବିକ୍ରି ହୋଇଛି। ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩ ଳକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି।

ମାର୍କ ଜୁକରବର୍ଗଙ୍କ ହୁଡିକୁ ଜୁଲିୟନ୍ସ ଗୁରୁବାର ଦିନ ସ୍ପଟଲାଇଟ-ହିଷ୍ଟ୍ରୀ ଆଣ୍ଡ ଟେକ୍ନୋଲୋଜୀ ନିଲାମୀ ଭାବେ ବିକ୍ରି କରିଛନ୍ତି। ଅନୁମାନ ଲଗାଯାଇଥିଲା ଯେ, ଏହାର ମୂଲ୍ୟ ୧ ହଜାର ଡଲାର ରୁ ୨ ହଜାର ମଧ୍ୟରେ ହେବ। ହେଲେ ଏହା ଅନୁମାନଠାରୁ ଆହୁରି ଅଧିକ ଟଙ୍କା ୧୫ ହଜାର ୮୭୫ ଡଲାରରେ ବିକ୍ରି ହେଲା। ହେଲେ ସଭିଙ୍କ ମନରେ ପ୍ରଶ୍ନ ଉଠୁଛି କି, ଏମିତି କଣ ଥିଲା ସେହି ହୁଡିରେ। ଯାହା ଏତେ ଟଙ୍କାରେ ବିକ୍ରି ହେଲା ।

ବିଜନେସ ଇନସାଇଡରଙ୍କ ଅନୁଯାୟୀ, ଏହି ହୁଡି ଫେସବୁକର ଆରମ୍ଭ ଦିନରୁ ଅଛି, ଯେଉଁଥିରେ ମେଟାଙ୍କ ସଂସ୍ଥାପକଙ୍କ ହାତରୁ ଲେଖାଯାଇଥିବା ଏକ ଚିଠି ଅଛି। ନୋଟ ଫେସବୁକ ଷ୍ଟେସନାରୀରେ ଲେଖାଯାଇଥିଲା।ଏହି ହୁଡି ପିନ୍ଧି ମାର୍କ ଜୁକର ବର୍ଗ ଅନେକ ସଫଳତାପୂର୍ଣ୍ଣ ଇଭେଣ୍ଟରେ ପିନ୍ଧିଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ, ନିଲାମୀରୁ ମିଳିଥିବା ଏହି ଆୟ ଟେକ୍ସାସରେ ସ୍ଲୁଲ ପିଲାଙ୍କ ପାଇଁ ଖର୍ଚ୍ଚ କରାଯିବ।

ମେଟା ପ୍ଲାଟଫର୍ମର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ 200 ବିଲିୟନ ଡଲାରର ସମ୍ପତ୍ତି ସହିତ ଧନୀ ବିଲିୟନେୟାରଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଟେସଲା ମୁଖ୍ୟ ଏଲନ୍ ମସ୍କ ଏବଂ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏହି କ୍ଲବରେ ପୂର୍ବରୁ ସାମିଲ ଥିଲେ । ତୃତୀୟ ସ୍ଥାନରେ ମାର୍କ ଜୁକରବର୍ଗ ଅଛନ୍ତି, ତାଙ୍କର 200 ବିଲିୟନ ଡଲାର ସମ୍ପତ୍ତି ଅଛି ଏବଂ ସେ ପ୍ରଥମ ଥର ପାଇଁ 200 ବିଲିୟନ ଡଲାର ସମ୍ପତ୍ତି କ୍ଲବରେ ଯୋଗ ଦେଇଛନ୍ତି। ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିକୁ 71 ବିଲିୟନ ଡ଼ଲାରର ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mark Zuckerberg's old hoodie auctioned for over Rs 13 lakh, proceeds to benefit Texas school children | Argus News