Marketing Calls Banned / ମାର୍କେଟିଂ କଲ୍ ଉପରେ ଲାଗିଲା ପ୍ରତିବନ୍ଧକ, ହୋଇପାରେ ଜେଲ୍
·2 weeks ago·3 min read

Key Points
ମାର୍କେଟିଂ କଲ୍ ଉପରେ ଲାଗିଲା ପ୍ରତିବନ୍ଧକ
ଫ୍ରାନ୍ସରେ ଲାଗିଲା ପ୍ରତିବନ୍ଧକ
ନିୟମ ଉଲ୍ଲଂଘନ କଲେ ଜରିମନା ସହ ଜେଲ
ଫ୍ରାନ୍ସରେ ଲାଗିଲା ପ୍ରତିବନ୍ଧକ
ନିୟମ ଉଲ୍ଲଂଘନ କଲେ ଜରିମନା ସହ ଜେଲ
ଭୁବନେଶ୍ବର,୧୨/୦୮: ଆପଣ ବି ଗୃହ ଋଣ, କାର୍ ଋଣ, କ୍ରେଡିଟ୍ କାର୍ଡ କିମ୍ବା ଛୁଟି ପ୍ୟାକେଜ୍ ସମ୍ବନ୍ଧୀୟ ଟେଲିମାର୍କେଟିଂ କଲ୍ ଦ୍ୱାରା ବିରକ୍ତ କି? ଯଦି ହଁ, ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ, ବରଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଲାଗୁହେଲା ନୂତନ ଆଇନ
ଅଗଷ୍ଟ୧୧ ତାରିଖରେ ଫ୍ରାନ୍ସରେ ଏକ କଡ଼ା ନୂତନ ଆଇନ କାର୍ଯ୍ୟକାରୀ ହୋଇଛି, ଯାହା ଗ୍ରାହକଙ୍କ ପୂର୍ବ ସମ୍ମତି ବିନା କରାଯାଇଥିବା ଟେଲିମାର୍କେଟିଂ କଲ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏକ ପ୍ରମୁଖ ଗ୍ରାହକ ଅଧିକାର ସଂଗଠନ 'କ୍ୟୁ ଚୋଇସିର ଏନସେମ୍ବଲ' ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିବା ସହ ନାଗରିକମାନଙ୍କୁ ଦୈନନ୍ଦିନର ଏହି ଘୋର ବିରକ୍ତିକର ପରିସ୍ଥିତିରୁ ଆଶ୍ୱସ୍ତି ମିଳିବ ବୋଲି ମତ ଦେଇଛି।
ଏକ ସର୍ଭେ ଅନୁଯାୟୀ, ଫ୍ରାନ୍ସରେ ପ୍ରାୟ ୯୭ ପ୍ରତିଶତ ଲୋକ ଦୈନିକ ମାର୍କେଟିଂ କଲ୍ ଦ୍ୱାରା ଅତିଷ୍ଠ ହେଉଥିଲେ। ପୂର୍ବରୁ 'ବ୍ଲକଟେଲ୍' ସେବା ମାଧ୍ୟମରେ ନମ୍ବର ପଞ୍ଜିକରଣ କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା।
ନୂତନ ଆଇନର ମୁଖ୍ୟ ବିନ୍ଦୁଗୁଡ଼ିକ
ଗ୍ରାହକଙ୍କ ସ୍ପଷ୍ଟ ସମ୍ମତି ବିନା ଟେଲିମାର୍କେଟିଂ କଲ୍ କରିବା ସମ୍ପୂର୍ଣ୍ଣ ବେଆଇନ
ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କୁ ୭୫ ହଜାର ୟୁରୋ ଏବଂ କମ୍ପାନୀଗୁଡ଼ିକୁ ୩ ଳକ୍ଷ ୭୫ ହଜାର ୟୁରୋ ପର୍ଯ୍ୟନ୍ତ ଜରିମାନା।
ଦୁର୍ବଳ ବ୍ୟକ୍ତିମାନଙ୍କୁ ଟାର୍ଗେଟ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫ ଲକ୍ଷ ୟୁରୋ ପର୍ଯ୍ୟନ୍ତ ଜରିମାନା।
ତଥାପି, ଯଦି ଗ୍ରାହକ ପୂର୍ବରୁ ସମ୍ମତି ଦେଇଥିବେ କିମ୍ବା ପୂର୍ବରୁ ବ୍ୟବସାୟିକ ସମ୍ପର୍କ ଥିବ, ତେବେ ସୀମିତ କ୍ଷେତ୍ରରେ ଏହା ଅନୁମତିପ୍ରାପ୍ତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ୱର ଅନ୍ୟ ଦେଶରେ ବି କଟକଣା
କେବଳ ଫ୍ରାନ୍ସ ନୁହେଁ, ଜର୍ମାନୀ (୨୦୦୯ରୁ), ନେଦରଲ୍ୟାଣ୍ଡ, ଆମେରିକା (ଡୁ ନଟ୍ କଲ୍ ରେଜିଷ୍ଟ୍ରି), କାନାଡା ଏବଂ ବ୍ରିଟେନ ଭଳି ଦେଶରେ ମଧ୍ୟ ଅନାବଶ୍ୟକ ବିକ୍ରୟ କଲ୍ ଉପରେ କଡ଼ା କଟକଣା ରହିଛି। ବ୍ରିଟେନରେ ଏହି ନିୟମ ଭଙ୍ଗ କଲେ ପ୍ରତି କଲ୍ ପାଇଁ ୫ଲକ୍ଷ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା କରାଯାଏ।
ପଢନ୍ତୁ ଏହି ଖବର: ନ୍ୟୁଡ୍ ଡାଇନିଂ ରେଷ୍ଟୁରାଣ୍ଟ, ଯେଉଠି ବିନା ପୋଷାକରେ ଅପରିଚିତ ଲୋକଙ୍କ ସହିତ ହୁଏ ରାତ୍ରୀଭୋଜନ
ଭାରତରେ ସ୍ପାମ୍ କଲ୍
ସ୍ପାମ୍ କଲ ଏକ ବଡ଼ ଚ୍ୟାଲେଞ୍ଜ ଭାରତରେ ମଧ୍ୟ ଅବାଞ୍ଛିତ ବାଣିଜ୍ୟିକ କଲ୍ ଏବଂ ମେସେଜ୍ ଏକ ଗମ୍ଭୀର ସମସ୍ୟା ହୋଇ ରହିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଅନୁଯାୟୀ, ଏପ୍ରିଲ-ଜୁନ୍ ତ୍ରୈମାସିକରେ ଟେଲିକମ୍ କମ୍ପାନୀଗୁଡ଼ିକ ପ୍ରାୟ ୨୪.୪ ବିଲିୟନ କଲ୍ ଏବଂ ମେସେଜ୍ କୁ ସନ୍ଦିଗ୍ଧ ସ୍ପାମ୍ ଭାବରେ ଚିହ୍ନଟ କରିଛନ୍ତି। ଏହାର ଅର୍ଥ ପ୍ରତିଦିନ ହାରାହାରି ୨୬୬ ନିୟୁତ ସନ୍ଦିଗ୍ଧ ସ୍ପାମ୍ କଲ୍ ଓ ମେସେଜ୍ ଆସୁଛି।
ଭାରତରେ ଅଭିଯୋଗର ସ୍ଥିତି
AI-ଭିତ୍ତିକ ସ୍ପାମ୍ ଚିହ୍ନଟ ବ୍ୟବସ୍ଥା ସତ୍ତ୍ୱେ TRAI ଏହି ତିନି ମାସରେ ୧.୦୮ ନିୟୁତ ଅଭିଯୋଗ ପାଇଛି, ଯାହାର ୮୯ ପ୍ରତିଶତ DND (ଡୁ ନଟ୍ ଡିଷ୍ଟର୍ବ) ଆପ୍ ମାଧ୍ୟମରେ ପଞ୍ଜିକୃତ ହୋଇଛି। ୨୦୨୬ ସୁଦ୍ଧା ଏହି ଆପ୍ ଡାଉନଲୋଡ୍ ୩.୩୧ ନିୟୁତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
କଠୋର କାର୍ଯ୍ୟାନୁଷ୍ଠାନ

TRAI ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେଇ ପ୍ରଥମ ଥର ପାଇଁ ୧.୩ ଲକ୍ଷ ଟେଲିକମ୍ ସମ୍ବଳକୁ ୧୫ ଦିନ ପାଇଁ ସସପେଣ୍ଡ କରିଛି। ବାରମ୍ବାର ଉଲ୍ଲଂଘନ କରୁଥିବା ୪୬,୭୮୬ ଟେଲିକମ୍ ସମ୍ବଳକୁ ଗୋଟିଏ ବର୍ଷ ପାଇଁ ବିଚ୍ଛିନ୍ନ କରାଯାଇଥିବା ବେଳେ ୨୬୩ ଜଣ ପ୍ରେରକଙ୍କୁ କଳାତାଲିକାଭୁକ୍ତ କରାଯାଇଛି।
କ’ଣ କେବଳ AI ସମାଧାନ କରିପାରିବ?
TRAI ଏବଂ ଟେଲିକମ୍ କମ୍ପାନୀଗୁଡ଼ିକ ବର୍ତ୍ତମାନ AI-ଆଧାରିତ ସିଷ୍ଟମ ବ୍ୟବହାର କରୁଥିଲେ ମଧ୍ୟ କେବଳ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରି ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଯେତେବେଳେ ପର୍ଯ୍ୟନ୍ତ ନିୟମାବଳୀର କଠୋର ପାଳନ, ପ୍ରଭାବଶାଳୀ ପ୍ରବର୍ତ୍ତନ ଏବଂ ସକ୍ରିୟ ଗ୍ରାହକ ଅଂଶଗ୍ରହଣ ସୁନିଶ୍ଚିତ ନହୁଏ, ସେତେବେଳେ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ରୋକିବା କଷ୍ଟକର। ଫ୍ରାନ୍ସ ଭଳି 'ଅପ୍ଟ-ଇନ୍ ମଡେଲ୍' ଏବଂ ଭାରତର DND ତଥା AI ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ନଜର ରହିଛି।

Related Topics
Explore more stories