Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୟରେ ଥରୁଛି ମସୁଦ୍‍ , ଗୁପ୍ତ ସ୍ଥାନରେ ଲୁଚି ରହିଥିବା ମିଳିଲା ସୂଚନା

International

ଭୟରେ ଥରୁଛି ମସୁଦ୍‍ , ଗୁପ୍ତ ସ୍ଥାନରେ ଲୁଚି ରହିଥିବା ମିଳିଲା ସୂଚନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଭୟରେ ଥରୁଛି ମସୁଦ୍‍ , ଗୁପ୍ତ ସ୍ଥାନରେ ଲୁଚି ରହିଥିବା ମିଳିଲା ସୂଚନା

ଆତଙ୍କୀ ମସୁଦ ଆଜହରକୁ ନେଇ ବଡ଼ ଖବର । ମସୁଦ ଆଜହରକୁ ସ୍ଥାନାନ୍ତର କରୁଛି ପାକ୍ ସେନା । ଆତଙ୍କୀ ମସୁଦକୁ ଗୁପ୍ତ ସ୍ଥାନକୁ ନିଆଯାଉଥିବା ସୂଚନା ମିଳିଛି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗିରହିଛି । ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର ମୁଖ୍ୟ ମସୁଦ । ଭାରତର ଏୟାର ଷ୍ଟ୍ରାଇକ୍ ରେ ମସୁଦ ପରିବାରର ୧୦ ଜଣ ପ୍ରାଣ ହରାଇଥିଲେ । ଭାରତର ଏୟାର ଷ୍ଟ୍ରାଇକ୍ ରେ ଧ୍ବସ୍ତ ହୋଇଥିଲା ଜୈସ୍ ର ହେଡକ୍ବାର୍ଟର୍ ।


ଗତକାଲି ମସୁଦ୍‌ର ସହଯୋଗୀ ତଥା ଭାଇ ଅବଦୁଲ ରୌଫ ଆଜହର ଭାରତର ମିସାଇଲ ଆକ୍ରମଣରେ ପ୍ରାଣ ହରାଇଥିଲା । ଯାହାକୁ ନେଇ ଚିନ୍ତାରେ ପଡି ଯାଇଥିଲା ମସୁଦ । କାନ୍ଦି କାନ୍ଦି ନିଜ ପରିବାରର ସମସ୍ତଙ୍କୁ ହରାଇଥିବା ବୋଲି ସେ ସ୍ବୀକାର କରିଥିଲା । କିନ୍ତୁ ସମୟ ଥିଲା ତାର ଆତଙ୍କରାଜ୍‌ରେ ଅନେକ କ୍ଷତି ସହୁଥିଲା ଭାରତ । ବାରମ୍ବାର ଭାରତ ଉପରେ ଆକ୍ରମଣ କରି ତବାହି ମଚାଉଥିଲା ମସୁଦ । କିନ୍ତୁ ଏବେ ନିଜକୁ ଲୁଚେଇବାକୁ ଗୁପ୍ତ ସ୍ଥାନରେ ରହୁଛି ମସୁଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Masood is trembling with fear, information found hidden in a secret place | Argus News