Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାଇଓ୍ବାନରେ ବଡ଼ ଧରଣର ଭୂ-କମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୧

International

ତାଇଓ୍ବାନରେ ବଡ଼ ଧରଣର ଭୂ-କମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୧

Ritu Das
Browse all articles by Ritu Das
·2 years ago
ତାଇଓ୍ବାନରେ ବଡ଼ ଧରଣର ଭୂ-କମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଅର୍ଗସ ବ୍ୟୁରୋ: ତାଇଓ୍ବାନରେ ଭୂ-କମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂ-କମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି ଆକଳନ କରାଯାଇଛି। 

ପୂର୍ବ ରିପୋର୍ଟ ଅନୁଯାୟୀ ପୂର୍ବ ତାଇଓ୍ବାନର ହୁଆଲିଏନ ଜିଲ୍ଲାର ଶୋଫେଙ୍ଗ ଟାଉନସିପରେ ୯ ମିନିଟ ମଧ୍ୟରେ ୫ଥର ଭୂ-କମ୍ପ ଅନୁଭୂତ ହୋଇଥିଲା। ଅପରାହ୍ନ ୫ଟା ୮ ମିନିଟରୁ ୫ଟା ୧୭ ମଧ୍ୟରେ ଏହି ଭୂ-କମ୍ପ ଘଟିଛି। ଏହି ଭୂ-କମ୍ପରେ ୨ଟି କୋଠା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଦୁଇ ସପ୍ତାହ ପୂର୍ବେ ରିକ୍ଟର ସ୍କେଲରେ ୭.୪ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂ-କମ୍ପ ତାଇଓ୍ବାନର ପୂର୍ବ-ଉପକୂଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive earthquake hits | Argus News