Videos
|
International

ସେଣ୍ଟ୍ରାଲ ମେକ୍ସିକୋର ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ପୋରଣ, ୧୨ ମୃତ

Ritu Das
Browse all articles by Ritu Das
·1 year ago·1 min read
ସେଣ୍ଟ୍ରାଲ ମେକ୍ସିକୋର ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ପୋରଣ, ୧୨ ମୃତ

ଅର୍ଗସ ବ୍ୟୁରୋ: ମଧ୍ୟରାତ୍ରିରେ ଭୟଙ୍କର ବିସ୍ପୋରଣ । ରାତି ଅଧରେ ହଠାତ୍ ଷ୍ଟିଲ ପ୍ଲାଣ୍ଟରେ ନିଆଁ ଲାଗିଯିବାକୁ ଅତି କମରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ରୁ ଅଧିକ ଆହତ ହୋଇଛନ୍ତି । ସେଣ୍ଟ୍ରୋଲ ମେକ୍ସିକୋରେ ଦେଖାଯାଇଛି ଏଭଳି ଘଟଣା । ଭୋର 3ଟା ବେଳେ ମେକ୍ସିକୋ ସିଟିର ପ୍ରାୟ ୧୪୦ କିଲୋମିଟର ପୂର୍ବରେ ଥିବା ଜାଲୋଜଟୋକରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଷ୍ଟେଟ ସିଭିଲ ପ୍ରୋଟେକ୍ସନ ପକ୍ଷରୁ କୁହାଯାଇଛି । 

ତେବେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ କେଉଁ କାରଣରୁ ଏତେ ବଡ ବିସ୍ଫୋରଣ ଘଟିଲା ସେନେଇ କୌଣସି ସୂଚନା ମିଳିପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତରଳ ଇସ୍ପାତରେ ନିଆଁ ଲାଗିଯିବା କାରଣରୁ ଏତେ ବଡ ବିସ୍ଫୋରଣ ହୋଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତକ କିମ୍ବା ଆହତଙ୍କ ପାଇଁ କୌଣସି ଘୋଷଣା କରାଯାଇ ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Massive explosion | Argus News