Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇରାନ୍‌ରେ ବଡ ଧରଣର ବିସ୍ଫୋରଣ , ୫୦୦ରୁ ଅଧିକ ଆହତ

International

ଇରାନ୍‌ରେ ବଡ ଧରଣର ବିସ୍ଫୋରଣ , ୫୦୦ରୁ ଅଧିକ ଆହତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଇରାନ୍‌ରେ ବଡ ଧରଣର ବିସ୍ଫୋରଣ , ୫୦୦ରୁ ଅଧିକ ଆହତ

ବିସ୍ଫୋରଣରେ ଥରିଲା ଇରାନ । ବଡ଼ ଧରଣର ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ସହ ୫ ଶହରୁ ଅଧିକ ଆହତ ହୋଇଛନ୍ତି । ରାଜଧାନୀ ତେହେରାନଠାରୁ ହଜାରେ କିଲୋମିଟର ଦୂରରେ ଥିବା ଏକ ତୈଳ କଣ୍ଟେନରରେ ଘଟିଛି ଏହି ବିସ୍ଫୋରଣ । ଇରାନର ଦକ୍ଷିଣ ଭାଗରେ ଥିବା ସାହିଦ ରାଜାଇ ବନ୍ଦରରେ ବିସ୍ଫୋରଣ ସ୍ଥଳରୁ 5 ଶହରୁ ଅଧିକ ଆହତଙ୍କୁ ହର୍ମଜଗାନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନାହିଁ । ଭୟଙ୍କର ବିସ୍ଫୋରଣ ନେଇ ଇରାନ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି ହୋଇଛି । ବନ୍ଦର ଓ ସାମୁଦ୍ରିକ ସଂଗଠନ ସହିତ ଜଡିତ ସିନା କଣ୍ଟେନର ୟାର୍ଡରେ ବିସ୍ଫୋରଣ ପରେ ଉଦ୍ଧାର ଅପରେସନ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Massive explosion in Iran, over 500 injured | Argus News