Videos
|
International

ରୁଷିଆରେ ଭୂକମ୍ପ ପରେ ଜ୍ୱାଳାମୁଖୀରୁ ଭୟଙ୍କର ଅଗ୍ନୀ ଉଦ୍ଗଗୀରଣ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରୁଷିଆରେ ଭୂକମ୍ପ ପରେ ଜ୍ୱାଳାମୁଖୀରୁ ଭୟଙ୍କର ଅଗ୍ନୀ ଉଦ୍ଗଗୀରଣ

Key Points

ଭୂକମ୍ପ ପ୍ରଭାବରେ ରୁଷିଆର ପୂର୍ବ ଭାଗରେ ଥିବା କ୍ରାଶେନିନିକୋଭ ଜ୍ୱାଳାମୁଖୀରୁ ଅଗ୍ନି ଉଦ୍ଗିରଣ ହୋଇଛି। ପ୍ରାୟ ୬୦୦ ବର୍ଷ ପରେ ଏହି ଜ୍ୱାଳାମୁଖୀ ଜୀବନ୍ତ ହୋଇଥିବା ରୁଷିଆର ଜରୁରୀକାଳୀନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରୁଷିଆରେ ଭୟଙ୍କର ଭୂକମ୍ପ ପରେ ଜ୍ୱାଳାମୁଖୀରୁ ଅଗ୍ନୀ ଉଦ୍ଗଗୀରଣ । ଜ୍ୱାଳାମୁଖୀରୁ ଲାର୍ଭା ପ୍ରାୟ ୬ ହଜାର ମିଟର ଉଚ୍ଚତାକୁ ବ୍ୟାପିଛି । ୭.୦ ତୀବ୍ରତାର ଭୂମିକମ୍ପରେ ଥରିଥିଲା ସେଭେରୋ-କୁରିଲସ୍କର ୧୨୧ କିଲୋମିଟର ପୂର୍ବାଞ୍ଚଳ । ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦.୫୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୫୭.୮୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ୪୦.୮ କିଲୋମିଟର ଗଭୀରତାରେ ରହିଥିଲା ।


ଭୂକମ୍ପ ପ୍ରଭାବରେ ରୁଷିଆର ପୂର୍ବ ଭାଗରେ ଥିବା କ୍ରାଶେନିନିକୋଭ ଜ୍ୱାଳାମୁଖୀରୁ ଅଗ୍ନି ଉଦ୍ଗିରଣ ହୋଇଛି। ପ୍ରାୟ ୬୦୦ ବର୍ଷ ପରେ ଏହି ଜ୍ୱାଳାମୁଖୀ ଜୀବନ୍ତ ହୋଇଥିବା ରୁଷିଆର ଜରୁରୀକାଳୀନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ମିଥସୋନିଆନ ଇନଷ୍ଟିଚ୍ୟୁସନର ଗ୍ଲୋବାଲ ଭୋଲକାନିଜମ୍ ଅନୁଯାୟୀ, ଏହି ଜ୍ୱାଳାମୁଖୀ ଶେଷ ଥର ପାଇଁ ୧୪୬୩ ମସିହାରେ ଉଦଗୀରଣ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Massive volcanic eruption after earthquake in Russia | Argus News