ଜଳୁଛି ଜଙ୍ଗଲ, ଗାଡି ଛାଡି ଦୌଡିଲେ ଲୋକେ

ଜଳୁଛି ଜଙ୍ଗଲ । ଗାଡି ଛାଡି ଦୈଡିଲେ ଲୋକେ । ଇସ୍ରାଏଲର ଜାରୁଜେଲମ୍ ରେ ଥିବା ଏକ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଏତେ ଜୋରର୍ ରେ ଲାଗିଛି ଯେ ରାସ୍ତାଘାଟ ବନ୍ଦ କରାଯାଇଛି । ଏମିତିକି ହଜାର ହଜାର ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଛି । ପବନର ବେଗ ଅଧିକ ଥିବାରୁ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି । ଫଳରେ ଦଶନ୍ଧିର ସବୁଠୁ ବଡ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ଫଳରେ ଇସ୍ରାଏଲରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି । ନିଆଁ ବଢିବାରେ ସାଗିଛି । ସେଥିପାଇଁ ସମସ୍ତ ଲୋକ ସଚେତନ ରୁହନ୍ତୁ । ଅଧିକରୁ ଅଧିକ ଦମକଳ ଗାଡି, ଅଗ୍ନିନିରୋଧକ ଉପକରଣର ବ୍ୟବସ୍ଥା କରାଯାଇଛି । ପୁରା ସହର ଧୂଆଁମୟ । ନିଆଁରେ ପୋଡି ହୋଇ 23 ରୁ ଉର୍ଦ୍ଧ୍ୱ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
📱 Get Argus News App
✨ସଡକ ପଥରେ ଯାଉଥିବା ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ହାଇୱେ ବନ୍ଦ କରାଯାଇଛି । ଜଙ୍ଗଲର ସ୍ଥାନୀୟ ଅଞ୍ଚଳ ଗୁଡିକ ଖାଲି କରାଯାଇଛି । ନିଆଁର ଭୟାବହତା ଏତେ ଅଛି ଯେ ଲୋକେ ଭୟବିତ ହୋଇ ନିଜ ଅଞ୍ଚଳ ଛାଡି ଲାଚିଯାଉଛନ୍ତି । ଏପରିକି ଇସ୍ରାଏଲ ସରକାର ଅନ୍ତର୍ଜାତୀୟ ସାହାଯ୍ୟ ମଧ୍ୟ ମାଗିଛନ୍ତି ।