Videos
|
International

ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ

Smruti Parija
Browse all articles by Smruti Parija
·2 years ago·1 min read
ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ

ଅର୍ଗସ ବ୍ୟୁରୋ:  ଇରାନରେ ମସୁଦ ରାଜ୍ । ରାଷ୍ଟ୍ରପତି ରନ୍-ଅଫ ନିର୍ବାଚନରେ କନଜର୍ଭେଟିଭ୍ ନେତା ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ । ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିବାବେଳେ ଶନିବାର ଭୋଟ ଗଣତି ହୋଇଛି । ଜଲିଲିଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ମସୁଦ । ମସୁଦ ପେଜେଶକିୟନ ଇରାନର ଜଣେ ଜଣାଶୁଣା ହାର୍ଟ ସର୍ଜନ । ୨୦୦୮ରୁ ସେ ପାର୍ଲିଆମେଣ୍ଟର ମେମ୍ବର ରହି ଆସିଛନ୍ତି ।

ବ୍ରିଟେନରେ ସୁନକ ରାଜ୍ ଶେଷ, ବାଜି ମାରିଲା ଲେବର ପାର୍ଟି

ଇରାନରେ 1979 ଇସଲାମିକ ବିପ୍ଳବ ପରେ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି । ମେ ୧୯ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇିସିଙ୍କ ମୃତ୍ୟୁ ପରେ ଦେଶ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନର ସାମ୍ନା କରିଛି । 

ଜୁନ ୨୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟର ନିର୍ବାଚନରେ ଇରାନ ନିର୍ବାଚନ ଆଇନ ଅନୁଯାୟୀ କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା ଅର୍ଥାତ୍ ୫୦ ପ୍ରତିଶତ ଭୋଟ ହାସଲ କରିନଥିବା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଯେଉଁଥିରେ ଜଲିଲିଙ୍କୁ ହରାଇଛନ୍ତି ମସୁଦ ପେଜେଶକିୟନ । ତେବେ ମସୁଦ ଜଣେ ଭାରତ ସମର୍ଥକ ଏବଂ ପାକିସ୍ତାନ ବିରୋଧୀ ରିଫର୍ମିଷ୍ଟ ନେତା ଭାବେ ଜଣାଶୁଣା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ବିଦେଶ ଖବର...