Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କାମ ଏବଂ ପରିବାରକୁ ସନ୍ତୁଳିତ କରିବା ପାଇଁ ଜଣେ ମାଆ ୫ ଦିନ ଯାତ୍ରା କରନ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
କାମ ଏବଂ ପରିବାରକୁ ସନ୍ତୁଳିତ କରିବା ପାଇଁ ଜଣେ ମାଆ ୫ ଦିନ ଯାତ୍ରା କରନ୍ତି

ସବୁ ସହିଳା ମାନେ କିଛି ନା କିଛି କାମ କରିବାକୁ ପସନ୍ଦ କରିଥାନ୍ତି । ଆଉ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିବା ପାଇଁ ବିଭିନ୍ନ ପରିବହନର ବାଟ ଆପଣାଇଥାନ୍ତି ଯେପରି କାର, ବସ୍ ଠାରୁ ଆରମ୍ଭ କରି ମେଟ୍ରୋ ଏବଂ ସେୟାର ଟ୍ୟାକ୍ସି ପର୍ଯ୍ୟନ୍ତ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେହି ମହିଳା କାର୍ଯ୍ୟକ୍ଷେତ୍ରକୁ ବିମାନରେ ଯିବା । ତେବେ ଆସନ୍ତୁ ଏହି ବିଷୟରେ ଜାଣିବା ।


ଜଣେ ଭାରତୀୟ ମହିଳା ସକାଳ ୪ଟାରେ ତାଙ୍କର ଦିନ ଆରମ୍ଭ କରି ସମସ୍ତ କାମ ସାରି ୫ ଟାରେ ବିମାନବନ୍ଦରେ ପହଞ୍ଚି ୫:୫୫ ଟାର ବିମାନରେ ଯୋଗେ କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତି। ସେ ସକାଳ ପ୍ରାୟ ୭:୪୫ ଟାରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚନ୍ତି ଏବଂ ସନ୍ଧ୍ୟା ୮:୦୦ ଟା ସୁଦ୍ଧା ଘରକୁ ଫେରନ୍ତି। ଯିଏକି ଦୁଇ ପିଲାଙ୍କ ମାଆ ।


ଏହି ମହିଳାଙ୍କ ଯାତ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତାଙ୍କୁ ସପ୍ତାହରେ ପାଞ୍ଚ ଦିନ କାର୍ଯ୍ୟସ୍ଥଳକୁ ବିମାନରେ ଯିବାକୁ ପଡ଼େ । ସେ କହିଛନ୍ତି ଯେ ବିମାନଗୁଡ଼ିକ ଅଧିକ ସୁଲଭ ଏବଂ ସେ ତାଙ୍କ ପିଲାମାନଙ୍କ ସହିତ ଘରେ ଅଧିକ ସମୟ ବିତାଇପରିବେ ବୋଲି ଏହିପରି ଯାତାୟତ କରୁଛନ୍ତି ।


ଆହୁରୁ ମଧ୍ୟ କହିଛନ୍ତି "ମୋର ଦୁଇଟି ପିଲା ଅଛନ୍ତି, ଉଭୟ ବଢ଼ୁଛନ୍ତି ସେମାନଙ୍କ ବଢ଼ୁଥିବା ବୟସରେ ମୁଁ ଅନୁଭବ କରୁଛି ଯେ ମାଆଙ୍କର ଅଧିକ ସମୟ ତାଙ୍କ ପାଖରେ ରହିବା ଆବଶ୍ୟକ। ଏହିପରି କରିବା ଦ୍ଵାରା ମୁଁ ପ୍ରତିଦିନ ଘରକୁ ଯାଇପାରୁଛି ଏବଂ ରାତିରେ ସେମାନଙ୍କୁ ଦେଖିପାରୁଛି,


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ଜଣକ କହିବାନୁଯାୟୀ ତାଙ୍କର ଏହି ଯାତ୍ରା, ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହିତ, ତାଙ୍କ କର୍ମକ୍ଷେତ୍ର ନିକଟରେ ଏକ ଆପାର୍ଟମେଣ୍ଟ ଭଡା ନେବା ଅପେକ୍ଷା ଯଥେଷ୍ଟ ଶସ୍ତା। ୨୦୨୪ରେ ଆରମ୍ଭରୁ, ସେ ପ୍ରତିଦିନ ବିମାନରେ ଯିବା ଆସିବା କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ତାଙ୍କୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ଏକ ଉପଯୁକ୍ତ ସମୟ ଦେଇପାରୁଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ଏପରି କରିବା ଦ୍ଵାରା ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ପୂର୍ବରୁ ତାଙ୍କର ମାସିକ ଖର୍ଚ୍ଚ ପ୍ରାୟ ୪୨,୦୦୦ ଟଙ୍କା ଥିଲା, କିନ୍ତୁ ଏବେ ଏହା ହ୍ରାସ ପାଇ ପ୍ରାୟ ୨୮,୦୦୦ ଟଙ୍କା ହୋଇଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଘରୁ କାମ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ, କାରଣ ପାଖରେ ଲୋକଙ୍କ ରହିବା ତାଙ୍କୁ ଅଧିକ କାର୍ଯ୍ୟ କରିବାରେ ସାହାଯ୍ୟ କରେ। "ଯେତେବେଳେ ମୁଁ ଏଠାରେ ଥାଏ, ମୁଁ ମୋର କାମରେ ୧୦୦% ଧ୍ୟାନ ଦିଏ ଏବଂ ତା'ପରେ ଯେତେବେଳେ ମୁଁ ଘରେ ଥାଏ ମୁଁ ମୋ ପରିବାର ସହିତ ୧୦୦% ଧ୍ୟାନ ଦେଇପାରିବି ।


ଏହାପରେ ସାମାଜିକ ଗଣମାଧ୍ୟମରେ ସହିଳାଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । କିଛି ଲୋକ ତାଙ୍କ ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଅନ୍ୟମାନେ ତାଙ୍କ ଯାତ୍ରା କରିବା ଦ୍ଵାରା ଥକ୍କାପଣ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି।




Sponsored
meet indian origin mother who flies daily to malaysia for work spends rs 28000 on travel reason | Argus News