Videos
|
International

ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଫାଶି ଦେଇଥାନ୍ତା ପାକିସ୍ତାନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଫାଶି ଦେଇଥାନ୍ତା ପାକିସ୍ତାନ

Key Points

ଜୁକରବର୍ଗଙ୍କୁ ଫାଶି ଦେଇଥାନ୍ତା ପାକିସ୍ତାନ । ଶୁଣାଇ ଥାଆନ୍ତା ମୃତ୍ୟୁଦଣ୍ଡ । ଏକ ସାକ୍ଷାତକାରରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଫେସବୁକ୍ ସହ-ସଂସ୍ଥାପକ ।

ମାର୍କ ଜୁକରବର୍ଗଙ୍କୁ ଫାଶି ଦେଇଥାନ୍ତା ପାକିସ୍ତାନ । ଶୁଣାଇ ଥାଆନ୍ତା ମୃତ୍ୟୁଦଣ୍ଡ । ଏକ ସାକ୍ଷାତକାରରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଫେସବୁକ୍ ସହ-ସଂସ୍ଥାପକ । ମେଟା ସିଇଓ ମାର୍କ ଜୁରକବର୍ଗ କହିଛନ୍ତି, ତାଙ୍କୁ କୁଆଡ଼େ ପାକିସ୍ତାନ ଶୁଣାଇ ଥାଆନ୍ତା ମୃତ୍ୟୁଦଣ୍ଡ । କୌଣସି ଫେସବୁକ୍ ବ୍ୟବହାର ପ୍ରୋଫେଟ୍ ମହମ୍ମଦଙ୍କ ଫଟୋ ପୋଷ୍ଟ କରିଥିଲେ, ଯାହାକୁ ନେଇ ଜୁକରବର୍ଗଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲା ପାକିସ୍ତାନ ।


ଏକ ସାକ୍ଷାତକାରରେ ଜୁକରବର୍ଗ କହିଛନ୍ତି, ଈଶାନିନ୍ଦା ଉଲ୍ଲଂଘନ ପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରିବାକୁ ପାକିସ୍ତାନ ସରକାରଙ୍କୁ ନିବେଦନ କରାଯାଇଥିଲା । ତେବେ ପାକିସ୍ତାନ ଯିବା ଲାଗି ତାଙ୍କର କୌଣସି ଇଚ୍ଛା ନଥିବାରୁ ଜୁକରବର୍ଗ ଚିନ୍ତିତ ନଥିଲେ ବୋଲି କହିଛନ୍ତି । ତେବେ ଏହି ଘଟଣା କେଉଁ ବର୍ଷ ଘଟିଥିଲା ସେ ନେଇ କହି ନାହାନ୍ତି ଜୁକରବର୍ଗ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଟା (ଫେସବୁକ୍‌ର ମୂଳ କମ୍ପାନୀ) ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ଆଇନ୍ ଲଢ଼େଇ ଜାରି ରହିଥିବା ବେଳେ ଜୁକରବର୍ଗଙ୍କ ଏଭଳି ଖୁଲାସା ମାହୋଲକୁ ଆହୁରି ସରଗରମ କରିଛି । ପାକିସ୍ତାନର ଅଭିଯୋଗ, ଫେସବୁକ୍‌ ଅନୁମତି ଦେଉଥିବା କଣ୍ଟେଣ୍ଟ ଦେଶର ଈଶାନିନ୍ଦା ଆଇନ୍‌ର ଉଲ୍ଲଂଘନ କରୁଛି ।


ଜୁକରବର୍ଗଙ୍କ କହିବା କଥା, ଦୁନିଆର ଅନେକ ସ୍ଥାନରେ କହିବାର ସ୍ଵାଧିନତା ଆମର ମୂଲ୍ୟ ଠାରୁ ବହୁତ ଅଲଗା ଅଟେ । ସେ ଭଳି ଦେଶ ଚାହାଁନ୍ତି କି ଆମେ ସେହି ଜିନିଷ ଉପରେ କାମ କରୁ ଓ ସେଠାରେ ସେ ସବୁ ପ୍ରତିବନ୍ଧକ ବା ମାନ୍ୟ ନୁହେଁ କହି କାର୍ଯ୍ୟାନୁଷ୍ଠାନ ନେବେ ।


ଦୁନିଆରେ ପାକିସ୍ତାନର ଈଶାନିନ୍ଦା ଆଇନ୍ (ଧାର୍ମିକ ଆଇନ୍) ହେଉଛି ସବୁଠୁ ଶକ୍ତିଶାଳୀ । ପାକିସ୍ତାନରେ କୁରାନର ଅପମାନ କଲେ ଆଜୀବନ ଜେଲରୁ ନେଇ ମୃତ୍ୟୁଦଣ୍ଡ ଦିଆଯାଇ ଥାଏ । ତେବେ ଏହି ଆଇନ୍‌ରେ ମୃତ୍ୟୁଦଣ୍ଡାଦେଶ ହୋଇଥିଲେ ବି ଏଯାଏଁ ପାକିସ୍ତାନ କାହାକୁ ଫାଶି ଦେଇ ନାହିଁ ।


ପାକିସ୍ତାନର ଗଣମାଧ୍ୟମ ଅନୁଯାୟୀ, ୧୯୯୦ ପରଠାରୁ ଏବେ ସୁଦ୍ଧା ୮୦ରୁ ଅଧିକ ଲୋକଙ୍କୁ ଲୋକେ ଈଶାନିନ୍ଦା ଆଇନ୍‌ର ଉଲ୍ଲଂଘନ ଅଭିଯୋଗରେ ହତ୍ୟା କରିଛନ୍ତି । ଅନେକ ସ୍ଥାନରେ କୁରାନର ଅପମାନ ନେଇ ଗୁଜବ ମାତ୍ରେ ମଧ୍ୟ ଭୟଙ୍କର ହିଂସା ହୋଇଥିବା ବେଳେ ଅନେକ ଜୀବନ ଯାଇଛି ।