Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆମେରିକା ଓ୍ଵାସିଂଟନରେ ଭୟଙ୍କର ବିମାନ ଦୁର୍ଘଟଣା, ୬୭ ଯାତ୍ରୀ ମୃତ

International

ଆମେରିକା ଓ୍ଵାସିଂଟନରେ ଭୟଙ୍କର ବିମାନ ଦୁର୍ଘଟଣା, ୬୭ ଯାତ୍ରୀ ମୃତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆମେରିକା ଓ୍ଵାସିଂଟନରେ ଭୟଙ୍କର ବିମାନ ଦୁର୍ଘଟଣା, ୬୭ ଯାତ୍ରୀ ମୃତ

ଅର୍ଗସ ବ୍ୟୁରୋ:  ଆମେରିକା ଓ୍ଵାସିଂଟନରେ ଭୟଙ୍କର ବିମାନ ଦୁର୍ଘଟଣା । ପୋଟୋମାକ୍ ନଦୀ ଉପରେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏକ ଆମେରିକୀୟ ଯାତ୍ରୀବାହୀ ବିମାନ ଆର୍ମିର ହେଲିକପ୍ଟର ସହ ଧକ୍କା ହୋଇ ନିକଟସ୍ଥ ପୋଟୋମାକ୍ ନଦୀରେ ଖସିପଡ଼ିଛି। ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ନଦୀ ଭିତରୁ ୨୮ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜିବା ପାଇଁ ବ୍ୟାପକ ଅପରେସନ୍‌ ଜାରି ରହିଛି । ଆମେରିକୀୟ ଏୟାର୍‌ଲାଇନ୍ସର ଏକ ଆଞ୍ଚଳିକ ବିମାନ ଓ ୟୁଏସ୍‌ ଆର୍ମି ବ୍ଲାକ୍ ହକ୍ ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।


ଯାତ୍ରୀବାହୀ ବିମାନଟି ୱାସିଂଟନ ଡିସି ନିକଟସ୍ଥ ରୋନାଲ୍ଡ ରେଗାନ୍ ୱାସିଂଟନ ଜାତୀୟ ବିମାନବନ୍ଦରକୁ ଆସୁଥିଲା। ଯାତ୍ରୀବାହୀ ବିମାନରେ ୬୦ ଯାତ୍ରୀ ଓ ୪ ଜଣ କର୍ମଚାରୀ ଏବଂ ସାମରିକ ହେଲିକପ୍ଟରରେ ୩ ଜଣ ସୈନିକ ଥିଲେ । ସେପଟେ ଦୁର୍ଘଟଣା ପାଇଁ ଆର୍ମି ହେଲିକପ୍ଟରକୁ ଦାୟୀ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିମାନ ପାଖେଇ ଆସୁଥିବା ବେଳେ ହେଲିକପ୍ଟର କାହିଁକି ଡାଇଭର୍ଟ କରାଗଲା ନାହିଁ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର କାହିଁକି ଏଭଳି ନିର୍ଦ୍ଦେଶ ଜାରି କଲେ । ପରିସ୍ଥିତିକୁ ଏଡ଼ାଇବା ଉଚିତ ଥିଲା ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Midair collision kills 67 people in the deadliest US air disaster in almost a quarter century | Argus News