ହମାସ ମୁଖ୍ୟଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିଛି ଯୁଦ୍ଧ ଆଶଙ୍କା
·2 years ago·1 min read

ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢିଲା ଯୁଦ୍ଧ ଆଶଙ୍କା। ଇରାନ ଭିତରେ ପଶି ହମାସ ମୁଖ୍ୟଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିଯାଇଛି ଯୁଦ୍ଧ ଆଶଙ୍କା । ରବିବାର ଲେବାନନ ପକ୍ଷରୁ ଇସ୍ରାଏଲ ଉପରେ ମିଜାଇଲ ମାଡ଼ କରାଯାଇଛି । ତେବେ ଇସ୍ରାଏଲର ଦାବି ଲେବାନନର କ୍ଷେପଣାସ୍ତ୍ରକୁ ଆଇରନ ଡୋମ ସହାୟତାରେ ମଝି ଆକାଶରେ ନଷ୍ଟ କରି ଦେଇଛି । ଲେବାନନର ଆକ୍ରମଣ ପରେ ଇସ୍ରାଏଲ ପୁରା ଦେଶରେ ରେଡ ଅଲର୍ଟ ଜାରି କରିଛି । ହମାସ ମୁଖ୍ୟ ଇସମାଇଲ ହାନିୟାର ମୃତ୍ୟୁ ପରେ ଇସ୍ରାଏଲ ଉପରେ ସିଧା ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଇ। ସେପଟେ ଲେବାନନରେ ହିଜବୁଲ, ୟେମେନରେ ହୁତି ଏବଂ ଇରାନରେ ଏକକାଳୀନ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର କହିଛନ୍ତି ଯେ ଇରାନ ବିରୁଦ୍ଧରେ ବହୁମୁଖୀ ଯୁଦ୍ଧ ଚାଲିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: