Middle East / ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପୁଣି ବଢିଲା ଟେନସନ୍

Key Points
ମଧ୍ୟପ୍ରାଚ୍ୟ ଉତ୍ତେଜନାରେ ଏଯାଏଁ ଲାଗିନି ବ୍ରେକ୍
ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପୁଣି ବଢିଲା ଟେନସନ୍
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟଙ୍କ ବ୍ୟକ୍ତିଗତ ସଚିବ ଅଲି ୟୁସୁଫ୍ ହର୍ଶି ନିପାତ
ଯୁଦ୍ଧ ଉପରେ ଲାଗିଛି ବ୍ରେକ୍... ହେଲେ ହିଜବୁଲ୍ଲା ଉପରେ ହେଉଛି ଘନଘନ ଆକ୍ରମଣ । ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟଙ୍କ ବ୍ୟକ୍ତିଗତ ସଚିବ ଅଲି ୟୁସୁଫ୍ ହର୍ଶି ନିପାତ ହୋଇଛି । ସେପଟେ ଆମେରିକା ଓ ଇରାନ ମଧ୍ୟରେ ସିଜ୍ ଫାୟାର ହୋଇଥିବା ବେଳେ ଇରାନକୁ ଘେରି ରହିଛି ଆମେରିକା ସେନା । ଚୁକ୍ତି ଉଲ୍ଲଂଘନ ହେଲେ ଉଭୟ ପକ୍ଷ ଆକ୍ରମଣ ପାଇଁ ସଜବାଜ ହେଉଥିବା ବେଳେ ଶନିବାର ହୋଇପାରେ ପିସ୍ ଟକ୍ । ଟେନସନ୍ ଭିତରେ କିନ୍ତୁ ହର୍ମୁଜ ଅତିକ୍ରମ କରି ସୁରକ୍ଷିତ ଭାରତରେ ପହଞ୍ଚିଛି LPG ବୋଝେଇ ଟ୍ୟାଙ୍କର ‘ଗ୍ରୀନ୍ ଆଶା’ ।
ଦୁଇ ସପ୍ତାହର ସିଜ ଫାୟାରେ ନେଇ ଉଭୟ ପକ୍ଷ ରାଜି, ତଥାପି ବର୍ଷୁଛି ରକେଟ ଓ ମିସାଇଲ । ଇସ୍ରାଏଲ୍ ପକ୍ଷରୁ ଲେବାନନର ବୈରୁତରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ନଇମ କାସିମଙ୍କ ପୁତୁରା ତଥା ବ୍ୟକ୍ତିଗତ ସଚିବ ଅଲି ୟୁସୁଫ୍ ହର୍ଶି ନିହତ ହୋଇଥିବା ଦାବି କରାଯାଇଛି । ଆକ୍ରମଣରେ ବୈରୁତରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଏଥିରେ ଅତି କମରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।
ଟ୍ରମ୍ପ କହିଛନ୍ତି ହିଜବୁଲ୍ଲା କାରଣରୁ ଲେବାନନକୁ ଏହି ଶାନ୍ତି ଚୁକ୍ତିରେ ସାମିଲ କରାଯାଇ ନାହିଁ। କେବଳ ସେତିକି ନୁହେଁ ସଂପୂର୍ଣ୍ଣ ଚୁକ୍ତି ପାଳନ ନହେଲେ ପୁଣି ଆକ୍ରମଣ ହେବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଇରାନ ସୀମା ପାଖରେ ଆମେରିକାର ସମସ୍ତ ଯୁଦ୍ଧ ଜାହାଜ, ବିମାନ ଏବଂ ସାମରିକ ବାହିନୀ ମୁତୟନ ଅଛନ୍ତି । ଏହାସହ ଯୁଦ୍ଧରେ ଇରାନ ଉପରେ ସଂପୂର୍ଣ୍ଣ ବିଜୟ ହାସଲ କରିଥିବା ଦାବି କରିଛନ୍ତି ଟ୍ରମ୍ପ । ସେପଟେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ପରେ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ' ବନ୍ଦ କରିବାକୁ ଚେତାବନୀ ଦେଇଛି ଇରାନ ।
ଦୁଇ ସପ୍ତାହର ସିଜ ଫାୟାର ଭିତରେ ଟ୍ରମ୍ପଙ୍କ ପାଖରେ ରହିଛି ତିନିଟି ବିକଳ୍ପ । ପ୍ରଥମ ହେଲା ଶାନ୍ତି ଚୁକ୍ତି କରି ଯୁଦ୍ଧ ବନ୍ଦ କରିବା, ଦ୍ବିତୀୟ ହେଉଛି କୁଟନୀତି ଉପରେ ଭରସା ଓ ତୃତୀୟ ଅଯଥା ଆକ୍ରମଣ ବନ୍ଦ ନେଇ ଇସ୍ରାଏଲକୁ ରୋକିବା । ସେପଟେ ହର୍ମୁଜ ପ୍ରଣାଳୀରେ ଚଳାଚଳ କରୁଥିବା ଜାହାଜର ଟୋଲ ଆଦାୟ ପାଇଁ ଯୋଜନା କରୁଛି ଇରାନ । ଟୋଲ ଦେୟ ଇରାନ କ୍ରିପ୍ଟୋ କରେନ୍ସି କିମ୍ବା ଚାଇନିଜ୍ ୟୁଆନ୍ ମାଧ୍ୟମରେ ଆଦାୟ କରିପାରେ ।
ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ଷ୍ଟ୍ରେଟ୍ ଅଫ ହର୍ମୁଜ ଅତିକ୍ରମ କରି ମୁମ୍ବାଇର ଜେଏନ୍ପିଏ ବନ୍ଦରରେ ପହଞ୍ଚିଛି ଭାରତୀୟ ଏଲ୍ପିଜି ଜାହାଜ ‘ଗ୍ରୀନ୍ ଆଶା’ । ଏହି ଜାହାଜରେ ୧୫ ହଜାର ୪୦୦ ଟନ୍ ଏଲ୍ପିଜି ରହିଛି । ଆସନ୍ତା ଶନିବାର ଶାନ୍ତି ଚୁକ୍ତ ଉପରେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା ହେବାର ଅଛି । ଏହି ବୈଠକରେ ଆମେରିକା ପକ୍ଷରୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଯୋଗଦେଇପାରନ୍ତି ।
📱 Get Argus News App
✨Related Topics
Explore more stories