ମିଳିଲା ବଡ଼ ସଂକେତ , ଭୟଙ୍କର ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ

Key Points
ନେତନ୍ୟାହୁଙ୍କ ସହ IDF ମୁଖ୍ୟ ଇଆଲ ଜମିର, ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ସାମରିକ ବ୍ୟାପାର ମନ୍ତ୍ରୀ ଗସ୍ତରେ ସାମିଲ ଅଛନ୍ତି । ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ହୋଇଛି ଉଚ୍ଚସ୍ତରୀୟ ବୈଠକ ।
ଭୟଙ୍କର ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ, ମିଳିଲା ବଡ଼ ସଂକେତ । ଇରାନ୍ ସହ ଭୀଷଣ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପିଏମ ନେତନ୍ୟାହୁ ଅଚାନକ କରିଛନ୍ତି ଆମେରିକା ଗସ୍ତ । ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଭେଟିଛନ୍ତି ଇସ୍ରାଏଲ ପିଏମ । ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ଚର୍ଚ୍ଚା ମଧ୍ୟରେ ନେତନ୍ୟାହୁଙ୍କ ଆମେରିକା ଗସ୍ତକୁ ବେଶ୍ ଗୁରୁତ୍ବପୂ୍ର୍ଣ୍ଣ ବୋଲି କୁହାଯାଉଛି ।
ନେତନ୍ୟାହୁଙ୍କ ସହ IDF ମୁଖ୍ୟ ଇଆଲ ଜମିର, ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ସାମରିକ ବ୍ୟାପାର ମନ୍ତ୍ରୀ ଗସ୍ତରେ ସାମିଲ ଅଛନ୍ତି । ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ପ୍ରତିରକ୍ଷା ମନ୍ତ୍ରୀ ପେଟ୍ ହେଗସେଠ ସାମିଲ ହୋଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଆମେରିକା ଗସ୍ତକୁ ନେଇ ବିଶ୍ବରେ ଚର୍ଚ୍ଚା ଜୋର ଧରିଛି ।