Helicopter Crash / କତାରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୬ ଜଣଙ୍କ ଜୀବନ
·3 months ago·2 min read

Key Points
କତାରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଚାଲିଗଲା ୬ ଜଣଙ୍କ ଜୀବନ
ଏବେବି ଅଛନ୍ତି ନିଖୋଜ
ଚାଲିଗଲା ୬ ଜଣଙ୍କ ଜୀବନ
ଏବେବି ଅଛନ୍ତି ନିଖୋଜ
ଜଳୁଛି ମଧ୍ୟପ୍ରାଚ୍ୟ। ଏହା ଭିତରେ ସାମ୍ନାକୁ ଆସିଲା ଦୁର୍ଘଟଣା ଖବର। ଯାହା ସମସ୍ତଙ୍କୁ ଭୟଭୀତ କରିଛି। କତାରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଏବଂ ଏଥିରେ ଥିବା ବ୍ୟକ୍ତିଙ୍କ ପରିଚୟ ସଂପର୍କରେ ତଥ୍ୟ ମିଳିପାରି ନାହିଁ । ତେବେ ନିୟମିତ ଉଡ଼ାଣ ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ବୋଲି ଜଣାପଡ଼ିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କତାରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।
ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ବୋଲି କତାରର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ସାଦ ଅଲ-କାବି ଆହୁରି କହିଛନ୍ତି, ‘ମୁଁ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲି ଯେ, କତାର ଏଭଳି ଭୟଙ୍କର ଆକ୍ରମଣର ଶିକାର ହେବ । ବିଶେଷକରି ଏକ ଭାଇଚାରା ଥିବା ମୁସଲିମ ରାଷ୍ଟ୍ର ଏହି ଆକ୍ରମଣ କରିବ। ପବିତ୍ର ରମଜାନ ମାସରେ ଆମ ଉପରେ ଏପରି ଆକ୍ରମଣ ହେବ ଭାବି ନଥିଲି ।’
ବାରମ୍ବାର ଡ୍ରୋନ୍-କ୍ଷେପଣାସ୍ତ୍ର ଆକ୍ରମଣ:
ଦୁର୍ଘଟଣାର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ନେଇ ଖବର ମିଳିଛି । ହେଲେ ଏହା ବ୍ୟତୀତ ହେଲିକପ୍ଟର କୌଣସି ଆକ୍ରମଣର ଶିକାର ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ କରିବା ପରଠାରୁ କତାର ବାରମ୍ବାର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ମୁଖୀନ ହୋଇଛି।
ଏଥିସହ ପଢ଼ନ୍ତୁ: ମହିଳାଙ୍କ ମୃତ୍ୟୁ: ବିମାନରେ ୧୩ ଘଣ୍ଟା ରହିଲା ମହିଳାଙ୍କ ଶବ, ଘଟଣା ସମୟରେ ବଡ଼ ତ୍ରୁଟି
କତାରର ଶକ୍ତି ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବିଙ୍କ ଅନୁଯାୟୀ, ମାର୍ଚ୍ଚ ୨୦ରେ କତାରର ଗ୍ୟାସ୍ ସୁବିଧା ଉପରେ ଇରାନର ବଡ଼ ଆକ୍ରମଣ ଗଲ୍ଫ ଦେଶର ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ରପ୍ତାନୀ କ୍ଷମତାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବ । କୋଟି କୋଟି ଡଲାର କ୍ଷତି ହେବ। କାବି କତାର ଏନର୍ଜିର ସିଇଓ ମଧ୍ୟ ଅଛନ୍ତି । ଏହା ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ଏହାର ଭିତ୍ତିଭୂମି ଉପରେ ଇରାନ ଟାର୍ଗେଟ କରିଥିଲା। ଦୁର୍ଘଟଣା ଭିତରେ ଦିନକୁ ଦିନ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଛି। ଯୁଦ୍ଧ କେବେ ଥମିବ ତାହା ଜଣାପଡ଼ିନଥିବାବେଳେ ସବୁ ଦେଶ ବର୍ତ୍ତମାନ ଚିନ୍ତା ଏବଂ ଭୟରେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories