|
logo
Live
Argus News App
GET APP

Argus News - ଭାରତ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଧମକ ଦେଲା ପାକିସ୍ତାନ

International

India vs Pakistan / ଭାରତ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଧମକ ଦେଲା ପାକିସ୍ତାନ

Satyendu Sekhar Mishra
Browse all articles by Satyendu Sekhar Mishra
·2 months ago·2 min read
ଭାରତ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଧମକ ଦେଲା ପାକିସ୍ତାନ
India vs Pakistan

Key Points

'ମୁଁ ୨୦୨୧ରେ ଏହି ଅଭିଯାନ ଆରମ୍ଭ କରିଥିଲି, ସେତେବେଳେ କେହି ମୋ ସହିତ ନଥିଲେ, କିନ୍ତୁ ଆଜି ଆଲହାମଦୁଲିଲ୍ଲାହ, ବାଂଲାଦେଶ ଏବଂ ପାକିସ୍ତାନ ଉଭୟ ଏକାଠି ।'

ଭାରତକୁ ଧମକାଉଛି ପାକିସ୍ତାନ । ଯଦି ବାଂଲାଦେଶ ଉପରେ ଭାରତ ଆକ୍ରମଣ କରେ ତେବେ ପାକିସ୍ତାନ ଏହାର ଦୃଢ଼ ଜବାବ ଦେବ । ଭାରତ ଉପରେ କରିବ ପ୍ରଚଣ୍ଡ ଆକ୍ରମଣ । ପାକିସ୍ତାନ ନିଜର ସମସ୍ତ ଶକ୍ତି ସହ ବାଂଲାଦେଶ ସହ ଛିଡ଼ା ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଘନିଷ୍ଠ ଏବଂ ତାଙ୍କ ଦଳ, ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ନେତା କାମରାନ ସଇଦ ଉସମାନି ।

ପିଏମଏଲ-ଏନ ନେତା କାମରାନ ସଇଦ ଉସମାନିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କାମରାନଙ୍କ ପଛରେ ପାକିସ୍ତାନୀ ପତାକା ସହିତ ଏକ ବାଂଲାଦେଶୀ ପତାକା ଦେଖାଯାଉଛି । ଭିଡିଓରେ, ଶହବାଜ ସରିଫଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାରତକୁ ଧମକ ଦେଇ କହୁଛନ୍ତି ଯେ, ‘ଆଜି ମୁଁ ଜଣେ ରାଜନେତା ଭାବରେ ନୁହେଁ, ବରଂ ବାଂଲାଦେଶର ମାଟି, ଇତିହାସ, ତ୍ୟାଗ ଏବଂ ସାହସକୁ ସଲାମ କରୁଥିବା ଜଣେ ବ୍ୟକ୍ତି ଭାବରେ କହୁଛି । ଯେତେବେଳେ ମୁଁ ୨୦୨୧ରେ ଏହି ଅଭିଯାନ ଆରମ୍ଭ କରିଥିଲି, ସେତେବେଳେ କେହି ମୋ ସହିତ ନଥିଲେ, କିନ୍ତୁ ଆଜି ଆଲହାମଦୁଲିଲ୍ଲାହ, ବାଂଲାଦେଶ ଏବଂ ପାକିସ୍ତାନ ଉଭୟ ଏକାଠି ଠିଆ ହୋଇଛନ୍ତି।’

ସେ ଆହୁରି କହିଛନ୍ତି, ‘ଆଜି, ମୁଁ କୌଣସି ରାଜନୈତିକ ବିବୃତ୍ତି ଦେବି ନାହିଁ, କିନ୍ତୁ ଉସମାନ ହାଦିଙ୍କ ବିଷୟରେ କହିବି, ସେ ଏକ ସାହସୀ ସ୍ବର, ଯିଏ କହିଥିଲେ, ‘ମୁଁ ବାଂଲାଦେଶକୁ କୌଣସି ଦେଶର ଉପନିବେଶ ହେବାକୁ ଦେବି ନାହିଁ । ମୁଁ ବାଂଲାଦେଶରେ କାହାର ପ୍ରଭୁତ୍ୱ ଗ୍ରହଣ କରିବି ନାହିଁ, ଏବଂ ମୁଁ ମୋର ବାଂଲାଦେଶକୁ କାହାର ଦାସ ହେବାକୁ ଦେବି ନାହିଁ ।’

ପିଏମଏଲ-ଏନ ନେତା କହିଛନ୍ତି, ‘ଏହି ଅଞ୍ଚଳର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଯେତେବେଳେ ଜଣେ ମୁସଲିମ ଯୁବକ ଉଠି ଏକ ପ୍ରଭାବଶାଳୀ ସ୍ବର ହୋଇଯାଆନ୍ତି, ତାଙ୍କୁ ଦମନ କରାଯାଏ । ଏହି ଭାରତୀୟ ରାଜନେତାମାନେ, ସେମାନଙ୍କ ସ୍ଥିତିରେ, କେବେବି ଲୋକମାନଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ଚାହାଁନ୍ତି ନାହିଁ, କେବଳ ସେମାନଙ୍କ ରକ୍ତ ଶୋଷିବା ପାଇଁ ଚାହାନ୍ତି । ତାହା ବାଂଲାଦେଶର ଜଳ ଯୋଗାଣ ବନ୍ଦ କରି ହେଉ କିମ୍ବା ‘ଫିତନା-ଏ-ଖ୍ବାରିଜ’ ନାମରେ ମୁସଲମାନମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରି ହେଉ । ମୁସଲିମ ଯୁବକମାନେ ଏବେ ସେମାନଙ୍କର ଷଡ଼ଯନ୍ତ୍ରକୁ ସମ୍ପୂର୍ଣ୍ଣ ଭାବରେ ବୁଝିସାରିଛନ୍ତି । ଏବେ, ପାକିସ୍ତାନ ଏବଂ ବାଂଲାଦେଶର ପ୍ରତ୍ୟେକ ପିଲା ହେଉଛି ଓସମାନ ହାଦି ।

ସେ କହିଥିଲେ, ‘ମୁଁ ମୋର ବାଂଲାଦେଶୀ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ତୁମ ସହିତ ଠିଆ ହୋଇଛୁ । ଯଦି କୌଣସି ଦେଶ ବାଂଲାଦେଶ ଉପରେ ଚାପ ପକାଇବାକୁ କିମ୍ବା ଏହାର ସ୍ବାୟତ୍ତତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ପାକିସ୍ତାନର ଲୋକମାନେ ତୁମ ସହିତ ଠିଆ ହେବେ। ମୁଁ ତୁମକୁ ଚେତାବନୀ ଦେଉଛି ଯେ ଯଦି କେହି ବାଂଲାଦେଶକୁ ଖରାପ ନଜରରେ ଦେଖିବାକୁ ସାହସ କରେ, ତେବେ ପାକିସ୍ତାନୀ ଲୋକମାନେ, ପାକିସ୍ତାନୀ ସେନା ଏବଂ ଆମର କ୍ଷେପଣାସ୍ତ୍ର ବହୁତ ଦୂରରେ ନାହିଁ।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Pakistan: ଭାରତ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଧମକ ଦେଲା ପାକିସ୍ତାନ | Argus News