Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାରାସେଲିଂ କରୁ କରୁ ଆଖିପିଛୁଳାକେ ଚାଲିଗଲା ମଡେଲଙ୍କ ଜୀବନ

Smruti Parija
Browse all articles by Smruti Parija
·1 year ago·2 min read
ପାରାସେଲିଂ କରୁ କରୁ ଆଖିପିଛୁଳାକେ ଚାଲିଗଲା ମଡେଲଙ୍କ ଜୀବନ

Key Points

ପାରାସେଲିଂ କରୁ କରୁ ଡରିଗଲେ ମଡେଲ

ଖୋଲିଦେଲେ ହାରନେସ୍ ଓ ଲାଇଫ୍ ଜ୍ୟାକେଟ୍

150 ଫୁଟ୍ ତଳେ ଅର୍ଥାତ୍ ମଝି ସମୁଦ୍ରରେ ପଡି ଉଡିଗଲା ପ୍ରାଣ ବାୟୁ

କୁହନ୍ତି ମୃତ୍ୟୁ କାହାର କେମିତି ଆସିବ କେହି ଜାଣିନାହାନ୍ତି । ଆମ ପ୍ଲାନ୍ ହିସାବରେ ଯେ ସବୁକିଛି ହେବ ସେମିତି କିଛି ମାନେ ନାହିଁ । ଠିକ୍ ଯେମିତି ସର୍ବିଆର ଏହି ପ୍ରସିଦ୍ଧ ମଡେଲ ପ୍ଲାନ୍ କରିଥିଲେ । ନା ତାଙ୍କର ଇଜାନା । ସବୁବେଳେ ନିଜର ଫ୍ୟାସନ ଓ ଲାଇଭ୍ ଷ୍ଟାଇଲ୍ କୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ସାଙ୍ଗସାଥୀ ଓ ପରିବାର ବର୍ଗଙ୍କ କହିବା କଥା ସେ କାହାରିକୁ ଡରନ୍ତିନି । ଆଉ ନିଜ ଜୀବନକୁ ବହୁତ ଭଲ ଭାବରେ ଉପଭୋଗ କରନ୍ତି ।


ହେଲେ ଜୀବନକୁ ନିଜ ହିସାବରେ ବଞ୍ଚିବା ତାଙ୍କ ପାଇଁ ଯେମିତି ମହଙ୍ଗା ପଡିଗଲା । କାରଣ ନିକଟରେ ସେ ଖରାଛୁଟି କାଟିବାକୁ ମଣ୍ଟେନିଗ୍ରୋ ଯାଇଥିଲେ । ରିପୋର୍ଟ ଅନୁସାରେ, ତାଙ୍କୁ ବେଳାଭୂମିରେ କାର୍ଯ୍ୟକଳାପର ପ୍ରଚାର କରୁଥିବା ଜଣେ ବ୍ୟକ୍ତି ମାଗଣାରେ ପାରାସେଲିଂ କରିବାକୁ ତାଙ୍କ ଆଡୁ ଅଫର୍ ଦେଇଥିଲେ । କିଛି ସୂତ୍ର ଅନୁସାରେ ସେ ଏକ ସ୍ଥାନୀୟ ପର୍ଯ୍ୟଟନ କମ୍ପାନୀ ପାଇଁ ଏକ ଭିଡିଓ ମଧ୍ୟ ସୁଟିଂ କରୁଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କ ଅଫର୍ ପାଇବା ପରେ ମଡେଲ ଇଜାନା ମଧ୍ୟ ପାରାସେଲିଂ ପାଇଁ ପ୍ରସ୍ତୁତ ହୋଇଥିଲେ । ସେଫ୍ଟି ପ୍ରିକସନ ନେଇ ଅର୍ଥାତ୍ ଲାଇଭ୍ ଜ୍ୟାକେଟ୍ ଓ ହାରନେସ୍ ଲଗାଇ ତାଙ୍କୁ ପାରାସେଲିଂ କରିବାକୁ ଛଡା ଯାଇଥିଲା । ହେଲେ ଯେତେବେଳେ ସେ ଉପରକୁ ଯିବାକୁ ଲାଗିଲେ ତାଙ୍କୁ ଖୁବ ଡରଲାଗୁଥିଲା । କାରଣ ସୋସିଆଲ ମିଡିଆରେ ଯେଉଁ ଭିଡିଓ ସେୟାର ହେଉଛି ସେଥିରୁ ଜଣାପଡୁଛି ଯେ ସେ ତାଙ୍କୁ ତଳକୁ ଓହ୍ଲାଇବାକୁ ଚିତ୍କାର କରୁଛନ୍ତି । ସେ ବାରମ୍ବାର ବାରମ୍ବାର କହୁଥିଲେ put me down । ତାଙ୍କ ଜ୍ୟାକେଟ୍, ହାର୍ ନେସ୍ କୁ କାଢିବା ପାଇଁ ସେ ଲାଗିପଡିଥିଲେ । ଶେଷରେ ସେ ଏତେ ଡରିଯାଇଥିଲେ ଯେ କିଛି ନବୁଝିସୁଝି ହାରନେସ୍ ଖୋଲିଦେଇଥିଲେ । ଆଉ ସିଧାସଳଖ 150 ଫୁଟ୍ ତଳକୁ ଅର୍ଥାତ୍ ଆଡ୍ରିଆଟିକ୍ ସମୁଦ୍ରରେ ପଡିଥିଲେ । ଆଉ ସେଇଠି ହିଁ ତାଙ୍କ ଜୀବନ ଚାଲିଯାଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ।


ଏମରଜେନ୍ସି କର୍ମଚାରୀମାନେ ତାଙ୍କ ଚିତ୍କାର ଶୁଣି ତାଙ୍କ ପାଖରେ ଶୀଘ୍ର ପହଞ୍ଚିବା ପରେ ମଧ୍ୟ ତାଙ୍କୁ ବଞ୍ଚାଇପାରିନଥିଲେ । ଏହାପୂର୍ବରୁ ହିଁ ତାଙ୍କ ହାର୍ଟ ଆଟାକ୍ ଆସିଥିବା କଥା କୁହାଯାଉଛି । ତାଙ୍କୁ ମାତ୍ର 19 ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଘଟଣାର ଉଚିତ୍ ତଦନ୍ତ ପାଇଁ ଦାବି କରିଛନ୍ତି । ସେ ଖୁବ ନିର୍ଭୟ ଝିଅ । କାହାରିକୁ ଖାତିର୍ କରନ୍ତି ନାହିଁ । ତାଙ୍କ ମୃତ୍ୟୁ ଏମିତି ହବ କେହି ବିଶ୍ୱାସ କରିପାରୁନାହାନ୍ତି ।

Sponsored
model-tijana-radonjic-teen-dies-after-unbuckling-harness-while-parasailing | Argus News