Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମାଳଦ୍ଵୀପରର ଭାଲେନା ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ଵାଗତ

Rashmita Mishra
Browse all articles by Rashmita Mishra
·11 months ago·1 min read
ମାଳଦ୍ଵୀପରର ଭାଲେନା ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ଵାଗତ

Key Points

ମାଳଦ୍ବୀପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ଭାଲେନା ଏୟାରପୋର୍ଟରେ ସ୍ବାଗତ କଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ

ପାରମ୍ପରିକ ନୃତ୍ୟ, ସଙ୍ଗୀତ ସହ ବାଜା ବଜାଇ ପିଏମ ମୋଦିଙ୍କୁ ସମ୍ବର୍ଦ୍ଧନା

ପ୍ରବାସୀ ଭାରତୀୟଙ୍କ ମୋଦି ମୋଦି ନାରା

ମାଳଦ୍ବୀପରର ଭାଲେନା ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାରମ୍ପରିକ ନୃତ୍ୟ ଗୀତରେ ଭବ୍ୟ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ଉପସ୍ଥିତ ରହି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ । ନୃତ୍ୟ, ଗୀତ ସହ ମୋଦି ମୋଦି ନାରାରେ କମ୍ପିଛି ବିମାନ ବନ୍ଦର । ଆସନ୍ତାକାଲି ମାଳଦ୍ବୀପର ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୋଦି ।

ନଭେମ୍ବର ୨୦୨୩ରେ ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରେ ମାଳଦ୍ୱୀପକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ରାଷ୍ଟ୍ରୀୟ ଗସ୍ତ । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଭାରତ ଓ ମାଳଦ୍ୱୀପ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୬୦ ବର୍ଷ ହୋଇଥିବାବେଳେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଯାଉଛି ।

ପୂର୍ବରୁ ଡିସେମ୍ବର ୨୦୨୩ରେ ଦୁବାଇରେ COP28 ସମୟରେ, ଜୁନ୍ ୨୦୨୪ରେ କେନ୍ଦ୍ର ସରକାରଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏବଂ ଅକ୍ଟୋବର ୨୦୨୪ରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସହ ସାକ୍ଷାତ ହୋଇଥିଲା । ଭାରତ ମାଳଦ୍ୱୀପର ସର୍ବବୃହତ ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରୁ ଅନ୍ୟତମ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୫୪୮ ମିଲିଅନ୍ ଆମେରିକୀୟ ଡଲାରରୁ ଅଧିକ ରହିଛି । ବ୍ୟାପକ ଆର୍ଥିକ ଓ ସୁରକ୍ଷା ସାମୁଦ୍ରିକ ସହଭାଗିତା ସହ ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
modi-receives-warm-welcome-at-maldives-valena-airport | Argus News