ବିଭିନ୍ନ ଦେଶର ସଂସଦକୁ ସମ୍ବୋଧନ କରିବାରେ ରେକର୍ଡ ହାସଲ କଲେ ମୋଦି

Key Points
ବିଭିନ୍ନ ଦେଶର ସଂସଦକୁ ସମ୍ବୋଧନ କରିବାରେ ରେକର୍ଡ ହାସଲ କଲେ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଏଯାଏଁ ୧୭ଟି ରାଷ୍ଟ୍ରର ସଂସଦରେ ରଖି ସାରିଲେଣି ଭାଷଣ
ସଂପ୍ରତି ଘାନା, ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ ପରେ ଏହି ରେକର୍ଡ ହାସଲ କରିଛନ୍ତି
ନାମ୍ବିଆ ପାର୍ଲାମେଣ୍ଟରେ ସମ୍ବୋଧନ ପରେ ମୋଦିଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଆରା ରେକର୍ଡ । ବିଭିନ୍ନ ଦେଶର ସଂସଦକୁ ସମ୍ବୋଧନ କରିବାରେ ରେକର୍ଡ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୭ଟି ଦେଶର ପାର୍ଲାମେଣ୍ଟକୁ ଉଦବୋଧନ ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନାମ୍ବିଆ ପାର୍ଲାମେଣ୍ଟରେ ଉଦବୋଧନ ଦେଇଥିଲେ । ମୋଦିଙ୍କ ଅଭିଭାଷଣ ପରେ ନାମ୍ବିଆ ପାର୍ଲାମେଣ୍ଟର ସମସ୍ତ ସଦସ୍ୟ ଠିଆ ହୋଇ କରତାଳି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ନାମ୍ବିଆ ପାର୍ଲାମେଣ୍ଟରେ ସମ୍ବୋଧନ ସହ ଦେଶର ସମସ୍ତ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ମୋଟ୍ ସମ୍ବୋଧନ ସହ ସମାନ ହୋଇଛନ୍ତି । ବିଭିନ୍ନ ଦେଶର ପାର୍ଲାମେଣ୍ଟରେ ସମ୍ବୋଧନ ଫଳରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ସମ୍ମାନ ବଢିଛି ।
ନିକଟରେ ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଓ ଘାନା ଗସ୍ତ ବେଳେ ତାଙ୍କୁ ସର୍ବ୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଘାନା, ତ୍ରିନିଦାଦ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ, ନାମ୍ବିଆ ଗସ୍ତ କରିବା ସହ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୭ଟି, ଇନ୍ଦିରା ଗାନ୍ଧି ୪, ଜବାହର ଲାଲ ନେହରୁ ୩, ରାଜୀବ ଗାନ୍ଧି ୨ଟି ଓ ପି.ଭି. ନରସିଂହ ରାଓ ଗୋଟିଏ ଦେଶର ପାର୍ଲାମେଣ୍ଟକୁ ସମ୍ବୋଧନ କରିଥିଲେ ।