Modi-Zelensky: ଟ୍ରମ୍ପ-ପୁଟିନ ଭେଟ୍ଘାଟ୍ ପୂର୍ବରୁ ଗୋଟି ଚଳାଇଲେ ମୋଦି !

Key Points
ଯୁଦ୍ଧରେ ଲଗାତାର କ୍ଷୟଯତି ସହ ବର୍ତ୍ତମାନର ସ୍ଥିତ ବିଷୟରେ ପିଏମ ମୋଦିଙ୍କୁ ଅବଗତ କରିଛନ୍ତି ଜେଲେନସ୍କି ।
ଟ୍ରମ୍ପ-ପୁଟିନ ସାକ୍ଷାତ ପୂର୍ବରୁ କଥା ହେଲେ ମୋଦି-ଜେଲେନସ୍କି । ଖୁବଶୀଘ୍ର ଭାରତ ଆସିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି । ଆଜି ପିଏମ ମୋଦିଙ୍କ ସହ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଚ୍ରପତି ଭ୍ଲାଦିମୀର ଜେଲେନସ୍କି । ଫୋନ ବାର୍ତ୍ତାଳାପରେ ଦ୍ବିପାକ୍ଷିକ ସହଯୋଗ ସହ କୁଟନୈତିକ ରଣନୀତି ନେଇ ପିଏମ ମୋଦିଙ୍କ ସହ କଥା ହୋଇଛନ୍ତି ଜେଲେନସ୍କି ।
ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଆମେରିକା-ରୁଷ ଆଲୋଚନା ପୂର୍ବରୁ ଏହି ଟେଲିଫୋନ ଆଲୋଚନାକୁ ବେଶ ଗୁରୁତ୍ୱ ଦିଆଯାଉଛି । ନିକଟରେ ଜାପୋରିଜିଆରେ ଏକ ବସଷ୍ଟାଣ୍ଡରେ ହୋଇଥିବା ଆକ୍ରମଣରେ ୧୨ ରୁ ଅଧିକ ଲୋକ ଆହତ ହୋଇଥିଲେ । ଯୁଦ୍ଧରେ ଲଗାତାର କ୍ଷୟକ୍ଷତି ସହ ବର୍ତ୍ତମାନର ସ୍ଥିତ ବିଷୟରେ ପିଏମ ମୋଦିଙ୍କୁ ଅବଗତ କରିଛନ୍ତି ଜେଲେନସ୍କି ।
ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରେ ତାଙ୍କର ଦୃଷ୍ଟିକୋଣ ଶୁଣି ଖୁସି ପ୍ରକାଶ କରିଛନ୍ତି ମୋଦି । ବିବାଦର ଶୀଘ୍ର ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଭାରତର ସ୍ଥାୟୀ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ୟୁକ୍ରେନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଭାରତ ସମସ୍ତ ପ୍ରକାରର ଯୋଗଦାନ ଦେବାକୁ ପ୍ରତିବଦ୍ଧ ବୋଲି ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପିଏମ ମୋଦି ।
୧୫ ତାରିଖରେ ହେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନ ଆଲୋଚନାକୁ ନେଇ ଜେଲେନସ୍କି ପୂର୍ବରୁ ହିଁ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । କୌଣସି ପ୍ରକାରର ଜମି ହସ୍ତାନ୍ତରକୁ ୟୁକ୍ରେନ ବିରୋଧ କରିବ ବୋଲି ସେ କହିଛନ୍ତି ।