ଇଟାଲୀ: ଜି-୭ ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା
·1 year ago

ଅର୍ଗସ ବ୍ୟୁରୋ: ଇଟାଲୀରେ ହୋଇଥିବା ଜି-୭ ସମ୍ମିଳନୀ ଅବସରରେ ବିଶ୍ବର ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ଆଗାମୀ ପିଢି ପାଇଁ ଏକ ସୁନ୍ଦର ଭବିଷ୍ୟତ ଉପରେ ବିଷଦ ଆଲୋଚନା ହୋଇଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଫ୍ରାନସ୍ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପିଏମ୍ ରିଷି ସୁନକଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ସହ ଅଲୋଚନା କରିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ଜି -୭ ବୈଠକରେର ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: