ଜି-୭ ମଞ୍ଚରୁ ମୋଦିଙ୍କ ବିକାଶ ମନ୍ତ୍ର

Key Points
ତେଣୁ ମୋଦିଙ୍କ ସମ୍ବୋଧନ ଉପରେ ରହିଛି ସାରା ବିଶ୍ବର ନଜର। ଏଥିସହ ପ୍ରଧାନମନ୍ତ୍ରୀ କାନଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ଇଟାଲୀ ପ୍ରଧାନମନ୍ତ୍ରୀ, ଜର୍ମାନୀ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ବିପାକ୍ଷିକ ଆଲୋଚନା । ଯେଉଁଥିରେ ମୁଖ୍ୟତଃ ଯୁଦ୍ଧ, ଆତଙ୍କବାଦ ଓ ପାରସ୍ପାରିକ ସହଯୋଗ ପ୍ରସଙ୍ଗ ପ୍ରମୁଖ ରହିବ ।
G-7 ସମ୍ମିଳନୀ ପାଇଁ କାନଡା କାଲଗରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତିରେ G-7 ମଞ୍ଚରୁ ପ୍ରଧାନମନ୍ତ୍ରୀ ଦେବେ ବିକାଶର ମନ୍ତ୍ର। ଅପରେସନ ସିନ୍ଦୂର ପରେ ପ୍ରଥମଥର ପାଇଁ କୌଣସି ବୈଶିକ ମଞ୍ଚରୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ତେଣୁ ମୋଦିଙ୍କ ସମ୍ବୋଧନ ଉପରେ ରହିଛି ସାରା ବିଶ୍ବର ନଜର। ଏଥିସହ ପ୍ରଧାନମନ୍ତ୍ରୀ କାନଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ଇଟାଲୀ ପ୍ରଧାନମନ୍ତ୍ରୀ, ଜର୍ମାନୀ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ବିପାକ୍ଷିକ ଆଲୋଚନା । ଯେଉଁଥିରେ ମୁଖ୍ୟତଃ ଯୁଦ୍ଧ, ଆତଙ୍କବାଦ ଓ ପାରସ୍ପାରିକ ସହଯୋଗ ପ୍ରସଙ୍ଗ ପ୍ରମୁଖ ରହିବ ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିବ କାନଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା। କାରଣ ପୂର୍ବ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ସମୟରେ ଦୁଇ ଦେଶର ସମ୍ପର୍କ ଖରାପ ହୋଇଥିଲା। ଖଲସ୍ତାନୀଙ୍କୁ ସମର୍ଥନ କରି ଟ୍ରୁଡୋ ଭାରତ ସହ ସମ୍ପର୍କ ଖରାପ କରିଥିଲେ। କିନ୍ତୁ କାର୍ଣ୍ଣି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଭାରତ ସହ ସମ୍ପର୍କ ସୁଧାରିବାକୁ ଉଦ୍ୟମ କରିଛନ୍ତି। ଜଣେ ଅର୍ଥଶାସ୍ତ୍ରୀ ଭାବେ ମାର୍କ କାର୍ଣ୍ଣି ଭଲ ଭାବରେ ଜାଣିଛନ୍ତି ବିଶ୍ବର ଚତୁର୍ଥ ଆର୍ଥିକ ଶକ୍ତି ସହ ବେଶୀଦିନ ସମ୍ପର୍କ ଖରାପ କରିବା ତାଙ୍କଦେଶ ପାିଇଁ ଭଲ ନୁହେଁ। ତେଣୁ ମୋଦିଙ୍କ ସହ ତାଙ୍କର ଆଲୋଚନାରେ ଦୁଇ ଦେଶର ସମ୍ପର୍କରେ ଏକ ନୂଆ ଶୁଭାରମ୍ଭ ନେଇ ଆଶା କରାଯାଉଛି।