|
logo
Live
Argus News App
GET APP

Argus News - ବାପାଙ୍କ ଇଚ୍ଛା ବିରୋଧରେ ମୋଜତାବା ଖାମେନି, ଜାଣନ୍ତୁ କାରଣ ଆଗକୁ ହେବ ଏମିତି ପରିସ୍ଥିତି...

International

Mojtaba Khamenei / ବାପାଙ୍କ ଇଚ୍ଛା ବିରୋଧରେ ମୋଜତାବା ଖାମେନି, ଜାଣନ୍ତୁ କାରଣ ଆଗକୁ ହେବ ଏମିତି ପରିସ୍ଥିତି...

Banajyotshna Ray
Browse all articles by Banajyotshna Ray
·3 weeks ago·2 min read
ବାପାଙ୍କ ଇଚ୍ଛା ବିରୋଧରେ ମୋଜତାବା ଖାମେନି, ଜାଣନ୍ତୁ କାରଣ ଆଗକୁ ହେବ ଏମିତି ପରିସ୍ଥିତି...
Mojtaba Khamenei

Key Points

ବାପାଙ୍କ ଇଚ୍ଛା ବିରୋଧରେ ଇରାନର ଲିଡର ମୋଜତାବା ଖାମେନି ?
ରିପୋର୍ଟରୁ ହେଲା ବଡ଼ ଖୁଲାସା
ବାପାଙ୍କ ଇଚ୍ଛା ବିରୋଧରେ ଇରାନର ଲିଡର। ସେନା ଚାପରେ ରହିଛନ୍ତି ମୋଜତାବା ଖାମେନି। ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ନିହତ ହୋଇଥିବା ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନି ନିଜ ପୁଅ ମୋଜତାବା ଖାମେନିଙ୍କୁ ନିଜର ଉତ୍ତରାଧିକାରୀ କରିବା ସପକ୍ଷରେ ନଥିଲେ। ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ଇତିହାସରେ ଏହା ପ୍ରଥମ ଘଟଣା ଯେତେବେଳେ ସର୍ବୋଚ୍ଚ ନେତା ପଦବୀ ବାପାଙ୍କ ପରେ ପୁଅ ହାତକୁ ଯାଇଛି। ଗତ ଫେବୃଆରୀ ୨୮ ତାରିଖରୁ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ମୋଜତାବା ସର୍ବସାଧାରଣରେ ନଜର ଆସିନାହାଁନ୍ତି କିମ୍ବା କୌଣସି ବୟାନ ଦେଇନାହାଁନ୍ତି।

ପୂର୍ବରୁ ଇରାନୀୟ ରାଷ୍ଟ୍ରୀୟ ଟେଲିଭିଜନ ତାଙ୍କୁ "ରମଜାନ ଯୁଦ୍ଧର ଜଣେ ଆହତ ଯୋଦ୍ଧା" ବୋଲି ଆଖ୍ୟା ଦେଇଥିଲା, କିନ୍ତୁ ତାଙ୍କ ଆଘାତ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇନଥିଲା। ନିଜ ଇଚ୍ଛାପତ୍ରରେ ସେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ବୋଲି ଏକ ଆମେରିକୀୟ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ରବିବାର (ମାର୍ଚ୍ଚ ୮) ଇରାନର 'ଆସେମ୍ବ୍ଲିଅଫ୍ ଏକ୍ସପର୍ଟ୍ସ' ଦ୍ୱାରା ମୋଜତାବାଙ୍କୁ ନୂଆ ସୁପ୍ରିମ ଲିଡର ଭାବେ ଚୟନ କରାଯିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା।

ତେବେ ବୁଧବାର (ମାର୍ଚ୍ଚ ୧୧) ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ପୁଅ ତଥା ସରକାରୀ ଉପଦେଷ୍ଟା ୟୁସେଫ୍ ପେଜେସକିଆନ ଟେଲିଗ୍ରାମ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ମୋଜତାବା ଆହତ ହୋଇଛନ୍ତି ସତ, କିନ୍ତୁ ଭଗବାନଙ୍କ କୃପାରୁ ସେ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଇରାନରେ ସର୍ବୋଚ୍ଚ ନେତା ହେବା ପାଇଁ ଉଚ୍ଚ ଧାର୍ମିକ ଯୋଗ୍ୟତା, ପରିଚାଳନା ଅଭିଜ୍ଞତା ଏବଂ ବ୍ୟାପକ ଜନ ସମର୍ଥନ ଆବଶ୍ୟକ। କିନ୍ତୁ ଅତୀତରେ ଅଲି ଖାମିନୀ ନିଜେ ବଂଶାନୁକ୍ରମିକ ଉତ୍ତରାଧିକାର ବା ବଂଶବାଦକୁ ସର୍ବସାଧାରଣରେ ବିରୋଧ କରିଥିଲେ।

ଇଚ୍ଛାପତ୍ରରେ କଣ ଲେଖିଥିଲେ ଅଲି ଖାମେନି ?

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ୱାଶିଂଟନରେ ଥିବା ଇରାନୀୟ ବିରୋଧୀ ଗୋଷ୍ଠୀର ରିସର୍ଚ୍ଚ ଡିରେକ୍ଟର ଖୋସରୋ ଇସ୍ଫାହାନି ଏହି ଦାବି କରିଛନ୍ତି। ସେ କହିଛନ୍ତି, "ଖାମେନି ନିଜ ଇଚ୍ଛାପତ୍ରରେ ସ୍ପଷ୍ଟ ଭାବେ ଅନୁରୋଧ କରିଥିଲେ ଯେ ମୋଜତାବାଙ୍କୁ ଉତ୍ତରାଧିକାରୀ ଭାବେ ନାମିତ କରାନଯାଉ।" ମୋଜତାବାଙ୍କ ସମ୍ପର୍କରେ ଇସ୍ଫାହାନି କହିଛନ୍ତି ଯେ, ସେ ଜଣେ ଅନଭିଜ୍ଞ ଯୁବ ନେତା ଏବଂ ରାଜନୈତିକ ଜୀବନରେ ତାଙ୍କର କୌଣସି ବଡ଼ ଉପଲବ୍ଧି ନାହିଁ। ନିଜ ବାପାଙ୍କ ନାମ ବିନା ତାଙ୍କର କୌଣସି ପରିଚୟ ନାହିଁ ବୋଲି ସ୍ୱୟଂ ଅଲି ଖାମିନୀ ଅନୁଭବ କରୁଥିଲେ ଏବଂ ଦେଶ ଚଳାଇବା ପାଇଁ ତାଙ୍କ ପାଖରେ ଯୋଗ୍ୟତା ନାହିଁ ବୋଲି ଭାବୁଥିଲେ।

୨୦୨୫ ମସିହାରେ ସେ ତିନି ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ବିକଳ୍ପ ଭାବେ ଚିହ୍ନଟ କରିଥିଲେ, ଯେଉଁଥିରେ ମୋଜତାବାଙ୍କ ନାମ ନଥିଲା। ଅନ୍ୟ ବରିଷ୍ଠ ନେତାଙ୍କ ତୁଳନାରେ ମୋଜତାବାଙ୍କର ଆନୁଷ୍ଠାନିକ ଶାସନ ଅଭିଜ୍ଞତା ବହୁତ କମ୍ ରହିଛି ବୋଲି କୁହାଯାଏ। ରିପୋର୍ଟ ଅନୁଯାୟୀ, ମୋଜତାବାଙ୍କୁ ସର୍ବୋଚ୍ଚ ନେତା କରିବା ପାଇଁ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ପ୍ରବଳ ଚାପ ପକାଯାଇଥିଲା। ଅନେକ ବରିଷ୍ଠ ଧର୍ମଗୁରୁ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ଏବଂ ଚୟନ ବୈଠକକୁ ବର୍ଜନ ମଧ୍ୟ କରିଥିଲେ। ଇସ୍ଫାହାନିଙ୍କ ଦାବି ଅନୁଯାୟୀ, ନୂଆ ନେତା ବାଛିବାକୁ ଥିବା 'ଆସେମ୍ବ୍ଲି ଅଫ୍ ଏକ୍ସପର୍ଟ୍ସ' ପ୍ରକୃତରେ ମୋଜତାବାଙ୍କୁ ଭୋଟ୍ ଦେଇନଥିଲେ, ବରଂ IRGCର ଚାପରେ ତାଙ୍କୁ ବାଧ୍ୟତାମୂଳକ ଭାବେ ଉତ୍ତରାଧିକାରୀ ଘୋଷଣା କରାଯାଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mojtaba Khamenei: ବାପାଙ୍କ ଇଚ୍ଛା ବିରୋଧରେ ମୋଜତାବା ଖାମେନି, ଜାଣନ୍ତୁ କାରଣ ଆଗକୁ ହେବ ଏମିତି ପରିସ୍ଥିତି... | Argus News