୪୮ ଘଣ୍ଟାରେ ୨୧ରୁ ଅଧିକ ଭୂକମ୍ପର ଝଟକା, ଆସିପାରେ ବଡ ଭୂମିକମ୍ପ

Key Points
ଗତ ୪୮ ଘଣ୍ଟା ମଧ୍ୟରେ ପାଖାପାଖି ୨୧ ଥର ଭୂମିକମ୍ପର ଝଟକା ଆସିଥିବା ଦେଖିବାକୁ ମିଳିଛି । କିଛି ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ଭୂମିକମ୍ପ ଆଗକୁ ଏକ ବଡ ଝଟକାରେ ପରିଣତ ହେବାକୁ ଯାଉଛି ।
ପାକିସ୍ତାନର ସବୁଠୁ ବଡ ସହର କରାଚୀରେ ଏବେ ଏକ ଭୟର ବାତାବରଣ ଲାଗି ରହିଛି । ଭୂକମ୍ପର ପ୍ରକୋପ ଲାଗି ବର୍ଷା ପରି ଲାଗି ରହିଛି । ଯାହାକୁ ନେଇ କରାଚୀରେ ଲୋକ ରାତିସାରା ଅନିଦ୍ରା ରହୁଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ପାଖାପାଖି ୨୧ ଥର ଭୂମିକମ୍ପର ଝଟକା ଆସିଥିବା ଦେଖିବାକୁ ମିଳିଛି । କିଛି ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ଭୂମିକମ୍ପ ଆଗକୁ ଏକ ବଡ ଝଟକାରେ ପରିଣତ ହେବାକୁ ଯାଉଛି । ଯାହାକୁ ନେଇ କରାଚୀର ବାସିନ୍ଦା ଚିନ୍ତାରେ ଅଛନ୍ତି ।
କରାଚୀ ବିଶ୍ଵବିଦ୍ୟାଳୟର ଭୁଗୋଳ ବିଭାଗର ପ୍ରଫେସର ଅଦମଦ ଖାନ କହିଛନ୍ତି, ଏହି ସମୟରେ ଭାରତୀୟ, ୟୁରୋଶିୟାନ ଏବଂ ଅରବିଆନ୍ ପ୍ଲେଟ ଗୁଡିକ ମଧ୍ୟରେ ଅସନ୍ତୁଳନ ଆସିବାରୁ ଏପରି ଭୂମିକମ୍ପ (Earthquake)ଅନୁଭୂତ ହେଉଛି । ରବିବାର ରାତିରେ କରାଚୀ ଏବଂ ଏହାର ଆଖପାଖରେ ଆସିଥିବା ଭୂମିକ୍ମପର ତୀବ୍ରତା କମରୁ ମଧ୍ୟ ଥିଲା। ଯାହା ରିକ୍ଟର ସ୍କେଲରେ ୨.୧ରୁ ୩.୬ ମଧ୍ୟରେ ଥିଲା ।
📱 Get Argus News App
✨ସବୁଠୁ ଅଧିକ ତୀବ୍ରତା ୩.୬ , ଯେଉଁ ସମୟରେ କରାଚୀର ମଲୀର ଜେଲରୁ ୨୧୬ଜଣ କଏଦୀ ଫେରାର ହୋଇଯାଇଥିଲେ । ତେବେ ଭୂମିକମ୍ପ ନେଇ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ପକ୍ଷରୁ ଲୋକଙ୍କୁ ଶାନ୍ତ ରହିବାକୁ କୁହାଯାଇଛି ।