Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, 60ରୁ ଉର୍ଦ୍ଧ୍ୱ ମୃତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, 60ରୁ ଉର୍ଦ୍ଧ୍ୱ ମୃତ

ଅର୍ଗସ ବ୍ୟୁରୋ: ରୁଷିଆର ରାଜଧାନୀ ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଲୋକଙ୍କ ଉପରକୁ 5 ବନ୍ଧୁକଧାରୀଙ୍କ ଆତର୍କିତ ଗୁଳିଚାଳନା। 60 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହେରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି। ରୁଷିଆର ରାଜଧାନୀ ମସ୍କୋର ପଶ୍ଚିମରେ ଥିବା କ୍ରୋକସ ସିଟି ହଲରେ ବଡ଼ ଧରଣର ଆକ୍ରମଣ ଘଟିଛି। ମାନବବାଦର ଧଜ୍ଜିଆ ଉଡ଼ାଇଛନ୍ତି କିଛି ବନ୍ଧୁକଧାରୀ। ପାଞ୍ଚ ଜଣ ବନ୍ଧୁକଧାରୀ ହଲରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛନ୍ତି। ପରେ ଏହି ହଲରେ ବିସ୍ଫୋରଣ ମଧ୍ୟ ଘଟାଇଛନ୍ତି। ଫଳରେ ହଲରେ ସଂପୂର୍ଣ୍ଣ ରୂପେ ନିଆଁ ଲାଗି ଯାଇଛି।

ଯେଉଁଥି ପାଇଁ ସେଠାରୁ ଆହତଙ୍କୁ ଉଦ୍ଧାର କରିବାରେ ନାକେଦମ ହୋଇଛି ମସ୍କୋ ପୋଲିସ। ତେବେ ରୁଷୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହାକୁ ଆତଙ୍କବାଦୀ ଆକ୍ରମଣ ଭାବେ ଅନୁମାନ କରି ଏହାର ତଦନ୍ତ ଆରମ୍ଭ କରିଛି ରୁଷିଆ। ଯଦିଓ ଏହି ଆକ୍ରମଣ ଘଟାଇଥିବା ନେଇ କୌଣସି ଆତଙ୍କବାଦୀ ସଂସ୍ଥା ଦାବି କରିନାହାନ୍ତି ତଥାପି ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅନୁମାନ କରି ତଦନ୍ତ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Moscow concert hall shooting updates | Argus News