Videos
|
International

ମୋଷ୍ଟ୍ ଓ୍ବାଣ୍ଟେଡ୍ ଲସ୍କର ଆତଙ୍କୀ ସୈଫୁଲ୍ଲା ଖାଲିଦ୍ ନିପାତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମୋଷ୍ଟ୍ ଓ୍ବାଣ୍ଟେଡ୍ ଲସ୍କର ଆତଙ୍କୀ ସୈଫୁଲ୍ଲା ଖାଲିଦ୍ ନିପାତ

Key Points

ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ୍ ନିପାତ । ପାକିସ୍ତାନରେ ଅଜ୍ଞାତ ଆତତାୟୀ ଗୁଳିରେ ସଫା ହୋଇଛି ଲସ୍କର ଆତଙ୍କୀ । ଭାରତରେ ତିନିଟି ବଡ଼ ହମଲାରେ ସାମିଲ ଥିଲା ସୈଫୁଲ୍ଲା ଖାଲିଦ୍ ।

ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ୍ ନିପାତ । ପାକିସ୍ତାନରେ ଅଜ୍ଞାତ ଆତତାୟୀ ଗୁଳିରେ ସଫା ହୋଇଛି ଲସ୍କର ଆତଙ୍କୀ । ଭାରତରେ ତିନିଟି ବଡ଼ ହମଲାରେ ସାମିଲ ଥିଲା ସୈଫୁଲ୍ଲା ଖାଲିଦ୍ । ନେପାଳରେ ରହି ଲସ୍କରକୁ ଅପରେଟ୍ କରିବା ସହିତ ଭାରତ ବିରୋଧରେ ରଚୁଥିଲା ଷଡ଼ଯନ୍ତ୍ର । ପାକିସ୍ତାନର ସିନ୍ଧ୍ ପ୍ରାନ୍ତ ମତଲୀ, ବଦୀନରେ କାର୍ଯ୍ୟ କରୁଥିଲା ଆତଙ୍କବାଦୀ । ୨୦୦୬ରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ୍, ମହାରାଷ୍ଟ୍ର ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟ ହମଲାର ମାଷ୍ଟର ମାଇଣ୍ଡ୍ ଥିଲା ।


୨୦୦୧ରେ ରାମପୁର ସିଆରପିଏଫ୍ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲା ସୈଫୁଲ୍ଲା । ଏହାପରେ ୨୦୦୫ରେ ବେଙ୍ଗାଳୁରରେ ଭାରତୀୟ ବିଜ୍ଞାନ ସଂସ୍ଥାନର ଅଡିଟୋରିୟମରୁ ଅତିଥିମାନେ ବାହାରୁ ଥିବାବେଳେ ଆତଙ୍କବାଦୀମାନେ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ । ସୈଫୁଲ୍ଲା ଖାଲିଦ୍ ବାବଦରେ ଏନଆଇଏକୁ ଗୁଇନ୍ଦା ତଥ୍ୟ ମିଳିବା ପରେ ଭୟରେ ନେପାଳ ଛାଡ଼ି ଫେରାର୍ ହୋଇଯାଇଥିଲା ସୈଫୁଲ୍ଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Most wanted Lashkar terrorist Saifullah Khalid killed | Argus News