Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମୋଷ୍ଟ ୱାଣ୍ଟେଡ ମସୁଦ୍ ଅଜହର ; କେମିତି ହୋଇଥିଲା ଆତଙ୍କବାଦୀ , ଜାଣନ୍ତୁ ପୁରା କାହାଣୀ...

Swoyang prajna Mishra
Browse all articles by Swoyang prajna Mishra
·1 year ago·4 min read
ମୋଷ୍ଟ ୱାଣ୍ଟେଡ ମସୁଦ୍ ଅଜହର ; କେମିତି ହୋଇଥିଲା ଆତଙ୍କବାଦୀ , ଜାଣନ୍ତୁ ପୁରା କାହାଣୀ...

ମସୁଦ ଅଜହର । ଦୂନିଆର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ଭିତରେ ସେ ମୁଖ୍ୟ ସ୍ଥାନରେ ରୁହେ । ଭାରତର ମିସାଇଲ ଆକ୍ରମଣରେ ଆଜି ପୁରା ପରିବାରକୁ ହରାଇ ଛାତିପିଟି କାନ୍ଦୁଛି । କିନ୍ତୁ ସମୟ ଥିଲା ତାର ଆତଙ୍କରାଜ୍‌ରେ ଅନେକ କ୍ଷତି ସହୁଥିଲା ଭାରତ । ବାରମ୍ବାର ଭାରତ ଉପରେ ଆକ୍ରମଣ କରି ତବାହି ମଚାଉଥିଲା ମସୁଦ । ହେଲେ ଭାରତ ଆକ୍ରମଣରେ ପରିବାରର ୧୦ ଜଣ ସଦସ୍ୟ ସହ ନିଜ ସହଯୋଗୀଙ୍କୁ ମଧ୍ୟ ହରାଇଛି ମସୁଦ । ଆଉ କାନ୍ଦି କାନ୍ଦି କହୁଛି, ମୁଁ ବି ମରି ଯାଇଥିଲେ ଭଲ ହୋଇଥାନ୍ତି । ଗୋଟେ ସାଧାରଣ ପରିବାରର , ଯେଉଁ ପରିବାରର କାମ ଥିଲା କ୍ଷୀର ଏବଂ କୁକୁଡା ଚାଷ କରି ରୋଜଗାର କରିବା । ଏକ ମଧ୍ୟବିତ୍ତ ପରିବାରରୁ କିପରି ମୋଷ୍ଟ ୱାଣ୍ଟେଡ ପାଲଟିଲେ ମସୁଦ ଆଜହର ତାର ପୁରା କାହାଣୀ ଆଜି ଭିଡିଓ ମାଧ୍ୟମରେ ଜାଣିବା । ଏବଂ ଭାରତରେ କେଉଁ କେଉଁ ସ୍ଥାନରେ ଆକ୍ରମଣ କେତେଥର କରିଛି ମସୁଦ ସେ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ଆଲୋଚନା କରିବା ।

୧୯୬୮ ମସିହା ଜୁଲାଇ ୧୦ ତାରିଖରେ ପାକିସ୍ତାନର ବହାବଲପୁରରେ ଜନ୍ମ ହୋଇଥିଲା ମସୁଦ ଅଜହର । ପରିବାରରେ ଥିଲେ ଅନ୍ୟ ୯ ଜଣ ଭାଇ ଭଉଣୀ ଏବଂ ପିତା ଅଲ୍ଲାହ ବଖ୍ସ ଶବୀର ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଅଧ୍ୟାପକ ଥିଲେ । ତାଙ୍କର ପରିବାର କ୍ଷୀର ଏବଂ କୁକୁଡା ବ୍ୟବସାୟ ସହ ଜଡିତ ଥିଲା । କହି ପାରନ୍ତି ଏକ ନିହାତି ସାମାନ୍ୟ ପରିବାରର ଥିଲା ମସୁଦ । କିନ୍ତୁ ସମୟ ସହ ଧିରେ ଧିରେ ତାର ବିଚାରଧାରା ବଦଳି ଆହୁରି ଭୟାନକ ହେବାକୁ ଲାଗିଲା ।
ତାର ପ୍ରାରମ୍ଭିକ ଶିକ୍ଷା ସମାପ୍ତ ହୋଇଥିଲା କରାଚୀର ବାନୁରୀ ନଗର ସ୍ଥିତ ଜାମିଆ ଉଲୁମ ଉଲ ଇସଲାମିଆଁ ମଦରସେରେ । ସେହିଠାରେ ହିଁ ତା ଭିତରେ ବୁଣି ହୋଇଥିଲା ଆତଙ୍କବାଦ୍‌ର ବୀଜ। ଯେତେବେଳେ ସେ ମିଶିଥିଲା ହରକତ ଉଲ ଅଂସାର ଭଳି ଆତଙ୍କୀ ସଂଗଠନ ସହ । ଆଉ ମସୁଦ ଭିତରେ ଧିରେଧିରେ ସୃଷ୍ଟି ହୋଇଥିଲା ଆତଙ୍କୀ ଚିନ୍ତାଧାରା ଏବଂ ପ୍ରବୃତ୍ତି । ଆତଙ୍କୀ ଚିନ୍ତାଧାରା ପ୍ରତି ଧିରେଧିରେ ଆକୃଷ୍ଟ ହୁଏ ମସୁଦ ।

ପରବର୍ତ୍ତୀ ସମୟରେ ଦୁଇଟି ଉର୍ଦ୍ଦୁ ପତ୍ରିକା ସାଦ-ଏ- ମୁଜାହିଦ୍ଦୀନ ଏବଂ ଅରବୀ ପତ୍ରିକା ସାବତ ଏ କଶ୍ମୀରର ସଂପାଦନ ମଧ୍ୟ କରେ । ଯେଉଁ ପତ୍ରିକାରେ ଆତଙ୍କବାଦ୍‌ର ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଏ । ଆଉ ନିଜେ ହିଁ ଏକ ଆତଙ୍କବାଦୀ ସଂଗଠନର ସ୍ଥାପନା କରେ , ଯାହାର ନାଁ ହେଉଛି ଜୈଶ ଏ ମହମ୍ମଦ । ଆଉ ଏହା ପରେ ମସୁର ଦୃଷ୍ଟି ପଡେ କାଶ୍ମୀର ଉପରେ । କାଶ୍ମୀରକୁ ଭାରତରୁ ଅଲଗା କରିବା ଥିଲା ଏହି ଆତଙ୍କବାଦୀ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ଆଉ ଉଦ୍ଦେଶ୍ୟକୁ କାମିୟାବ କରିବାକୁ ସେ ଭାରତ ଉପରେ ଅନେକ ଆତଙ୍କବାଦୀ ହାମଲା କରିବାକୁ ଚେଷ୍ଟା କରେ । ଆଉ ଭାରତ ଦ୍ଵାରା ବନ୍ଦୀ ହୋଇ ୫ ବର୍ଷ ଜେଲରେ ମଧ୍ୟ ରୁହେ । ଆଉ ସେ ଜେଲରେ ଥିବା ବେଳେ ଘଟେ କିଛି ଏମିତି ଘଟଣା....

୨୪ ଡିସେମ୍ବର ୧୯୯୯ରେ ଇଣ୍ଡିଆନ ଏୟରଲାଇନ୍ସର ବିମାନ ଆଇସି ୮୧୪ କାଠମାଣ୍ଡୁରୁ ଦିଲ୍ଲୀକୁ ଯାଉଥିବା ବେଳେ ମାତ୍ର କିଛି ସମୟ ଭିତରେ ଏହାକୁ ଅପହରଣ କରି ନିଅନ୍ତି ୫ ପାକିସ୍ତାନୀ ଆତଙ୍କବାଦୀ । ଯେଉଁଥିରେ ଥିଲେ ୧୭୮ ଜଣ ଯାତ୍ରୀ । ଆତଙ୍କବାଦୀ ଏହି ବିମାନକୁ ଲାହୋର ଏବଂ ଦୁବାଇ ଦେଇ ଆଫଗାନିସ୍ତାନରେ ପହଞ୍ଚାନ୍ତି । ଆଉ ଯାତ୍ରୀଙ୍କୁ ମୁକୁଳାଇବା ବଦଳରେ ଭାରତର ଜେଲରେ ଥିବା ସମୁଦଙ୍କ ସମେତ ୩୫ ଆତଙ୍କବାଦୀଙ୍କୁ ମୁକୁଳେଇବାସହ ୨୦୦ ମିଲିୟନ ଡଲାର ଦାବି କରନ୍ତି । ଆଉ ୬ଦିନର ପରେ ମସୁଦ ସହ ଆଉ ୨ ଆତଙ୍କବାଦୀକୁ ଖଲାସ କରେ । ଯାହାଦ୍ଵାରା ୧୪୮ ଯାତ୍ରୀଙ୍କ ଜୀବନ ବଞ୍ଚିଯାଏ ।

ମସୁଦ ଜେଲରୁ ମୁକୁଳିବା ପରେ ଆହୁରି ଶକ୍ତିଶାଳୀ ହୋଇପଡେ । ଆଉ ପୁଣି ଆକ୍ରମଣ କରିବାକୁ ଆଗେଇ ଆସେ ।
୨୦୦୧ରେ ଏହି ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା ସହ ମିଶି ଭାରତୀୟ ସଂସଦ ଉପରେ ଆକ୍ରମଣ କରେ । ପୁଣି ୨୦୦୨ ରେ ଯେତେବେଳେ ଜୈଶ ଏ ମୋହମ୍ମଦ ଉପରେ ପ୍ରତିବନ୍ଧ ଲଗାଯାଏ, ସେତେବେଳେ ମସୁଦ ଚତୁରତାର ସହ ଏହି ସଂଗଠନର ନାଁ ବଦଳାଇ ଖୁଦ୍ଦାମ୍ ଉଲ୍ଲ ଇସଲାମ ବୋଲି ରଖିଦିଏ । କିନ୍ତୁ ଏହା ପରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା , ବ୍ରିଟେନ ଏବଂ ଭାରତ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରେ ।

ପାକିସ୍ତାନ ମଧ୍ୟ ଏହି ସଂଗଠନକୁ ବ୍ୟାନ କରୁଛି ବୋଲି ଘୋଷଣା କରେ । କିନ୍ତୁ ପ୍ରକୃତରେ ପାକିସ୍ତାନ ଏହି ସଂଗଠନକୁ ଗୁପ୍ତ ଭାବେ ପ୍ରୋତ୍ସାହନ ଦିଏ । କାରଣ ଏହି ସଂଗଠନ କାଶ୍ମୀରକୁ ନିଜର କବଜା ଉଦ୍ଦେଶ୍ୟରେ କାର୍ଯ୍ୟ କରେ । ଆଉ ଏ ସମ୍ପୂର୍ଣ୍ଣ ଘଟଣାରେ ପାକିସ୍ତାନର ପ୍ଲାନ ଜଣା ପରେ ଅନ୍ତରାଷ୍ଟ୍ରୀୟ ଦେଶଗୁଡିକୁ । ଯାଉଁଥିପାଇଁ ସମସ୍ତଙ୍କ ନିଶାନାରେ ରୁହେ ପାକିସ୍ତାନ ।

ଭାରତରେ ଏହି ସଂଗଠନ କରିଥିବା ଆକ୍ରମଣ ଭିତରେ ୨୦୦୦ରେ ଜାମ୍ମୁ କାଶ୍ମୀରର ବିଧାନସଭା ଆକ୍ରମଣ, ୨୦୦୧ରେ ସଂସଦ ଉପରେ ଆକ୍ରମଣ , ୨୦୧୬ରେ ପଠାନକୋଟରେ ଭାରତୀୟ ବାୟୁସେନାର ଆଡ୍ଡା ଉପରେ ଆକ୍ରମଣ, ସେହିପରି ୨୦୧୯ ଫେବୃଆରୀ ୧୪ ପୁଲୱାମା ଆଟାକ ସାମିଲ ରହିଛି ।

ତେବେ ୨୦୧୯ ପରଠାରୁ ଅଜହର ସାର୍ବଜନୀନ ଭାବେ ନଜର ଆସୁନଥିଲା । ବାହବଲପୁରର ଏକ ଗୁପ୍ତ ସ୍ଥାନରେ ଲୁଚି ରହୁଥିଲା ମସୁଦ ଅଜହର । ହେଲେ ଭାରତ ତାକୁ ନିଶାନା କରି ମିସାଇଲ ଆକ୍ରମଣ କରିଛି । ଯେଉଁ ଆଟାକ୍‌ରେ ମସୁଦ୍‌ର ପୁରା ପରିବାର ଛାରଖାର ହୋଇଯାଇଛି, ହେଲେ ବାକି ରହିଯାଇଛି ସେ ନିଜେ । ଯେଉଁଥିପାଇଁ କାନ୍ଦି କାନ୍ଦି ନିଜେ ମରିଥିଲେ ଭଲ ହୋଇଥାନ୍ତା ବୋଲି ବୟାନ ଦେଇଛି ।

ଭାରତ, ଏକ ଶାନ୍ତି ପ୍ରିୟ ଦେଶ। ବିନା ଦୋଷରେ କାହାରିକୁ କେବେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେନି ଭାରତ । କିନ୍ତୁ ଯେତେବେଳେ ଭାରତର ନୀରିହ ଲୋକମାନଙ୍କର ଜୀବନ ବିନା ଦୋଷରେ ଚାଲିଯାଏ, ସେତେବେଳେ ତାର ପ୍ରତିଶୋଧ ନେବାକୁ ଆଦୌ ସଙ୍କୋଚ କରେନି । ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ନୀରିହଙ୍କ ପ୍ରାଣ ଯାଇଥିଲା । ଆଉ ଯାହାର ପ୍ରତିଶୋଧ ସ୍ଵରୂପ ମିସାଇଲ ଆକ୍ରମଣରେ ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ପ୍ରାଣ ଚାଲି ଯାଇଛି । କିନ୍ତୁ ୟେ ତୋ ବସ୍ ଟ୍ରେଲର ଥା, ପିକ୍ଚର ଅଭି ବାକି ହୈ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Most Wanted Masood Azhar; How he became a terrorist, know the full story | Argus News